ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲର୍ଡ ଟ୍ରମ୍ପ ଯାଇ ପାରିନ୍ତି ଜେଲ୍ ? ଏପରି କିଛି ଖବର ବର୍ତ୍ତମାନ ସାମ୍ନକୁ ଆସିଛି । ତେବେ ନିକଟ ଅତୀତରେ ଶେଷ ହୋଇଛି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଏବଂ ଦୁଇ ଦଳର ନେତାଙ୍କ ଭିତରେ ଜୋ ବାଇଡେନ୍ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଛନ୍ତି । ଏହାସହିତ ଲୋକେମାନେ ତାଙ୍କୁ ବହୁତ୍ ସଂଖ୍ୟାରେ ଆଶିର୍ବାଦ ମଧ୍ୟ କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଆମେରିକା ଇତିହାସରେ ଏହି ନିର୍ବାଚନର ଫଳାଫଳ ଏକ ରେକର୍ଡ଼ ସୃଷ୍ଟି କରିଛି । କାରଣ ସବୁଠାରୁ ଅଧିକ ସଂଖ୍ୟାରେ ଇଲେକ୍ତୋରାଲ ଭୋଟ ପାଇ ଜୋ ବାଇଡେନ ଔପଚାରିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷିତ ହୋଇଛନ୍ତି ।
ତେବେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ଜୋ’ ବାଇଡେନ୍ଙ୍କୁ ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଇବାକୁ ଅନେକ ରାଷ୍ଟ୍ରର ବରିଷ୍ଠ ରାଜନୀତିଜ୍ଞ ମାନେ ଆଗଭର ହୋଇ ଉଠିଛନ୍ତି । ତେବେ ଯେତେବେଳେ ନୂତନ ଭାବରେ ରାଷ୍ଟ୍ରପତି ପଦରେ ଜୋ’ ବାଇଡେନ୍ ଜୟଯୁକ୍ତ ହୋଇଛନ୍ତି ଠିକ୍ ସେହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲର୍ଡ ଟ୍ରମ୍ପଙ୍କ ଛନ୍ଦି ହୋଇ ପଡିଛନ୍ତି ଅନେକ ସମସ୍ୟା ଘେରରେ ।
ଆଉ ଏହା ମଧ୍ୟ କୁହାଯାଉଛି ଯେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ନାମରେ ଅନେକ ହେରଫେର ସହିତ ଅନ୍ୟ ମାମଲା ମଧ୍ୟ ରହିଛି । ସେଥି୍ପାଇଁ ଯେତେବେଳେ ଟ୍ରମ୍ଫ ତାଙ୍କର ପଦରୁ ଇସ୍ତଫା ଦେବେ ସେତେବେଳେ ସେ ଜେଲ୍ କୁ ଯିବେ ବୋଲି କୁହାଯାଉଛି ।ଏହି ସବୁ କାରଣରୁ ନେଇ ବର୍ତ୍ତମାନ ବହୁ ଚର୍ଚ୍ଚା ହେବାରେ ଲାଗିଛି କି, ସତରେ କଣ ରାଷ୍ଟ୍ରପତି ଟ୍ରମ୍ପ ଜେଲ୍ ଯିବେ ତାଙ୍କ ନାମରେ ଥିବା ଅଭିଯୋଗ ଅନୁସାରେ । ଏହାସହିତ ରାଷ୍ଟ୍ରପତି ପଦରୁ ହଟିବା ପରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ବ୍ୟତୀତ କଠିନ ଆର୍ଥିକ ସ୍ଥିତିକୁ ମଧ୍ୟ ଟ୍ରମ୍ପଙ୍କୁ ସାମ୍ନା କରିବାକୁ ପଡ଼ିପାରେ । କିନ୍ତୁ ରାଷ୍ଟ୍ରପତି ପଦରେ ରହିଥିବା କାରଣରୁ ନିୟମ ଅନୁସାରେ ତାଙ୍କ ନାମରେ କୌଣସି ଅପରାଧିକ ମାମଲା ରୁଜୁ ହୋଇପାରିବ ନାହିଁ।
ସେଥିପାଇଁ ପଦରୁ ହଟିବା ପରେ ତୁରନ୍ତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଆମେରିକାର ଗଣମାଧ୍ୟମର ରିପୋର୍ଟ୍ ଅନୁସାରେ ଯଦି ଟ୍ରମ୍ପ ଜେଲ୍ ନ ଯାଆନ୍ତି ତେବେ ତାଙ୍କୁ ଏକ କଠିନ ଅର୍ଥନୈତିକ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିବ । ଏହି ରିପୋର୍ଟ୍ ଅନୁସାରେ ମାତ୍ର ଆସନ୍ତା 4 ବର୍ଷ ଭିତରେ ଟ୍ରମ୍ପଙ୍କୁ 30 କୋଟି ଡ଼ଲାରର ଋଣ ସୁଝିବାକୁ ପଡ଼ିବ । କିନ୍ତୁ ଟ୍ରମ୍ଫଙ୍କର ବର୍ତ୍ତମାନ ବ୍ୟବସାୟିକ ସ୍ଥିତି ଆଦୌ ଭଲ ନାହିଁ ।
ତେଣୁ 30 କୋଟି ଡ଼ଲାର ସେ କିପରି ସୁଝିବେ ତାହାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ଟ୍ରମ୍ପ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ଏହା ସଂମ୍ପୂର୍ଣ୍ଣ ଭୁଲ୍ ଖବର, ଏଥିରେ କୌଣସି ସତ୍ୟତା ନାହିଁ । ତେବେ ଟ୍ରମ୍ପଙ୍କ ସମାଲୋଚକମାନେ କୁହନ୍ତି ଯେ ରାଷ୍ଟ୍ରପତି ଶାସନ ଭାର ଥିବା କାରଣରୁ ଟ୍ରମ୍ପ ଅନେକ ଅପରାଧିକ ମାମଲାରୁ ବଞ୍ଚି ଯାଇଥିଲେ । ଯାହା ତାଙ୍କର ଆଇନଗତ ଓ ଅର୍ଥନୈତିକ ସମସ୍ୟା ଉପରେ ଏକ କବଚ ସଦୃଶ ରହିଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।