Odisha News Portal

ନୂଆବର୍ଷ ଦେଶରେ ନୂଆ ନିୟମ ଲାଗୁ ହେଲା , ଆଜିଠାରୁ ଲାଗୁହେଲା ଖାସ୍ ନିୟମ ! ଖବରଟି ନିଶ୍ଚିତ ପଢନ୍ତୁ କାରଣ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ…..

0 43

ନୂଆବର୍ଷ ଆସିଲା ଦେଶରେ ନୂଆ ନିୟମ ଲାଗୁ ହେଲା । ଅନେକ କ୍ଷେତ୍ରରେ ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ତେଣୁ ଆପଣ ମାନେ ଏହି ନିୟମ ସଂପର୍କରେ ଜାଣିବା ନିତାନ୍ତ ଆବସ୍ୟକ । କାହିଁକଗିନା ଟିକେ ଅସାବଧାନତା ହେତୁ ଆପଣଙ୍କୁ ଦେବାକୁ ହୋଇପାରେ ମୋଟା ଅଙ୍କର ଜୋରିମାନା । ତେଣୁ ଆପଣ ମାନେ ନିଶ୍ଚିତ ରୂପରେ ଜାଣିରକିବା ଆବଶ୍ୟକ କି କେଉଁ ନିୟମରେ ପରିବର୍ତ୍ତନ କରୁଛନ୍ତି କେନ୍ଦ୍ର ସରକାର ।
ଆଜିଠାରୁ ଗାଡି , ମଟର ,ମୋବାଇଲ କ୍ୟାଲସ , ଚେକ ପେମେଣ୍ଟ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ଲାଗୁ ହେବ ନୂଆ ନିୟମ ।

1–ଜିେସଟି ରିଟର୍ଣ୍ଣରେ ପରିବର୍ତ୍ତନ

 

ଏଣିକି କ୍ଷୁଦ୍ର ବ୍ୟବସାୟ ଲାଗି ଡିଏସଟି ରିଟର୍ଣ୍ଣରେ ପରିବର୍ତ୍ତନ ଆହୁରି ସ୍ୱାଭାବିକରଣ ହେବ । ଏଣିକି ଯାହାର ବାର୍ଷିକ ଆୟ 5 କୋଟି ଟଙ୍କା ଥିବ ସେମାନଙ୍କୁ ଚାରିଟି ସେଲସ ରିଟର୍ଣ୍ଣ ଫାଇଲ ଦାଖଲ କରିବାକୁ ପଡିବ ।

2–ଟୋଲପ୍ଲାଜାରେ ଫାସଟ୍ୟାଗ ବାଧ୍ୟତାମୂଳକ

ଡିଜିଟାଲ ହେବ ଟୋଲପ୍ଲାଜା , ସମସ୍ତ ଚାରିଚକିଆ ଯାନରେ ଫାସଟ୍ୟାଗ ଲଗେଇବା ବାଧ୍ୟତାମୂଳକ । ଯଦି ଗାଡି ଗୁଡିକ ଫାସଟ୍ୟାଗ ଲଗେଇନଥାନ୍ତି ତେବେ ସେମାନଙ୍କ ଠାରୁ ଦୁଇ ଗୁଣା ଟ୍ୟାକ୍ସ ଆଦାୟ କରାଯିବ ।

3–ବନ୍ଦ ହୋଇଯିବ ହ୍ୱାଟସଅପ

ବନ୍ଦ ହୋଇଯିବ ଲୋକପ୍ରିୟ ମେସେଜିଙ୍ଗ ଆପ ହ୍ୱାଟସଅପ , ଅଳ୍ପ କେତେକ ନିର୍ଧିଷ୍ଟ ଫୋନରେ 1 ଜାନୁଆରୀରୁ ହ୍ୱାଟସଅପ କାମ କରିବ ନାହିଁ । ଏହି ପୋନରେ ଆଣ୍ଡରୋଏଡ ଏବଂ ଆଇଫୋନ ସାମିଲ ରହିଛି । ପୁରୁମା ଭରସୋନ ସପ୍ଟୱାୟ ବିଶିଷ୍ଟ ଫୋନରେ ହ୍ୱାଟ୍ସଅଫ କାମ କରିବ ନାହିଁ ।

4–ମହଙ୍ଗା ହେବ କାର

ଆଜିଠାରୁ ବଢିପାରେ କାରର ମୂଲ୍ୟ , ଦେଶର ନାମୀ ଦାମୀ କାର ଗୁଡିକ ନିଜ ନିଜର ନାମୀ ଦାମୀ କାରର ମୂଲ୍ୟ ବୃଦ୍ଧି କରିବେ ବୋଲି ସୂଚନା ରହିଛି । କେଉଁ କାର ମଡେଲ ଉପରେ କେତେଟଙ୍କା ବଡିବ ସେ ନେଇ ନିର୍ଦିଷ୍ଟ ସୂଚନା ମିଲିନାହିଁ ।

5– ୟୁପିଆଇ ଟ୍ରାନଜାକସନ

ଦେଶବ୍ୟାପୀ ମହଙ୍ଗା ହେବ ଡିଜିଟାଲ ଟ୍ରାନଜାକସନ । ଆମାଜନ ପେ , ଗୁଗୁଲ ପେ, ଏବଂ ପୋନ ପେ ରୁ ପେମେଣ୍ଟ କଲେ ଆପଣ ମାନଙ୍କୁ ଦେବାକୁ ପଡିବ ଅତିରିକ୍ତ ଟଙ୍କା । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ବ୍ୟବହାର କାରୀ ।

6–ବିନା ଜିରୋରେ ଲାଗିବନି ଫୋନ

ଯଦି ଆପଣ 1 ଜାନୁୟାରୀ ପରେ ଲ୍ୟାଣ୍ଡଲାଇନରୁ କୌଣସି ବି ମୋବାଇଲ ନମ୍ବରରେ ଫୋନ୍ ଲଗାଉଛନ୍ତି ତେବେ ଆପଣଙ୍କୁ 0 ବ୍ୟବହାର କରିବାକୁ ପଡିବ । ବିନା ଜିରୋରେ କଲ୍ ଲାଗିବନି ।

7–ସରଳ ହେବ ଜୀବନ ବୀମା

2021 ରେ ଆପଣ ମାନେ କମ ପ୍ରିମିୟମରେ ବୀମା କରିପାରିବେ । IRDAI ସମସ୍ତ କମ୍ପାନୀମାନଙ୍କୁ ସରଳ ଜୀବନ ବୀମା ଲଞ୍ଚ୍ କରିବା ପାଇଁ କହିଛି ।

8–ସରଳ ହେବ ବିଜୁଳି ସଂଯୋଗ

ସାର ଦିନରେ ମେଟ୍ରୋସିଟି ମାନଙ୍କରେ ମିଳିବ ନୂତନ ବିଜୁଳି ସଂଯୋଗ । ଏହା ସହ ପୌର ପାଳିକାରେ ମଧ୍ୟ 15 ଦିନ ମଧ୍ୟରେ ଏବଂ ଗ୍ରାମାମ଼୍ଚଳରେ ଓକ ମାସ ବିତରେ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ ।