Odisha News Portal

ଏବର୍ଷ ପବିତ୍ର ଦୀପାବଳି ପୂର୍ବଦିନ ଏହି ଉପାୟ କରି ଆପଣ ହୋଇ ପାରିବେ କୋଟିପତି ! ଘରକୁ ଆଣନ୍ତୁ ଏହି ସବୁ ଜିନିଷ ହେବ ଧନଲାଭ….

0 2

ଆଜି ହେଉଛି୍ ଧନତେରସ୍ । ଏହି ଧନତେରଶ୍ ଟି ହେଉଛି କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ । ଏଥର ତ୍ରୟୋଦଶୀ ନଭେମ୍ବର 12 ତାରିଖ ରାତି 9.30 ମିନିଟରୁ ପରଦିନ ନଭେମ୍ବର 13 ତାରିଖ ସଂନ୍ଧ୍ୟା 5.59 ମିନିଟ ପର୍ଯ୍ୟନ୍ତ ରହିବ । ତେବେ ଏହାପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ ।ତେଣୁ ଏଥିପାଇଁ ନଭେମ୍ବର 13 ତାରିଖ ସଂନ୍ଧ୍ୟା 5.59 ମିନିଟ୍ ପୂର୍ବରୁ ଧନତେରସ୍ ପାଳନ କରନ୍ତୁ । ଧନତେରସ୍ ପର୍ବ ପ୍ରତିବର୍ଷ ଦୀପାବଳିର ଠିକ୍ ପୂର୍ବଦିନ ପାଳନ କରାଯାଇଥାଏ । ଏହି ଦୀପାବଳି୍ ଦିନ ଭଗବାନ ଧନ୍ୟୁନ୍ତରୀଙ୍କ ପୂଜା କରିବା ଦ୍ବାରା ଘରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ ।

ଏହାଛଡା କିଛି ବିଶେଷ ଉପାୟ କରି ଧନର ଦେବୀ ମାତା ଲକ୍ଷ୍ମୀ ଏବଂ କୁବେର ଦେବତାଙ୍କର କୃପା ମିଳିଥାଏ । ଜୀବନର ସମସ୍ତ ସମସ୍ୟା ଦୂର ହୋଇ ମନବାଞ୍ଝିତ ଫଳ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ଯାହାକୁ ଧନତେରସ୍ ଦିନ ଘରେ ପାଳନ କରିବା ଦ୍ବାରା ଦୁଃଖ , କଷ୍ଟ, ଅଶାନ୍ତିରୁ ମୁକ୍ତି ମିଳିବା ସହିତ ଘରେ ଧନର ବୃଦ୍ଧି ହୋଇଥାଏ ।

1. ଧନତେରସ୍ ଦିନ ସକାଳୁ ଉଠି ନିଜ ହାତକୁ ଯୋଡି ରେଖାକୁ ମିଶାନ୍ତୁ । ଏହାପରେ କିଛି ସମୟ ଦେଖି ତାହାକୁ ଚୁମ୍ବନ କରି ତିନିଥର ମୁହଁରେ ମାଲିସ କରନ୍ତୁ । ଏହାଦ୍ବାରା ମନରେ ସକରାତ୍ମକ ସତ୍ତା ସଞ୍ଚାର ହେବା ସହିତ ଦିନ ସାରା ଭଲ ଅନୁଭୂତ ହେବ ।
2. ଅଧିକାଂଶ ଲୋକଙ୍କର ପଇସା ରହିନଥାଏ । ତେଣୁ ଏଥିପାଇଁ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା ସମୟରେ ତାଙ୍କୁ ଦୁଇଟି ଲବଙ୍ଗ ଚଢାନ୍ତୁ ।

3. ଧନତେରସ୍ ଦିନ କୌଣସି ମନ୍ଦିରରେ କଦଳୀ ଗଛ ଲଗାନ୍ତୁ । କୁହାଯାଏ ଯେ ଗଛ ଯେତେ ବଡ ବଡ ହେବ ଜୀବନରେ ସଫଳତାର ରାସ୍ତା ସେତେ ଖୋଲି ଖୋଲି ଯିବ । କାରବାର ଏବଂ ବ୍ୟବସାୟରେ ପ୍ରତିଷ୍ଠା ମିଳିବା ସହିତ ରୋଜଗାର ମଧ୍ୟ ନୂଆ ରାସ୍ତା ମିଳିବ ।
4. ଏହି ଦିନ ଘରକୁ କିଛି ନାଁ କିଛି ଜିନିଷ କିଣି ଆଣନ୍ତୁ । କିନ୍ତୁ ଏହାପ୍ରତି ଧ୍ୟାନ ଦିଅନ୍ତୁ ଯେ ଗିଫ୍ଟ କିମ୍ବା ଜିନିଷ କେବଳ ଘରର ସଦସ୍ୟ ପାଇଁ କିଣନ୍ତୁ । ବନ୍ଧୁ ଏବଂ ସଂପର୍କିୟ ମାନଙ୍କ ପାଇଁ ଏହି ଦିନ କୌଣସି ଜିନିଷ କିଣନ୍ତୁ ନାହିଁ । କାରଣ ଏହା ଦ୍ବାରା ମାତା ଲକ୍ଷ୍ମୀ ଅନ୍ୟର ଘରକୁ ଚାଲିଯାଇଥାନ୍ତି ।


5. ଧନତେରସ୍ ଦିନ ଘରକୁ ଦୀପରେ ସଜେଇ ଦିଅନ୍ତୁ । ଦୀପ ଜଳେଇବା ପାଇଂ ସଂଖ୍ୟାର ବିଶେଷ ଧ୍ୟାନ ରଖନ୍ତୁ । ତେଣୁ ଏଥିପାଇଁ 13 , 13ଟି ଦୀପ ଘର ଭିତରେ ଏବଂ ବାହାରେ ବା ମୋଟାମୋଟି 26ଟି ଦୀପ ଜଳାନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଏବଂ କୁବେରଙ୍କୁ ଘରେ ବାସ କରିବାର ଆମନ୍ତ୍ରଣ ମିଳିଥାଏ । ଏପରି କରିଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
6. ଏହି ଦିନ ସୁନା, ଚାନ୍ଦି, ବାସନ ଏବଂ ଆଭୂଷଣ ବ୍ୟତୀତ ଗୋଟିଏ ଝାଡୁ ମଧ୍ୟ ନିଶ୍ଚୟ କିଣି ଘରକୁ ଆଣନ୍ତୁ । ଏହାଦ୍ବାରା ଘରେ ଲକ୍ଷ୍ମୀଙ୍କର ବାସ ହେବା ସହିତ ସୁଖ , ସମୃଦ୍ଧିର ବୃଦ୍ଧି ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।