Odisha News Portal

ଆଳୁ କେଜି 50 ପାର ଏଥିପାଇଁ ଦାୟୀ କିଏ ? ରାଜ୍ୟସରକାର ନାଁ କେନ୍ଦ୍ର ସରକାର , ଜାଣନ୍ତୁ କାହିଁକି ବଢୁଛି ଦରଦାମ ?

ବର୍ତ୍ତମାନ ଶୀତ ଋତୁ ଚାଲିଛି କିନ୍ତୁ ପନିପରିବା ଦର୍ ଆକାଶ ଛୁଆଁ କହିଲେ ଚଳେ । କାହିଁକି ନାଁ ଆଳୁ କିଲୋ 50 ଟଙ୍କା ଟପିଲାଣି ଏବଂ ପିଆଜ କିଲୋ 60 ରୁ 70 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି । ଏଭିଳି ପରିସ୍ଥିତିରେ ଲୋକ ଖାଇବେ କଣ ସେନେଇ ରୋଷେଇ ଘରେ ଚିନ୍ତା ପଡ଼ିଛି । ତେବେ ସବୁଠାରୁ ଅଧିକ ଅସୁବିଧାର ସାମ୍ନା କରୁଛନ୍ତିୁ ଗରିବ ଅସହାୟ ତଥା ଦିନ ମଜୁରିଆ ମାନେ୍ । ପିଆଜର ଅତ୍ୟଧିକ ମୂଲ୍ୟବୃଦ୍ଧି ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଉଟି ହନ୍ତସନ୍ତ ହେବାପରେ ମୂଲ୍ୟ ଟିକେ ଖସୁଥିବା ବେଳେ ଏବେ ଆଳୁର ମହଙ୍ଗା ମାଡ଼ରେ ଖାଉଟି ଅତିଷ୍ଠ ହେଲେଣି । ତେବେ ଗତ 2 ମାସ ମଧ୍ୟରେ ଆଳୁ, ପିଆଜ ଦର ଦୁଇଗୁଣା ବୃଦ୍ଧି ହୋଇଛି ।

ତେବେ ବର୍ତ୍ତମାନ ସମୟରେ ପିଆଜ ଦରରେ ସାମାନ୍ୟ ହ୍ରାସ ହୋଇଥିବା ବେଳେ କିନ୍ତୁ ଆଳୁ ଦର କମିବାର ନାଁ ହିଁ ଧରୁନି । ଆଉ ଏହି ଲଗାତର ଭାବରେ ଦର ବୃଦ୍ଧି ଖାଉଟିଙ୍କୁ ବହୁତ ହନ୍ତସନ୍ତ କରି ସାରିଲାଣି । ଅନ୍ୟପକ୍ଷରେ ସରକାରଙ୍କ ଦୂରଦୃଷ୍ଟି ଏବଂ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି ଅଭିଯୋଗ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ ।

ଗତ 2 ମାସ ତଳେ ଆଳୁ କେଜି 15 ରୁ 20 ଟଙ୍କା ରହିଥିଲା । ଆଉ ବର୍ତ୍ତମାନ ତାହା ବୃଦ୍ଧି ହୋଇ 50 ଟଙ୍କା ଟପିଲାଣି । ସେହିପରି ଦେଖିବାକୁ ଗଲେ ଜୁଲାଇ ଏବଂ ଅଗଷ୍ଟ ମାସରେ ପିଆଜ କିଲୋ 25 ରୁ 30 ଟଙ୍କା ଥିଲା । କିନ୍ତୁ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ହଠାତ 80 ଟଙ୍କାରେ ପହଞ୍ଚି ଥିଲା । ବର୍ତ୍ତମାନ ଆମଦାନୀ ସ୍ବାଭାବିକ ହେବା ଏବଂ ନୂଆ ଆନ୍ଧ୍ର ପିଆଜ ଆସିବା ପରେ ପିଆଜ କିଲୋ 55 ରୁ 60 ଟଙ୍କା ଟଙ୍କାକୁ ଖସିଛି । ଆଉ ସେହିପରି ଯଦି ଆମେ ଧର୍ମମାସ କାର୍ତ୍ତିକ ମାସ କଥା କହିବା ତେବେ ଏହି ସମୟରେ ଅଧିକାଂଶ ଘରେ ଆମିଷ ପଶୁନଥିବା ବେଳେ ପରିବା ଦର ବି ହ୍ରାସ ପାଉ ନାହିଁ ।


ତେବେ କାର୍ତ୍ତିକ ମାସ ସରିଲାକିନ୍ତୁ ତଥାପି ପନିପରିବା ଉପରେ କିଛି ବିଶେଷ ପ୍ରଭାବ ମଧ୍ୟ ପଡିଲା ନାହୀିଁ । ଆଉ ଅଧିକାଂଶ ପରିବା ଦାମ୍ କିଲୋ ଗ୍ରାମ ପ୍ରତି 30-40 ଟଙ୍କା ମଧ୍ୟରେ ରହିଛି । ତେଣୁ ସେଥଇପାଇଁ ଏବେ ଖାଉଟି ଚିନ୍ତାରେ ଅଛନ୍ତି । ରାଜ୍ୟରେ ବର୍ଷକୁ 14 ଲକ୍ଷ ଟନ୍ ଆଳୁ ଆବଶ୍ୟକ ହେଉଥିବା ବେଳେ ରାଜ୍ୟରେ ଉତ୍ପାଦନ ହେଉଛି କେବଳ 70-80 ହଜାର ଟନ୍ । ବଳକା 13 ଲକ୍ଷ ଟନ୍ ଆଳୁ ପାଇଁ ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ରାଜ୍ୟ ଉପରେ ର୍ନିଭର କରିବାକୁ ପଡୁଛି ।


କିନ୍ତୁ ବର୍ତ୍ତମାନ ପାଗ ଉତ୍ତମ ତଥା ସ୍ବଚ୍ଛଳ ରହି ଥିବା ସତ୍ବେ ମଧ୍ୟ ଏବଂ ଆମଦାନୀ ସ୍ବାଭାବିକ ରହିଥିଲେ ସୁଦ୍ଧା ଆଳୁଦର କମୁନାହିଁ । ଅନ୍ୟପକ୍ଷରେ ପଶ୍ଚିମ ବଙ୍ଗ ଏବଂ ଉତ୍ତର ପ୍ରଦେଶରେ ଆଳୁଦର ଉଚ୍ଚା ଥିବାରୁ ରାଜ୍ୟରେ ଆଳୁଦର ବଢ଼ିଚି ବୋଲି ଅନେକ ବ୍ୟବସାୟୀ କହିଛନ୍ତି । ଆଜି ମୂଲ୍ୟ କୁଇଣ୍ଟାଲ ପିଛା 3800 – 3900 ଟଙ୍କା ରହିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।