Odisha News Portal

ଆମେରିକାରେ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଙ୍କ ପରିବାର ରୁହନ୍ତି ଭାରତରେ , ତେବେ କଣ ସତରେ ଭାରତ ପ୍ରତି ବାଇଡେନ୍ ଅବଦାନ ରହିବ କି ?

ଆମେରିକାରେ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ହେବା ପରେ ଜଣା ପଡିଛି ଭାରତରେ ରୁହନ୍ତି ବାଇଡେନଙ୍କ ପରିବାର । ତେବେ ପରିବାର ଲୋକେ ବାଇଡେନଙ୍କୁ ନେଇ କଣ କହିଛନ୍ତି ଚାଲନ୍ତୁ ଜାଣିବା ଆଜିର ଏହି ଲେଖା ମାଧ୍ୟମରେ । ତେବେ ସେଥିପାଇଁ ଆପଣ ମାନେ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଥରେ ପଢନ୍ତୁ ।ଜୋ ବାଇଡେନ୍ ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ଖୁବ୍ ଶିଘ୍ର ଶପଥ ପାଠ ଗ୍ରହଣ କରିବେ ।

ଏହି ସମୟରେ ଭାରତରେ ରହୁଥିବା ଏକ ପରିବାର ଦାବି କରିଛନ୍ତି ଯେ ସେମାନେ ବାଇଡେନଙ୍କ ସଂପର୍କିୟ । ଏହି ପରିବାର ରୁ ଜଣେ ମହିଳା ଜଣାଇଉଛନ୍ତି ଯେ ତାଙ୍କ ଜେଜେ ମାଁ ମଧ୍ୟ ଜୋ ବାଇଡେନଙ୍କୁ ଏକ ଚିଠି ଲେଖିଛନ୍ତି ଯେତେବେଳେ ସେ ପ୍ରଥମେ 1972 ରେ ସିନେଟର ହୋଇଥିଲେ ଏହି ପରିବାର ଭାରତର ନାଗପୁର ସହରରୁ ଆସିଛନ୍ତି ।

ତେବେ ନାଗପୁର ବାସିନ୍ଦା ସୋନିଆ ବାଇଡେନ ଫ୍ରନସିସ୍ କହିଛନ୍ତି ଯେ ତାଙ୍କ ଜେଜେ ମାଁ ଲେସଲି ଜୋ ବାଇଡେନଙ୍କୁ ଏକ ଚିଠି ଲେଖିଛନ୍ତି , ଯାହା ନିଜେ ଜୋ ବାଇଡେନ ଉଲ୍ଲେଖ କରିଥିଲେ । ବାସ୍ତବରେ 2013 ରେ ଜୋ ବାଇଡେନ୍ ଭାରତ ଗସ୍ତ କରିଥିଲେ , ସେତେବେଳେ ସେ ଆମେରିକାର ଉପରାଷ୍ଟ୍ରପତି ଥିଲେ ।

ଭାରତ ଗସ୍ତ ସମୟରେ ଜୋ ଏକ ଚିଠିକୁ ସୂଚାଇ କହିଛନ୍ତି ଯେ 1972 ମସିହାରେ ଯେତେବେଳେ ସେ ପ୍ରଥମେ ସେନିଟର ହୋଇଥିଲେ ତାପରେ ତାଙ୍କୁ ମୁମ୍ବାଇରୁ ଏକ ଚିଠି ଆସିଥିଲା । ତାଙ୍କ ପୂର୍ବପୁରୁଷ ମାନେ ଅଷ୍ଟାଦଶ ଶତାଦ୍ଦିରେ ଇଷ୍ଟ ଇଣ୍ଡିଆ କଂପାନୀରେ କାମ କରୁଥିଲେ ବୋଲି ଚିଠିରେ ଦର୍ଶା ଯାଇଛି ।

କିଏ ଜୋ ବାଇଡେନଙ୍କୁ ଏହି ଚିଠି ଲେଖିଛି ଏହା ବିଷୟରେ କେହି ଜାଣିନଥିଲେ ତଥାପି ବର୍ତ୍ତମାନ ଏହି ପରିବାର ଉଭା ହୋଇଛି । ସୋନିଆ ଫ୍ରାନସିସ୍ କହିଛନ୍ତି ଯେ ଏହି ଚିଠିକୁ ତାଙ୍କ ଜେଜେମାଁ ଲେସଲି ବାଇଡେନ ଲେଖିଛନ୍ତି ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପରିବାର 1973 ମସିହାରୁ ଏଠାରେ ରହିଆସୁଛନ୍ତି । ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ତାଙ୍କ ପରିବାର ବହୁତ ଖୁସି ଅଛନ୍ତି । 1983ରେ ଲେସିସଙ୍କର ମୃତ୍ୟୁ ହୋଇଥିଲା ।


ସୋନିଆ ବାଇଡେନଙ୍କ ଅନୁସାରେ ତାଙ୍କ ଜେଜେମାଁ ଲେସଲି ଜୋ ବାଇଡେନଙ୍କୁ 15 ଏପ୍ରିଲ 1981ରେ ଏକ ଚିଠି ଲେଖିଥିଲେ ପରବର୍ତ୍ତି ସମୟରେ ମେ 30 ,1981ରେ ଜୋ ବାଇଡେନଙ୍କୁ ଲେସିସଙ୍କ ଚିଠିର ଜବାବ ଦେଇଥିଲେ ଏବଂ ତାଙ୍କ ବଂଶ ବିଷୟରେ ଆଲୋଚନା କରିଥିଲେ । ଲେସଲି ଏବଂ ବାଇଡେନଙ୍କୁ ଚିଠି ମାଧ୍ୟମରେ ଲିଙ୍କ କରାଯାଇଥି୍ଲା କିନ୍ତୁ ଲେସଲିଙ୍କ ମୃତ୍ୟୁ ପରେ ଜୋ ଚିଠି ପଠାଇବା ପ୍ରକ୍ରିୟା ଶେଷ ହେଲା ।

ସୋନିଆଙ୍କ ଅନୁଯାୟୀ ବାଇଡେନ ପରିବାର କେବଳ ନାଗପୁରରେ ନୁହେଁ ମୁମ୍ବାଇ ଏବଂ ନ୍ୟୁଜିଲାଣ୍ଟରେ ଅଛନ୍ତି ଲେସଲିଙ୍କ ନାତି ଲେସଲି ଡେଭିଟ୍ ବାଇଡେନଙ୍କ ବିବାହରେ ବାଇଡେନ ପରିବାର ମଧ୍ୟ ଏକାଠି ହୋଇଥିଲେ । ସୋନିଆଙ୍କ ଭାଇ ଇଆନ୍ ବାଇଡେନ ମଧ୍ୟ ନାଗପୁରରେ ରୁହନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।