Odisha News Portal

ହେ ଭଗବାନ ! ପୁଣି ଜଣେ ବଲିଉଡ୍ ଆଗ ଧାଡିର ଏହି ପ୍ରସିଦ୍ଧ କମବୟଷ୍କା ଅଭିନେତ୍ରୀଙ୍କର ହେଲା ପର ଲୋକ ! ଚାରିଆଡେ ଶୋକରଛାୟା…..

0 6

ଟେଲିଭିଜନ ଦୁନିଆକୁ ପୁଣି ଏକ ଦୁଃଦ ଖବର ଆସିଛି । ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭଟ୍ଟନଗର ଙ୍କର ଗତ ସୋମବାର ଦିନ ସକାଳ ଅର୍ଥାତ ଡିସେମ୍ବର 7 ତାରିଖ ଦିନ ଚିର ବିୟୋଗ ହୋଇ ଯାଇଛି । କୋରନାରେ ଆକ୍ରାନ୍ତ ‌ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି । ତେବେ ମୁମ୍ବାଇର ସେଭେନ୍‌ ହିଲ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ଏବଂ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 34 ବର୍ଷ ବୟସ ହୋଇ ଥିଲା ।

ତେବେ ନଭେମ୍ବର 26 ତାରିଖ ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇ ଥିଲା । ସେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଥିଲେ । ତେଣୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗଭିର ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର ରେ ରଖା ଯାଇ ଥିଲା ।

ତେବେ ତାଙ୍କର ଉଚ୍ଚ ରକ୍ତଚାପ ମଧ୍ୟ ଥିଲା । ହେଲେ ବଡ ଦୁଃଖର କଥା ହେଉଛି ଏହା ପରେ ମଧ୍ୟ ଦିବ୍ୟା ଭଟ୍ଟନଗର ଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ବି ସୁଧାର ଆସି ନଥିଲା । ଆଉ ଶେଷରେ ମୁମ୍ବାଇର ସେଭେନ୍‌ ହିଲ୍ସ ହସ୍ପିଟାଲରେ ସେ ଗତ କାଲି ଶେଷ ନିଃଶ୍ୱାସ ତ୍ୟାଗ କରି ସବୁ ଦିନ ପାଇଁ ଏହି ଦୁନିଆରୁ ଚିର ବିଦାୟ ନେଇ ଯାଇଛନ୍ତି । ତେବେ ଟିଭି ଅଭିନେତ୍ରୀ ଦିବ୍ୟା ଙ୍କ ବିୟୋଗ ରେ ସାରା ଟିଭି ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି

ଦିବ୍ୟା ଭଟ୍ଟନଗର କମେଡି ଶୋ’ ‘Tera Yaar Hoon Main’ର ଶୁଟିଂ ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରା ଯାଇ ଥିଲ।

ତେବେ ଅଭିନେତ୍ରୀ ଦିବ୍ୟା ଭଟ୍ଟନଗର ଙ୍କର ମୃତ୍ୟୁ ଖବର ପାଇବା ପରେ ସାରା ଇଣ୍ଡଷ୍ଟ୍ରୀ ରେ ଶୋକର ଲହରୀ ମାଡି ଯାଇ ଥିଲା । ଆଉ ତାଙ୍କ ସହିତ କାମ କରୁ ଥିବା ସବୁ କଳାକାର ମାନେ ସୋସିଆଲ ମିଡିଆ ରେ ଦିବ୍ୟା ଭଟ୍ଟନଗର ଙ୍କର ଫଟୋ ପୋଷ୍ଟ କରି ଶୋକ ପ୍ରକାଶ ମଧ୍ୟ କରିଛନ୍ତି । ଏହା ନିଶ୍ଚିତ ଭାବରେ ଗୋଟିଏ ବହୁତ ବଡ ଶକ୍ତ ଆଘାତ ଲାଗିଛି ଟିଭି ଇଣ୍ଡଷ୍ଟ୍ରିକୁ ।


ତେବେ ଗତ ବର୍ଷ ଡିସେମ୍ବର ମାସ ରେ ଗଗନ ନାମକ ଜଣେ ବ୍ୟକ୍ତିଙ୍କ ସହ ଦିବ୍ୟାଙ୍କ ବିବାହ ହୋଇଥିଲା। ଗଗନ ଅନେକ ରିଅଲିଟି ଶୋ’ରେ ମଧ୍ୟ ନଜର ଆସିଛନ୍ତି। କିନ୍ତୁ ଅଭିନେତା ଗଗନ ଦିବ୍ୟାଙ୍କୁ ଛାଡ଼ି ଚାଲି ଯିବା ପରେ ଦିବ୍ୟା ଘରେ ଏକାକୀ ରହୁଥିଲେ।

ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଅନେକ ଗୁଡିଏ ଧାରାବାହିକରେ ଅଭିନୟ କରି ସାରିଛନ୍ତି । ତେବେ ‘ୟେ ରିସ୍ତା କ୍ୟା କେହଲାତା ହେ’, ‘ସଂସ୍କାର’ ଓ ‘ଉଡାନ୍’‌, ‘Jeet Gayi Toh Piyaa Morre’ ଭଳି ଅନେକ‌ ଲୋକପ୍ରିୟ ସିରିୟଲରେ ଦିବ୍ୟା ଅଭିନୟ କରିଥିଲେ।

ତେବେ ଏହି ମହାମାରୀ କୋରନାରେ ଅନେକ କଳାକାର ମାନଙ୍କର ମୃତ୍ୟୁ ଖବର ସାରା ଇଣ୍ଡଷ୍ଟ୍ରିକୁ ଶୋକର ଲହରୀରେ ଭସାଇ ଦେଇ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।