ଲୋଭ ସମ୍ଭାଳି ନ ପାରି ଅଜାକୁ ଧାରୁଆ ଅସ୍ତ୍ରରେ ହତ୍ୟା କଲା ନାତି। ଅଜା ରଖିଥିଲେ ଆଲମାରୀ ଭିତରେ ଟଙ୍କା ଆଉ ସୁନା ଯାହା ଉପରେ ରହିଥିଲା ନାତିର ନଜର। ଆଉ ଦିନକୁ ଦିନ ନାତିର ଲୋଭ ବଢ଼ି ଚାଲିଲା। କେମିତି ସବୁ ଟଙ୍କା ଆଉ ସୁନାକୁ ହଡ଼ପ କରି ପାରିବ ସେ ଯୋଜନାରେ ବ୍ୟସ୍ତ ଥିଲା ନାତି। ଆଉ ଯେତେବେଳେ ସୁଯୋଗ ପାଇଲା ସେତେବେଳେ ଆଲମାରୀ ଭିତରୁ ଟଙ୍କା ଆଉ ସୁନା ଚୋରୀ କରୁଥିଲା ନାତି ଆଉ ଏତିକି ବେଳେ ଧରି ନେଇଥିଲେ ଅଜା। ଆଉ ଶେଷରେ ଲୋଭକୁ ସହି ନପାରି ଅଜାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ନାତି।
ହଁ ଆଜ୍ଞା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନ ପୁର ଗାଁରେ। ଖସି ଯିବା ପାଇଁ ବସିଥିବା ନାତିକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍। ଆଉ ନାତିକୁ ପଚାର ଉଚରା ପରେ ସବୁ କଥା ସାମ୍ନାକୁ ଆସିଛି। ଅଜାକୁ ହତ୍ୟା କରିଥିବା ନାତିର ନା ହେଉଛି ଓମ୍ ପ୍ରକାଶ।ଖବର ମୁତାବକ ସବୁଦିନ ଭଳି ରାତିରେ ଖାଇ ପିଇ ଅଜା ନାତି ଆଉ ଆଇ ଶୋଇ ପଡ଼ିଥିଲେ। ଆଉ ନାତିର ମନ ଅଜା ରଖିଥିଲା ଆଲମାରୀର ଟଙ୍କା ଉପରେ ରହିଥିଲା। ଆଉ ସେ ସବୁ କୁ କିପରି ହଡ଼ପ କରିବେ ସେଇ ବାବଦରେ ଚିନ୍ତା କରୁଥିଲେ ଓମ୍ ପ୍ରକାଶ। ଆଉ ଅଜା ଆଇ ନିଦରେ ଶୋଇ ପଡ଼ିବା ବେଳେ ଆଲମାରୀ ଭିତରେ ଥିବା ଟଙ୍କା ଆଉ ସୁନାକୁ ବାହାର କରିବାରେ ଲାଗି ପଡ଼ିଲେ ଓମ୍ ପ୍ରକାଶ। କିନ୍ତୁ ହଠାତ୍ ଏହି ସମୟରେ ଅଜାଙ୍କ ନିଦ ଭାଙ୍ଗି ଯାଏ। ଆଉ ଓମ୍ ପ୍ରକାଶ ପ୍ରକାଶ ଚୋରି କରୁଥିବା ବେଳେ ଧରି ପକାଇଥିଲେ ଅଜା ହୃଷିକେଶ।
ଏହାପରେ ଅଜା ନିଜ ନାତିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ଆଉ ଏହି ସମୟରେ ନାତି ଗୋଟିଏ ଧାରୁଆ ଅସ୍ତ୍ରରେ ଅଜା ଉପରେ ଆକ୍ରମଣ କରିଥିକା। ଆଇଙ୍କୁ ମଧ୍ୟ ଛାଡି ନଥିଲା ନାତି। ଆଉ ଘଟଣା ସ୍ଥଳରେ ଅଜା ମୃତ୍ୟୁ ବରଣ କରିଥିବା ବେଳେ ଆଈଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ରହିଛି ବୋଲି ସୂଚନା ମିଳିଛି।
ତେବେ ପୋଲିସ୍ ଗତ କାଲିର ଏହି ଘଟଣା ପରେ ନାତି ଉପରେ ସନ୍ଦେହ କରିଥିଲା। ଆଉ ଏହାପରେ ପୋଲିସ୍ ନାତିକୁ ଅଟକ ରଖି ପଚରା ଉଚରା କରିଥିଲା ଆଉ ଏହା ପରେ ନାତି ଗୋଟି ଗୋଟି କରି ସବୁ କଥା ପୋଲିସ୍ ସାମ୍ନାରେ କହିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ନାତି ଓମ୍ ପ୍ରକାଶ ରହିଥିବା ବେଳେ ଏହା ପଛରେ ଆଉ କାହାର ହାତ ରହିଛି ତାକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।