ଅସ୍ବାସ୍ଥ୍ୟକର ଜୀବନଶୈଳୀ ,ରାତି ଅନିଦ୍ରା ଓ ଖାଦ୍ୟପେୟ ଯୋଗୁଁ ଆଖୁ ତଳେ କଳା ଦାଗ ପଡ଼ିଯାଏ । ଏହା କେମିତି କରିବେ ଦୂର ? ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।ଆଖି ତଳେ କଳା ଦାଗ କାହିଁକି ହୁଏ?ଆଖି ତଳେ କଳା ଦାଗ ପଡ଼ିବାର ବହୁତ୍ ଗୁଡ଼ିଏ କାରଣ ରହିଛି।ଆଜିକା ଦିନରେ ଅତ୍ୟାଧିକ ମୋବାଇଲ ଲ୍ୟାପଟପ୍ କମ୍ପ୍ୟୁଟର ଆଦିର ବ୍ୟବହାର ଏକ ମୁଖ୍ୟ କାରଣ ଅଟେ। ଏହା ସହିତ ଶରୀରରେ ହିମୋଗ୍ଲୋବିନ ର ମାତ୍ର କମ୍ ହେଲେ ମଧ୍ୟ ଆଖି ତଳେ କଳା ଦାଗ ପଡ଼ି ଯାଇଥାଏ।ଭିଟାମିନ ବି କମ୍ପ୍ଲେକ୍ସ ଭିଟାମିନ ସି ଅଭାବ ହେଲେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ।
ଆଖି ତଳେ କଳା ଦାଗ କାହିଁକି ହୁଏ?
ସବୁଠୁ ବଡ କଥା ହେଉଛି ଆମେ ଆମ ଲାଇଫ ଷ୍ଟାଇଲ ରେ ପରିବର୍ତ୍ତନ ଆଣିବା। ଯେମିତିକି ରାତି ଅନିଦ୍ରା ହେବା ନାହିଁ। ଯଦି ଅଧିକ ସମୟ ମୋବାଇଲ କିମ୍ଵା ଲାପଟପ୍ ବ୍ଯବହାର କରୁଛନ୍ତି ତେବେ ଅଲ୍ଟରା ଭାୟଲେଟ ରେଡିୟସନ୍ ପ୍ରୋଟେକ୍ଟିଭ ଗ୍ଲାସେଶ ୟୁଜ୍ କରନ୍ତୁ। ଏହା ସହିତ ଆପଣ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ।
ଆଖି ତଳେ କଳା ଦାଗର ଚିକିତ୍ସା:-
ସବୁଜ ପନିପରିବା ଏବଂ ଫଳ କୁ ଅଧିକ ମାତ୍ରାରେ ଆପଣ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ। ଭିଟାମିନ ବି କମ୍ପ୍ଲେକ୍ସ ଭିଟାମିନ ସି ଯେଉଁଥିରେ ଅଧିକ ପରିମାଣ ରେ ରହିଛି ଆପଣ ସେ ସବୁ ଖାଇବେ।ଏହା ସହ ଯଦି ଆପଣଙ୍କ ହେମୋଗ୍ଲୋବିନ୍ ର ମାତ୍ରା କମ୍ ରହିଛି ସେଥିପାଇଁ ମଧ୍ୟ ଆଖି ତଳେ କଳା ଦାଗ ଦେଖା ଯାଇଥାଏ। ସେଥିପାଇଁ ଆପଣ ଡ଼ାକ୍ତରଙ୍କ ପରାମର୍ଶ ମଧ୍ୟ ନେଇ ପାରିବେ।
ଏହା କେମିତି କରିବେ ଦୂର?
ତେବେ ଆପଣ ଘରେ କିଛି ହୋମ୍ ରେମେଡି ଚାହିଁଲେ ପ୍ରସ୍ତୁତ କରି ପାରିବେ। ଯେମିତିକି ଆଳୁ ରସ ଲଗାଇବା, କାକୁଡି ଲଗାଇବା, କ୍ଷୀର ଯେଉଁ କ୍ରିମ ୟୂଜ୍ କରିବା ମଧ୍ୟ ଲାଭକାରୀ ହୋଇଥାଏ। ଏହା ସହିତ ଆପଣ କିଛି ନ୍ୟୁଟ୍ରୀୟସ ଫ୍ରୁଟ ଖାଇବେ। କଦଳୀ ଖାଇବେ। କଦଳୀ ରେ ବହୁତ୍ ହି ଅଧିକ ଆଇରନ ରହିଥାଏ। ତେଣୁ ଆପଣ ପ୍ରତିଦିନ କଦଳୀ ଖାଇବେ। ଏହା ସହିତ ଅଁଳା ମଧ୍ୟ ଖାଇବେ।ଅଁଳା ରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଥାଏ କି ଯାହା ଆଖି ତଳର କଳା ଦାଗ କୁ ଦୂର କରିବାରେ ବହୁତ୍ ହିଁ ସାହାଯ୍ୟ କରିଥାଏ।
ପ୍ରତିଦିନ ଆପଣ ଆପଣଙ୍କ ଖାଦ୍ୟରେ ନିହାତି ଶାଗ ର ଗୋଟିଏ ଆଇଟମ ସାମିଲ କରନ୍ତୁ। ଶାଗରେ ଭରପୁର ମାତ୍ରାରେ ଆଇରନ ରହିଥାଏ ଯାହା ସ୍କିନ ପାଇଁ ବହୁତ୍ ହିଁ ଭଲ। ଏହା ସହିତ ସବୁଠାରୁ ବଡ଼ କଥା ହେଉଛି କି ଆପଣ ପାଣି ପିଇବା କେବେ କମ୍ କରିବେ ନାହିଁ। ପାଣି ଆପଣ ଯେତେ ପାରିବେ ସେତେ ପିଇବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।