Odisha News Portal

ଧନତେରସ ପରେ ପରେ ପୁଣି ଦେଶରେ ବହୁ ମାତ୍ରାରେ ହ୍ରାସ ପାଇଛି ସୁନାଦର ! ନୂଆ ରେଟ୍ ଶୁଣିଲେ ନିଶ୍ଚିତ ଭାବରେ ଆଗ୍ରହ ହେବେ କିଣିବାକୁ….

କରୋନା ପ୍ରଭାବ ପାଇଁ ସାରା ବିଶ୍ୱରେ ସେୟାର ବଜାର ପ୍ରଭାବିତ ହୋଇଥିଲା , ମାତ୍ର ଏବେ ସେଥିରେ ଟିକେ ସୁଧାର ମଧ୍ୟ ଆସିଛି । ତେବେ ସୁନା ଏବଂ ରୂପାର ଦାମରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖା ଦେଇଛି । ବର୍ତ୍ତମାନ ସମୟରେ ସୁନାର ଦାମକୁ ନେଇ କରି ବହୁତ ହିଁ ବଡ ଖବର ଆସିଛି । ଲଗାତାର ଭାବେ ଗତ କିଛି ଦିନ ହେବ ସୁନା ଦାମ କମିବାରେ ଲାଗିଛି । ଆଜି ଭାରତୀୟ ବଜାରରେ 24 କ୍ୟାରେଟ ସୁନାର ଦାମରେ ବହୁତ ହ୍ରାସ ପାଇଛି . ତେବେ ସୁନାର ଦର ହ୍ରାସ ପାଇବାର ପ୍ରମୁଖ କାରଣ ହେଉଚି ଡଲାର ଅନୁସାରେ ଟଙ୍କାର ମଜବୁତ ସ୍ଥିତି ଅର୍ଥାତ ଡଲାର ତୁଳନାରେ ଟଙ୍କାର ଚାହିଦା ଅଧିକ ରହିଥିବାକୁ ସୁନାର ଦାମରେ ହ୍ରାସ ଦେଖିବାକୁ ମିଳୁଛି ।

ତେବେ ଯଦି ଏହି ସ୍ଥିତି ଆଗକୁ କୌଣସି ପରିବର୍ତ୍ତନ ଦେଖା ଜେବ ଅର୍ଥାତ ଡଲାରର ତୁଳନାରେ ଟଙ୍କାର ଚାହିଦା ଯଦି ଅଧିକ ହେବ ତେବେ ସୁନାର ଦରର ବୃଦ୍ଧି ପାଇପାରେ । ତେବେ ଆସନ୍ତୁ ଜାଣିବା ଆଜିର ସମୟରେ ସୁନାର ଦାମ କେତେ ରହିଛି । ଯଦି ଆପଣ ମାନେ ଏହି ସମୟରେ ସୁନା କିଣିବା ପାଇଁ ଚାହୁିଂଛନ୍ତି ତେବେ କିଣିପାରନ୍ତି କାରଣ ଏବେ ସୁନାର ଦାମରେ ହ୍ରାସ ପରିଲକ୍ଷିତ ହେଉଛି , ତେବେ ଆଗକୁ ଏତିରେ ହ୍ରାସ କି ବୃଦ୍ଧି ହେବ ତାହା କହିହେବ ନାହିଁ ।

ମୁମ୍ବାଇରେ 22 କ୍ୟେରଟ ସୁନାର ମୂଲ୍ୟ ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 51500 ଥିବା ସମୟରେ 22 କ୍ୟାରେଟ ସୁାନର ମୂଲ୍ୟ 48000 ରହିଛି । ସେହିପରି ଦିଲ୍ଲୀରେ ଏହି ଦର 51360 ଟଙ୍କା ଥିବା ସମୟରେ 2 କ୍ୟାରେଟ ସୁନାର ମୂଲ୍ୟ 49160 ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ 24 କ୍ୟାରେଟ ସୁନାର ମୂଲ୍ୟ 54600 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 48580 ଟଙ୍କା ରହିଛି । ପୂର୍ବ ବାରତର ପ୍ରମୁଖ ସହରର କୋଲକାତାରେ ଯଥାକ୍ରମେ 51580 ଟଙ୍କା ଥିବା ବେଲେ 22 କ୍ୟାରେଟ ସୁନାର ମବଲ୍ୟ 48000 ଟଙ୍କା ରହିଛି । ଅନ୍ୟପଟେ ରୂପାର ମୂଲ୍ୟ ମଧ୍ୟ କିଛି କିଛି ହ୍ରାସ ପାଇ ପାଇ ଆସୁଅଛି । ତେବେ ଆଜିର ରୂପା ମୂଲ୍ୟ କିଲୋ ପ୍ରତି 62000 ଟଙ୍କାରେ ପହଞ୍ଚିଛି । ଅନ୍ୟ ପକ୍ଷରେ ଦେଶର ପ୍ରମିଖ ସହର ମାନଙ୍କରେ ମଧ୍ୟ ସୁନାର କିଛିଟା ମୂଲ୍ୟ ପରିବର୍ତ୍ତନ ହୋଇ ଆସୁଛି ।

ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ ଏବଂ 22 କ୍ୟାରେଟ ସୁନାର ଦରରେ ମଧ୍ୟ କିଛି ପରିମାଣରେ ହ୍ରାସ ଘଟିଛି । ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 52000 ଟଙ୍କା ଥିବା ସମୟରେ 22 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 48600 ଟଙ୍କାରେ ପହଞ୍ଚିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।