ଆଜି ହିଁ କରନ୍ତୁ ଏହି 3ଟି ଉପାୟ ମା ଲଷ୍ମୀ ପ୍ରସନ୍ନ ହେବେ || Sadhu Bani

ପ୍ରତ୍ୟେକ ମନୁଷ୍ୟ ଜୀବନରେ ଧନର ଆବଶ୍ୟକତା ରହିଛି। ସେଥିପାଇଁ ସମସ୍ତେ ମା ଲକ୍ଷ୍ମୀଙ୍କ ଆରାଧନା କରିଥାନ୍ତି। ଏବଂ ଧନ ଆଗମନର କାମନା କରିଥାନ୍ତି। ତେବେ ମା ଲକ୍ଷ୍ମୀ ସହଜରେ କାହା ଉପରେ ପ୍ରସନ୍ନ ହୁଅନ୍ତି ନାହିଁ। ମା ଲକ୍ଷ୍ମୀଙ୍କୁ ଖୁସି କରିବା ବଡ କଠିନ କାମ ଅଟେ। କିନ୍ତୁ ଯାହା ଉପରେ ମା ଲକ୍ଷ୍ମୀଙ୍କ ଯେଉଁ ଘରେ ବାସ କରିଥାନ୍ତି ଓ ମା ଲକ୍ଷ୍ମୀଙ୍କ କୃପା ଯାହା ଉପରେ ରହିଥାଏ ତା ଜୀବନର ସବୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇ ଯାଇଥାଏ।


କୁହା ଯାଇଥାଏ କି ମା’ ଲକ୍ଷ୍ମୀ ହେଉଛନ୍ତି ଧନ,ଐଶ୍ଚର୍ଯ୍ୟ, ସୌଭାଗ୍ୟ,ସୁଖ ସମୃଦ୍ଧିର ଦେବୀ।ସମସ୍ତ ପ୍ରକରର ଶ୍ରୀ ବୈଭବ ଐଶ୍ଚର୍ଯ୍ୟ ଆନନ୍ଦ ଏବଂ ସୁଖ ଶାନ୍ତି ମା ଲକ୍ଷ୍ମୀ ପ୍ରଦାନ କରିଥାନ୍ତି। ଯେଉଁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ ସେହି ବ୍ୟକ୍ତି ଜୀବନରେ କେବେ ବି ଦୁଃଖ କଷ୍ଟ ଆସେ ନାହିଁ। ତେବେ ଆମ ଶାସ୍ତ୍ର ଅନୁସାରେ ସଂସାରର କୌଣସି କାର୍ଯ୍ଯ କରିବା ପାଇଁ କିଛି ନା କିଛି ନୀତି ନିୟମ ରହିଥାଏ। ଯଦି ମନୁଷ୍ୟ ଏହି ସବୁ ନୀତି ନିୟମକୁ ମାନି ଚାଲି ଥାଏ ଖୁବ୍ ମଙ୍ଗଳ ହୋଇଥାଏ।


ତେବେ ଆଜି ଆମେ ଆପଣଙ୍କୁ ଏପରି ତିନୋଟି ଉପାୟ କହିବୁ ଯାହା ପାଳନ କରି ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ପାରିବେ।ତେବେ ମା ଲକ୍ଷ୍ମୀଙ୍କ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ ମାତ୍ର ଏହି ତିନୋଟି ଉପାୟ ପ୍ରତିଦିନ ଗାଧୋଇ ସାରି କରିବା ପାଇଁ ପଡ଼ିବ। ଯାହା ପାଳନ କରିବା ଦ୍ୱାରା ଆପଣଙ୍କ ଘରେ କେବେବି ଧନର ଅଭାବ ହେବ ନାହିଁ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଉପାୟ।


୧. ପ୍ରତିଦିନ ଗାଧୋଇ ସାରିବା ପରେ ପ୍ରଥମେ ଘରର ମୁଖ୍ୟ ଦ୍ଵାର ଏବଂ ଠାକୁର ଘର୍ ଦୁଆର୍ ବନ୍ଧରେ ମା ଲକ୍ଷ୍ମୀଙ୍କ ପାଦ ଚିହ୍ନର ଚିତା ପକାନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଘରେ ମା ଲକ୍ଷ୍ମୀ ସ୍ଥାୟୀ ଭାବେ ବାସ କରିବାକୁ ଲାଗିବେ।
୨. ରସୋଗୋଲା ମା ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେବେ ଆପଣ ଯେତେବେଳେ ମା ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି ସେତେବେଳେ ମାଙ୍କ ପାଖରେ ରସୋଗୋଲାର ଭୋଗ ନିଶ୍ଚିତ ଭାବେ ଚଢ଼ାନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁବ୍ ପ୍ରସନ୍ନ ରହିବେ। ଆଉ ଆପଣଙ୍କ ଉପରେ ମା ଲକ୍ଷ୍ମୀ ତାଙ୍କର କୃପା ଓଜାଡ଼ି ଦେବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।
୩. ଲାଲି ରଙ୍ଗର ଫୁଲ ମଧ୍ୟ ମା ଲକ୍ଷ୍ମୀଙ୍କ ଖୁବ୍ ପ୍ରିୟ ହୋଇଥାଏ। ତେବେ ମାଙ୍କୁ ପୂଜା କରିବା ସମୟରେ ନାଲିରଙ୍ଗର ଫୁଲ ମାଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନର ସବୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଯିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment