Odisha News Portal

ହେ ଭଗବାନ !ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ , ଦୟାକରି ତାଙ୍କର ସୁସ୍ଥତା କାମନା ପାଇଁ ଇଶ୍ବରଙ୍କ ଠାରେ ପ୍ରାର୍ଥନା କରନ୍ତୁ …..

ବଲିଉଡ୍ ରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଂମାନେ ବଲିଉଡକୁ ଆସିବା ପରେ ହିଁ ସେମାନଙ୍କର ଚମତ୍କାରୀ ଯାଦୁ ଦେଖାଇଛନ୍ତି । ଆଉ ଆଲିଆ ଭଟ୍ଟ ବି ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ବଲିଉଡରେ ବହୁତ ଷ୍ଟାର କିଡ୍ସ ଆସିଛନ୍ତି କିନ୍ତୁ କେବଳ ସଫଳତା ସେ ହିଁ ପାଇଛି ଯିଏ ନିଜର ଆକ୍ଟି କ୍ୟାରିୟର ଉପରେ ବହୁତ କଷ୍ଟ ଏବଂ ପରିଶ୍ରମ କରିଛନ୍ତି , ଆଉ ଆଲିଆ ଭଟ୍ଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ । ଆଜି ଆଲିଆ ଭଟ୍ଟ ବଲିଉଡରେ ଯେଉଁ ସ୍ତରରେ ରହିଛନ୍ତି କେବଳ ନିଜର ଚେଷ୍ଟା ଏବଂ ପରିଶ୍ରମ ବଳରେ ହାସଲ କରିଛନ୍ତି ।

ବଲିଉଡର ଏହି ବିୟୁଟି କ୍ୟାୁଇନ୍ ସବୁବେଳେ ନିଜର ସୂନ୍ଦରତା ଏବଂ ଷ୍ଟାଇଲ୍ ପାଇଁ ସମସ୍ତଙ୍କୁ ଇମ୍ପ୍ରେସ୍ କରିଛନ୍ତି । ଆଲିଆ ଭଟ୍ଟ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ତାଠାରୁ ଅଧିକ ଚମତ୍କାରୀ ଅଟେ ।

ତେବେ ବଲିଉଡର ଜଣେ ଆଗ ଧାଡ଼ିର ନାୟିକା ଭାବେ ଏବେ ବେଶ ପରିଚିତ Alia Bhatt । ଆଉ ନିଜର ଆଗାମୀ ପ୍ରୋଜେକ୍ଟ କୁ ନେଇ ବେଶ ସିରିୟସ ଥିବା ଆଲିଆ ଭଟ୍ଟ ଏବେ ହସ୍ପିଟାଲ ରେ ଭର୍ତ୍ତି ହୋଇ ଥିଲେ । ତେବେ ସୂଚନା ଅନୁସାରେ, ନିଜର ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ସୁଟିଂ ସମୟ ରେ ସେ ଅସୁସ୍ଥତା ଅନୁଭବ କରି ଥିଲେ ଯାହା ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲ ରେ ଭର୍ତ୍ତି କରା ଯାଇ ଥିଲା ।

ସୂଚନାଯୋଗ୍ୟ, ଆଲିଆ ଅତ୍ୟଧିକ ପରିଶ୍ରମ ଏବଂ କ୍ଲାନ୍ତ ଅନୁଭବ କରୁ ଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇ ଥିଲା । ହସ୍ପିଟାଲ ରେ ଭର୍ତ୍ତି ପରେ ସେ ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ପରେ ଏବେ ସୁସ୍ଥ ଅନୁଭବ କରି ଥିଲେ ଏବଂ ପରେ ସୁଟିଂ ସେଟ ରେ ପହଞ୍ଚି ପୁଣି ନିଜର କାମ ଆରମ୍ଭ କରି ଦେଇ ଥିଲେ ।

ଦ ଗଲି ବୟ ଆକ୍ଟ୍ରେଷ ଆଲିଆ ଭଟ୍ଟ ଏବେ ନିଜର ଅନେକ କିଛି ପ୍ରୋଜେକ୍ଟ ରେ କାମ କରୁଛନ୍ତି । ନିର୍ଦ୍ଦେଶକ ସଞ୍ଜୟ ଲିଲା ଭନସାଲୀ ଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ମୁମ୍ବାଇ ରେ ହିଁ ସୁଟିଂ ଚାଲିଛି । ଏହି ଫିଲ୍ମଟି ଚଳିତ ବର୍ଷ ଦୀପାବଳି (Diwali) ରେ ରିଲିଜ କରିବାକୁ ଯୋଜନା ରଖିଛନ୍ତି ପୁରା ଟିମ୍ ।

ତେବେ ଆଲିଆ ଭଟ୍ଟ ନିଜର ଆକର୍ଷଣୀୟ ଅଭିନୟ ଏବଂ ତା ସାଙ୍ଗକୁ ତାଙ୍କର ସୁନ୍ଦରତା ଏବଂ ମନଲୋଭା ହସ ପାଇଁ ସମସ୍ତ ଙ୍କ ର ବେଶ୍ ପସନ୍ଦ । ବହୁତ କମ୍ ସମୟ ମଧ୍ୟରେ ଆଲିଆ ବଲିଉଡ ରେ ନିଜ ପାଇଁ ଗୋଟିଏ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି , ଯାହା କି ବହୁତ କମ୍ ଅଭିନେତ୍ରୀ ଏହି ଦିଗ ରେ ସଫଳ ହୋଇ ପାରିଛନ୍ତି । ତେବେ ଆଲିଆ ଏବେ ବଲିଉଡର ଜଣେ ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି କେବଳ ନିଜର ଦୃଢ ମନୋବଳ , କଠିନ ପରିଶ୍ରମ ଏବଂ ନିଷ୍ଠାପର ଚେଷ୍ଟା ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।