Odisha News Portal

ମଳକଣ୍ଟକ ( Anal fissure ) କ’ଣ , କାହିଁକି ହୁଏ ଏବଂ ଏହାର ଚିକିତ୍ସା । Dr. Anu Joseph

ପ୍ରତ୍ୟେକଙ୍କ ଶରୀରରେ କିଛବି ନା କିଛି ରୋଗ ରହିଥାଏ,ତେବେ ଯେକୌଣସି ରୋଗ ହେଉ ନା ନାହିଁ ସବୁ ରୋଗରେ ବହୁତ କଷ୍ଟ ଓ ଯନ୍ତ୍ରଣା ହେଇଥାଏ ।ଆଉ ସେହି ଭିତରୁ ବି ରମିତି କିଛି ରୋଗ ରହିଛି ଯାହା କେହି ବି କାହା ଆଗରୁ କହିବାକୁ ଲାଜ ଲାଗିଥାଏ ।ଆଉ ସେହି ଭିତରେ ଅର୍ଷ ଓ ମଳ କଣ୍ଠକ ବି ରହିଛି,ତେବେ ସମସ୍ୟା ହେଲେ ଲୋକମାନେ କୁଣ୍ଠାବୋଧ ଅନୁଭବ କରନ୍ତି କାହାକୁ କହିବାକୁ କିନ୍ତୁ ଏଥିରେ ଏତେ ଯନ୍ତ୍ରଣା ହେଇଥାଏ ଯେ ଯେତେବେଳେ କେହି ଝାଡା ଯାଇଥାନ୍ତି ସେହି କଷ୍ଟ ବହୁତ ଅନୁଭୂତ ହେଇ ଥାଏ ।ତେବେ ଆମେ ସବୁବେଳେ ଭାବିଥାଉ କି ମଳ କଣ୍ଠକ ଓ ଅର୍ଷ ଦୁଇଟି ସମାନ ଅଟେ ମାତ୍ର ଏହା ଆପଣଙ୍କ ଭୁଲ ଧାରଣା ଅଟେ ।

ତେବେ ଡାକ୍ତରଙ୍କ କହିବା ଅନୁସାରେ ଯେତେବେଳେ ଜଣଙ୍କୁ ମଳ କଣ୍ଠକ ହେଇଥାଏ ସେତେବେଳେ ସେଥିରେ ବହୁତ ଯନ୍ତ୍ରଣା ହୁଏ କିନ୍ତୁ ରକ୍ତ ପଡ଼ି ନଥାଏ ମାତ୍ର ଯଦି ଜଣଙ୍କୁ ଅର୍ଷ ହେଇଥାଏ ତେବେ ଝାଡ଼ାବେଳେ ବହୁତ ରକ୍ତ ପଡିଥାଏ ମାତ୍ର ଯନ୍ତ୍ରଣା ହୁଏ ନାହିଁ ।ତେବେ ମଳ କଣ୍ଠକ ହେବାର କାରଣ କଣ, ଆମର ନୀତିଦିନର ଜୀବନଚର୍ଯ୍ୟା ଓ ଖାଦ୍ୟ ଗୁଡିକ ପାଇଁ ବିଭିନ୍ନ ରୋଗ ହେଇଥାଏ ଆଉ ସେହି ଗୁଡିକ ଭିତରୁ ମଳ କଣ୍ଠକ ବି ଗୋଟିଏ ଯେତେବେଳେ ଆପଣ ଅଧକ ଅଏଲି,ଜଙ୍କ ଫୁଡ଼ ଆଦି ଖାଇବା ଖାଇ ଥାଆନ୍ତି ସେଥିପାଇଁ ମଳ କଣ୍ଠକ ହେଇଥାଏ ।

ପ୍ରଥମେ କେମିତି ମଳ କଣ୍ଠକ ସୃଷ୍ଟି ହେଇଥାଏ, ତେବେ ଯେତେବେଳେ ଜଣେ ଝାଡା କରିବା ବେଳେ ଅଧିକ ପ୍ରେସର ଦେଇ ଥାଆନ୍ତି ।ସେତେବେଳେ ମଳଦ୍ୱାର ପାର୍ଶ୍ଵରେ ସାମାନ୍ୟ ଛିଣ୍ଡି ଯାଏ ଆଉ ଆପଣ ଯେତେବେଳେ ଝାଡା ଯାଆନ୍ତି ସେତେବେଳେ ଝାଡା ସେହି ଖଣ୍ଡିଆ ଜାଗାରେ ଲାଗିଥାଏ ।ତେଣୁ ସେହି ସ୍ଥାନଟି ଶୁଖି ପାରେ ନାହିଁ,ସେହି ଖଣ୍ଡିଆ ସ୍ଥାନକୁ ପୂରଣ କରିବାକୁ ମାଂସ ଗୁଡିକ ସଙ୍କୁଚିତ ହେଇ ଯାଇ ମଳଦ୍ୱାର ଛୋଟ ହେଇଯାଏ, ଏଆଉ ଯେତେବେଳେ ବି ଆପଣ ଝାଡା ଯାଆନ୍ତି ସେତେବେଳେ ଆପଣଙ୍କୁ ସେଝି ଛୋଟ ରାସ୍ତା ଦେଇ ଝାଡା କରିବାକୁ କଷ୍ଟ ହେଇଥାଏ ।

ଆଉ ଧର ଚିକିତ୍ସା ପାଇଁ କିଛି ଡାକ୍ତର କିଛି ମେଡିସିନ ଦେଇ ଦିଅନ୍ତି ସେଥିରେ ଝାଡ଼ାକୁ ପତଳା କରିଥାଏ ଯେପରି ଝାଡା ସହଜରେ ହେଇଯିବ ।କିନ୍ତୁ ଏହା ସେମିତି କିଛି ଲାଭ ହେଇ ନଥାଏ ତା ଜାଗାରେ ଅପରେସନ କରିବା ହିଁ ସବୁଠୁ ଭଲ ।କାରଣ ଏଥିରେ ସେହି ସ୍ଥାନ ଟିକୁ ଢିଲା କରିଦିଆ ଯାଏ,ଆଉ ତାପରେ ବି ଆପଣଙ୍କ ଉପରେ ନିର୍ଭର କରେ କି ଆପଣ କେମିତି ଜୀବନ ବଞ୍ଚୁଛନ୍ତି, ଠିକ ଭାବରେ ଖାଦ୍ୟ ଖାଇଲେ ଷ୍ଟେର୍ସ କଲେ ଯାଇ ଆଉ ଜୀବନରେ ଏମିତି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।