Odisha News Portal

ପୁଣି ଥରେ କର୍ଫ୍ୟୁ ଜାରି !ଆଜି ଠାରୁ ଏହି ସହରରେ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ ! ରାତି 9 ରୁ ସକାଳ 6 ପର୍ଯ୍ୟନ୍ତ ସବୁ ବନ୍ଦ ……

ସାମ୍ନାକୁ ଆସିଲା ବହୁତ ବଡ ଖବର । ଆଜି ଠାରୁ 57 ଘଣ୍ଟା ପାଇଁ ଜାରି ହେଲା କର୍ଫ୍ୟୁ । ଏହି ଅଞ୍ଚଳରେ ଲାଗୁ ହେଲା କର୍ଫ୍ୟୁ । ତେବେ ଚାଲନ୍ତୁ ସେହି ଅଞ୍ଚଳ ବିଷୟରେ ସଂମ୍ପୂର୍ଣ୍ଣ ତଥ୍ୟ ବିଷୟରେ ଜାଣିବା ଏହି ଲେଖା ମାଧ୍ୟମରେ । ତେବେ ଚାଲନ୍ତୁ ନଜର ପକାଇବା ଆଜିର ଏହି ବଡ ଖବର ଉପରେ ।ତେବେ ଆଲୋକର ପର୍ବ ଦୀପାବଳି ପରେ ଜାତୀୟ ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ର ସମେତ ଦେଶର କିଛି ରାଜ୍ୟର କୋଭିଡ ଆକ୍ରାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନଜରର ରଖି କିଛି ସରକାର ପୁଣି ଥରେ କରୋନା କଟକଣା ସହିତ କର୍ଫ୍ୟୁ ଲାଗୁ କରିବାକୁ ଯୋଜନା କରୁଛନ୍ତି । ଏ ସବୁ ମଧ୍ୟରେ ଆଜି ଠାରୁ ଗୁଜୁରାଟ ର ରାଜଧାନୀ ଅହମଦାବାଦ୍ ରେ 57 ଘଣ୍ଟା ପାଇଁ କର୍ଫ୍ୟୁ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ ।

ଅନ୍ୟ ପକ୍ଷରେ ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ମଧ୍ୟ କରୋନା ସଂକ୍ରମଣ ର ବୃଦ୍ଧିକୁ ନଜରରେ ରଖି ପୁଣି ଥରେ ଲକଡାଉନ୍ ଲାଗୁ କରିବା ପାଇଁ ସଂକେତ ଦେଇ ସାରିଛନ୍ତି । ତେବେ ମିଳି ଥିବା ସୂଚନା ଅନୁଯାୟୀ ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 45 ହଜାର ରୁ ଉର୍ଦ୍ଧ କୋଭିଡ ପଜିଟିଭ ମାମଲା ସାମ୍ନାକୁ ଆସିଛି ।

ତେବେ କିଛି ଦିନ ହେବ ଅହମଦାବାଦ୍ ରେ କୋଭିଡ ଆକ୍ରାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି କରୋନାର ହଟ୍ସପୋର୍ଟ ଅଞ୍ଚଳ ଭାବେ ଗଣା ହେଉଛି ଅହମଦାବାଦ୍ ସହରକୁ । ଯାହାକୁ ନଜରରେ ରଖି ସରକାର କର୍ଫ୍ୟୁ ଲାଗୁ କରିବା ନେଇ ନିଷ୍ପତି ନେଇଛନ୍ତି । ଅହମଦାବାଦ୍ ଅଞ୍ଚଳରେ 57 ଘଣ୍ଟା ପାଇଂ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର ।


ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ 13 ଶହ ରୁ ଅଧିକ କୋଭିଡ ମାମଲା ସାମ୍ନାକୁ ଆସିଛି ।ତେବେ ଦୀପାବଳି ପରେ ଜାତୀୟ ରାଜଧାନୀ ନୂଆ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ କେଜ୍ରିୱାଲ୍ ସରକାର । ଏପରିକି ଗହଳିକୁ ରୋକିବା ପାଇଂ ବିବାହ ଉତ୍ସବ ଆଦିରେ 50 ଜଣ ଲୋକ ଯିବାକୁ ଅନୁମତି ଦେଇଥିବା ବେଳେ ଲୋକଙ୍କୁ ସଚେତନ କରୁଛନ୍ତି ସ୍ଥାନୀୟ ପ୍ରଶାସନ ।


ଏଥିସହିତ କିଛି ଦିନ ହେବ କରୋନା ମାମଲା ବଢିବା ଫଳରେ ଦିଲ୍ଲୀରେ ଲକଡାଉନ କଟକଣା ଲାଗୁ କରିବା ନେଇ ଆଲୋଚନା କରିଛନ୍ତି ଦିଲ୍ଲୀ ସରକାର ।ଦୀପାବଳି ପରେ ପ୍ରଦୂଷଣ ବଢିବା ଫଳରେ ଦିଲ୍ଲୀରେ ବର୍ତ୍ତମାନ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଓଡିଶାର ରାଜଧାନୀ ଭୂବନେଶ୍ବରରେ ମଧ୍ୟ ପୁଣି କରୋନାର 2ୟ ଲହରୀ ଦେଖା ଦେବାର ଆଶଙ୍କା ଦେଇଛି । ଧିରେ ଧିରେ ପଣି କରୋନା ପଜିଟିଭ୍ ସାମ୍ନାକୁ ଆସିବାକୁ ଲାଗିଛି । ତେଣୁ ଏହାକୁ ନଜରରେ ରଖି ଓଡିଶାର ରାଜ୍ୟ ସରକାର ମଧ୍ୟ ଚିନ୍ତିତ । ଏଥିପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଆଗକୁ ଲକଡାଉନ କରିବା ପାଇଂ କିଛି ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।