ଆଜିଠାରୁ ଏହି ନେତୃତ୍ୱ ନେବେ ଅପରାଜିତା ଷଡ଼ଙ୍ଗୀ, ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କି ଏହି ନେତ୍ରୀ ? ଆପଣଙ୍କ ମତାମତ କଣ କମେଣ୍ଟ କରନ୍ତୁ , କଣ ସତରେ ଓଡିଶାର ବିକାଶ ହେବ ?
ବର୍ତ୍ତମାନର ସବୁଠୁ ବହୁତ ବଡ ଖବର । ରାଜ୍ୟରେ ଆଗାମୀ ସମୟରେ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ସାସଂଦ ଅପରାଜିତା ଷଡଙ୍ଗୀ । ତେବେ ରାଜ୍ୟ ବିଜେପି ର ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ବର୍ତ୍ତମାନ ର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ନାମକୁ ନେଇ ଚର୍ଚା ହେଉଥିବା ବେଳେ ଧୀରେ ଧୀରେ ଅପରାଜିତା ଙ୍କ କ୍ଷମତା ବି ବୃଦ୍ଧି କରା ଯାଉଛି ତାଙ୍କର ଦକ୍ଷତା କୁ ଦୃଷ୍ଟି ଆଗରେ ରଖି । ତେବେ ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଯେଉଁ ନିର୍ଭିକତା ଢଙ୍ଗରେ କଥାବାର୍ତ୍ତା ଏବଂ ଲୋକଙ୍କ ସହିତ ଜଡି ରହିବାର କଳା ସମସ୍ତଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରିଛି ।
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ଅପରାଜିତା ଙ୍କ ଲୋକ ସମ୍ପର୍କ ବୃଦ୍ଧି ସହିତ ତାଙ୍କର ଲୋକାଭିମୁଖୀ କାର୍ଯ୍ୟକୁ ନେଇ ଏବେ ସବୁଆଡେ ଗୋଟିଏ ଚର୍ଚା ହେବାରେ ଲାଗିଛି ଯେ ଆଗାମୀ ସମୟରେ ହୁଏତ ବହୁତ ଶୀଘ୍ର ଓଡିଶା ବିଜେପିର ମଙ୍ଗ ଧରିପାରନ୍ତି ସାସଂଦ ଅପରାଜିତା ଷଡ଼ଙ୍ଗୀ ।
କାହିଁକି ନାଁ ଲୋକ ମାନଙ୍କର ତାଙ୍କ ପ୍ରତି ରହିଛି ପ୍ରବଳ ସମର୍ଥନ ତାଙ୍କୁ ସେହି ସ୍ଥାନରେ ଅଧିଷ୍ଠିତ କରିପାରେ ବୋଲି କୁହା ଯାଉଛି । ଆଉ ଯେଉଁ କାରଣରୁ ସେ କେନ୍ଦ୍ର ସରକାରଙ୍କ ଏବଂ ବିଜେପି ପାର୍ଟିର ପ୍ରିୟ ଭାଜନ ହୋଇ ପାରିଛନ୍ତି ।ତେବେ ଗୋଟିଏ ପଟେ ଅପରାଜିତା ଷଡଙ୍ଗୀ ଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଏପଟେ ତାଙ୍କ କ୍ଷମତା କୁ ବି ମଧ୍ୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ଧୀରେ ଧୀରେ ବୃଦ୍ଧି କରା ଯାଉଛି। ଆଉ ଯାହା ଫଳରେ ଏହି ଆଶା ଅଧିକ ମାତ୍ରାରେ ସଞ୍ଚାର ହେଉଛି ଏବଂ ଲୋକ ମାନଙ୍କ ମନରେ ଧାରଣା ଅଧିକ ସ୍ପଷ୍ଟ ହେବାରେ ଲାଗିଲାଣି ଯେ ଆଗାମୀ ଦିନରେ ଓଡିଶାର ବିଜେପି ମଙ୍ଗ ଧରିପାରନ୍ତି ଭୂବନେଶ୍ବର ସାସଂଦ ଅପରାଜିତା ଷଡ଼ଙ୍ଗୀ ।
ଧର୍ମେନ୍ଦ୍ର ପ୍ରଧାନ ଏହି ଦୌଡ ରେ ଥିବା ବେଳେ ଏବଂ ଜାତୀୟ ସ୍ତରରେ ସମ୍ବିତ ପାତ୍ର ଙ୍କ ଦବ ଦବା ରହିଥିବା ବେଳେ କିନ୍ତୁ ଭାରତୀୟ ଜନତା ପାର୍ଟିର ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀ ଙ୍କ ନାମ ବେଶ୍ ଚର୍ଚ୍ଚା ହେଉଛି।ଆଉ ଯେଉଁ କାରଣ ପାଇଁ ତାଙ୍କୁ ଦଳ ତରଫରୁ ବାରମ୍ବାର ବଡ଼ ବଡ଼ ପଦବୀ ମଧ୍ୟ ଦିଆ ଯାଉଛି। ସୂଚନାଯୋଗ୍ୟ, ସେ ପୂର୍ବରୁ ରାଷ୍ଟ୍ରୀୟ ପ୍ରବକ୍ତା ଭାବରେ ନିଯୁକ୍ତ ପାଇଥିବା ବେଳେ ଏବେ ପୁଣି ସେ ବିଜେପି ତରଫରୁ ଏକ ବଡ଼ ଦାୟିତ୍ୱ ଲିଭାଇବାକୁ ଯାଉଛନ୍ତି। ସାଂସଦ ଏବେ 3 ଟି ରାଜ୍ୟର ମିଡ଼ିଆ ପ୍ରଭାରୀ ଦାୟିତ୍ୱକୁ ତୁଲାଇ ବାକୁ ଯାଉଛନ୍ତି।
ସୂଚନା ଅନୁସାରେ ଏବେ ଓଡିଶା, ଆଣ୍ଡାମାନ-ନିକୋବର ଏବଂ ପାଣ୍ଡିଚେରୀ ଏହି 3ଟି ରାଜ୍ୟରର ମିଡ଼ିଆ ପ୍ରଭାରୀ ଭାବେ କେନ୍ଦ୍ର ବିଜେପି ଦ୍ୱାରା ଅପରାଜିତାଙ୍କୁ ନିଯୁକ୍ତ କରାଯାଇଛି । ତେବେ ଦାୟିତ୍ୱ କୁ ତୁଲାଇବା ରେ ଦୃଢ଼ ଆତ୍ମ ବିଶ୍ୱାସ ଏବଂ ବଦ୍ଧ ପରିକର ଥିବା ଅପରାଜିତା ଏବେ ଏହି ନୁଆ ଦାୟିତ୍ୱ କୁ କିଭଳି ଭାବରେ ତୁଲାଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଯାହାକୁ ନେଇ ଏବେ ପୁଣି ପ୍ରଶଂସକ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।