Odisha News Portal

ଧନତେରସ୍ ଦିନ କେଉଂ ଜିନିଷ କିଣିବା ଦ୍ବାରା ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ହେବ ଜାଣିରଖନ୍ତୁ….

0 1

ଆଜି ହେଉଛି ଧନତେରସ୍ । ଏହି ଧନତେରସ୍ ଦିନ କେଉଂ ଜିନିଷ କିଣିବା ଦ୍ବାରା ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ହେବା ସହିତ ଘରକୁ ଧନର ଆଗମନ ହୋଇଥାଏ । ଏହା ସହିତ କେଉଁ ଜିନିଷ କିଣିଲେ ଆପଣଙ୍କର ଅମଙ୍ଗଳ ହୋଇଥାଏ । ବର୍ତ୍ତମାନ ଧନତେରସ୍ ଏବଂ ଦୀପାବଳିର ମାହଲ ଚାଲିଛି । ଏହି ଦୁଇ ପର୍ବ ଧନକୁ ଜଡିତ ଅଟେ , ସେଥିପାଇଁ ଏହି ଦୁଇ ଦିନ କରାଯାଇଥିବା କାମ ଆମର ଧନରେ ବୃଦ୍ଧି କରିଥାଏ । ଏହି କାରଣ ଅଟେ କି ମାଁ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ କେତେ କଣ ଉପାୟ ମାନ କରିଥାନ୍ତି । ଜ୍ୟେତିଷ ଏବଂ ତନ୍ତ୍ରଶାସ୍ତ୍ରରେ କିଛି ଏମିତି ବସ୍ତୁ ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ଧନର ଆଗମନ ହୋଇଥାଏ ।

କୁହାଯାଏ ସମୁଦ୍ର ମନ୍ଥନ ସମୟରେ ଧନତେରସ୍ ଦିନ ଭଗବାନ ଧନନ୍ଦ୍ବରି ନିଜ ସହିତ ଅମୃତର କଳସ ଏବଂ ଆୟୁର୍ବେଦ ନେଇଆସିଥିଲେ । ସେଥିପାଇଁ କୁହାଯାଏ ଧନତେରସ୍ ଦିନ କିଛି ନାଁ କିଛି କିଣାକିଣି କରିଲେ ଏହା ବହୁତ ଶୁଭ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଧନତେରସ୍ ଦିନ କେଉଂ ଜିନିଷ ଘରକୁ ଆଣିଲେ ଶୁଭ ହୋଇଥାଏ ଏବଂ କେଉଁ ଜିନିଷ ଆଣିଲେ ଅଶୁଭ ହୋଇଥାଏ ।

ଲୁଣ 

ଅନେକ ଲୋକ ଧନତେରସ୍ ଦିନ.ପିତଳ ପାତ୍ର ଆଦି ଘରକୁ ଆଣିଥାନ୍ତି କିନ୍ତୁ ଏହା ବଦଳରେ ଯଦି ଗୋଟିଏ ଲୁଣ ପ୍ୟାକେଟ୍ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନରେ ବୃଦ୍ଧି ଘଟିବ । –

ଧଣିଆ ମଞ୍ଜି –

ଧନତେରସ୍ ଦିନ ଧଣିଆର ମଞ୍ଜିକୁ କ୍ରୟ କରି ତାକୁ ଦୀପାବଳି ଦିନ ରୋପଣ କରିଲେ ଧନହାନୀ ହୋଇ ନଥାଏ । ଏହା କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ଘରେ ସକରାତ୍ମକ ଉର୍ଜାର ସୃଷ୍ଟି ହୋଇଥାଏ ।

ହଳଦୀ –

ଆପଣ ଯଦି ଧନତେରସ୍ ଦିନ କଣ୍ଡ ହଳଦୀ ଘରକୁ ତେବେ ବହୁତ ଶୁଭ ହୋଇଥାଏ । ଭାଗ୍ୟରେ ପରିବର୍ତ୍ତନ ଆସିଥାଏ ।

ଗୋମତି ଚକ୍ର –

ଏହି ଗୋମତି ଚକ୍ରକୁ ଯଦି ଆପଣ ଧନତେରସ୍ ଦିନ ଘରକୁ ଆଣିବେ ତେବେ ଘରେ ଧନଧାନ୍ୟରେ ବୃଦ୍ଧି ଘଟିବ ।

କଉଡି –

ସମୁଦ୍ର ମନ୍ଥନ ସମୟରେ ମାତା ଲକ୍ଷ୍ମୀଙ୍କ ସହିତ କଉଡି ପ୍ରକଟ ହୋଇ ଥିଲା ।ତେଣୁ ଧନତେରସ୍ ଦିନ କଉଡି କ୍ରୟ କରି ଆପଣ ତାକୁ ଦୀପାବଳି ଦିନ ପୂଜା କରନ୍ତୁ ଏବଂ ତାକୁ ନିଜ ସିନ୍ଧୁକ ଭିତରେ ରଖି ଦିଅନ୍ତୁ । ଯାହା ଦ୍ବାରା ଆପଣଙ୍କର ଧନ ହାନୀ ହେବ ନାହିଁ ।

ଶ୍ରୀଯନ୍ତ୍ର ଏବଂ କୁବେର ଯନ୍ତ୍ର –
ଯଦି ଆପଣ ଧନତେରସ ଦିନ ଶ୍ରୀଯନ୍ତ୍ର ଏବଂ କୁବେର ଯନ୍ତ୍ରକୁ ଆଣି ଆପଣଙ୍କର ଧନ ରଖିବା ସ୍ଥାନରେ ରଖିବେ ତେବେ ଆପଣଙ୍କର ଧନର ବୃଦ୍ଧି ହେବ ।
.
ଏହାସହିତ ଧନତେରସ୍ ଦିନ ରୂପା କିଣିଲେ ଗରେ ଯଶ କୀର୍ତ୍ତି ଏବଂ ସଂପତିର ବୃଦ୍ଧି ହୋଇଥାଏ । ଝାଡୁ, ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କର ମୂର୍ତ୍ତି ଆଣିବା ମଧ୍ୟ ବହୁତ ଶୁଭ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଧନତେରସ୍ ଦିନ କେଉଂ ଜିନିଷ ଘରକୁ ଭୁଲରେ ବି ଆଣିବା ଉଚିତ ହୋଇନଥାଏ ।

କାଚର ଜିନିଷ , ଆଲୁମିନିୟମର ବାସନ, କୌଣସି ଧାରୁଆ ଜିନିଷ , ବାହାନ ମଧ୍ୟ କିଣିବା ଭଲ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।