ବନ୍ଧୁଗଣ ଆପଣ ଜୀବନରେ ଅନେକ ଚରିତ୍ରରେ ଅଭିନୟ କରିଥିବା ବ୍ୟକ୍ତି ମାନଙ୍କୁ ଦେଖିଥିବେ ନିଶ୍ଚିତ |ଏହି ଅଭିନୟ କରିଥିବା ସମସ୍ତ ବ୍ୟକ୍ତି ଆପଣଙ୍କ ମନକୁ ଛୁଇଁ ପାରନ୍ତିନାହିଁ, କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଅଭିନୟ ଆପଣଙ୍କୁ ଅଧିକ ପସନ୍ଦ ହୋଇଥାଏ |ଏମିତି କିଛି ବ୍ୟକ୍ତିଙ୍କ ଅଭିନୟ ସମ୍ପୂର୍ଣ ପ୍ରାକୃତିକ ବୋଲି ଲାଗେ |ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖୁଥିବେ ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯେଉଁଥିରେ କି ପ୍ରଭୁ ରାମଚନ୍ଦ୍ରଙ୍କ ଚରିତ୍ରରେ ଅଭିନୟ କରୁଥିବା ଜଣେ ବ୍ୟକ୍ତିଙ୍କ ପାଦତଳେ ମହିଳା ଜଣେ ଜୁହାର ହେଉଛନ୍ତି |ତାଙ୍କୁ ମନା କଲେ ମଧ୍ୟ୍ୟ ସେ ଶୁଣୁ ନାହାନ୍ତି |ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଯାହାଙ୍କ ଗୋଡ଼ତଳେ ଏହି ମହିଳା ଜଣଙ୍କ ପଡ଼ିଥିଲେ ସେ ହେଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କର ଚରିତ୍ର ନିର୍ବାହ କରିଥିବା ଅରୁଣ କୁଖିଲ, ଯିଏକି ଭଗବାନ ରାମଚନ୍ଦ୍ର ଚାଟିତ୍ରକୁ ଉତ୍ତାରି ଥିଲେ ରମାନନ୍ଦ ସାଗରଙ୍କ ରାମାୟଣରେ |ଏହି ସେରିଏଲ ଦର୍ଶକ ମାନଙ୍କମାନଙ୍କୁ କିଣି ନେଇଥିଲା |ସେତେବେଳେ ଏହା ଏମିତି ଏକ ସିରିଏଲ ଥିଲା ଯାହା କୋଭିଡ ସମୟରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା |ଅସି ଦଶକରେ ନିର୍ମିତ ହୋଇଥିବା ଏହି ରାମାୟଣ ସେଲ ସିରିଏଲରେ ରାମଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଅରୁଣ କୁଖିଲ |ଏହିସମୟରେ ତାଙ୍କର ସୁନ୍ଦର ଅଭିନୟ ପ୍ରାକୃତିକ ପରି ଲାଗୁଥିଲା, ଦର୍ଶକ ହୃଦୟ ବସି ରଖିଥିଲେ ଏହି ସିରିଏଲକୁ |ଏହି ଟିଭି ସିରିଏଲଟି ଅଶୀ ଦଶକର ନୁହଁ ବରଂ ବର୍ତମାନ ମଧ୍ୟ୍ୟ ଏହି ସିରିଏଲ କୁଂଚରଣ ସୃଷ୍ଟି କରିଛି ଦର୍ଶକମାନଙ୍କ ମନରେ |କୋଭିଡ ସମୟରେ ଏହି ସିରିଏଲ କୁ ଡ଼ିଡ଼ି ଓଡ଼ିଆରେ ପ୍ରସାରଣ କରା ଯାଇଥିଲା, ଏହି ସମୟରେ ଏହା ଏମିତି ଏକ ମନଛୁଆଁ ସିରିଏଲ ଥିଲା ଯେ ଏହା ସବୁ ସିରିଏଲର ଟିଆରବି କୁ ପଛରେ ପକାଇ ଦେଇଥିଲା |
ସମ୍ଭାଞ୍ଚି ନଗର ଏଆରପୋର୍ଟରେ ଯେତେବେଳେ ଅରୁଣ କୋଖିଲ ତାଙ୍କ ସ୍ତ୍ରୀ ସହ ଆସୁଥିଲେ ଏହି ସମୟରେ ଏହି ମହିଳା ଜଣକ ଅରୁଣଙ୍କ ସାମ୍ନାକୁ ଚାଲିଆସିଥିଲେ |ଆଉ ତାଙ୍କ ପାଦ ତଳେ ପଡ଼ି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ |ନିଜର ଭାବବେଗକୁ ସେ ନିଜ ଭିତରେ ଅଟକେଇ ପାରିନଥିଲେ, ନିଜ ଆଖିଲୁହରେ ଧୋଇ ଦେଇଥିଲେ ତାଙ୍କ ପ୍ରଭୁଙ୍କ ପାଦ |ରାମଚନ୍ଦ୍ରଙ୍କ ଚରିତ୍ରକୁ ସେ ଏତେ ଜୀବନ୍ତ ଭାବରେ ଉପସ୍ଥାପିତ କରିଥିଲେ ଯେ ଏଭଳି ଚରିତ୍ର ଏପ୍ରଯ୍ୟନ୍ତ କେହିବି ଉପସ୍ଥାପିତ କରି ପାରିନାହାନ୍ତି | ତାଙ୍କର ଏହି ସୁନ୍ଦର ଚରିତ୍ରରେ ଅଭିନୟକୁ ସତରେ ପ୍ରଭୁ ରାମଚନ୍ଦ୍ର ବୋଲି ଭାବି ନିଜର ଭକ୍ତିକୁ ତାଙ୍କ ପାଦତଳେ ଉଜାଡି ଦେଇଥିଲେ |ତାଙ୍କ ଆଖିର ଲୁହରେ ତାଙ୍କ ପ୍ରଭୁଙ୍କ ପାଦ ଧୋଇ ଦେଇଥିଲେ |
ପରିଶେଷରେ ଏହି ମହିଳାଙ୍କ ଭକ୍ତିକୁ ଦେଖି ଅରୁଣ କୁଖିଲଙ୍କ ଆଖିରୁ ଲୁହ ଆସି ଯାଇଥିଲା, ସେ ମଧ୍ୟ୍ୟ କାନ୍ଦି ପକାଇଥିଲେ |କେବଳ ଏହି ମହିଳା ନୁହନ୍ତି ତାଙ୍କ ସ୍ୱାମୀବି ଅରୁଣଙ୍କ ପାଦ ଧରିପାଇଥିଲେ |ଏହି ଚରିତ୍ର ଯେତେବେଳେ ମାର୍ଜଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କରଥାଏ ସେତେବେଳେ ଏହି ଚରିତ୍ର ନିର୍ବାହ କରୁଥିବା ବ୍ୟକ୍ତି ଆମ ପାଇଁ ପାଲଟିଯାଏ ଭଗବାନ |ଏହି ଭିଡିଓ ଏବେ ସାରା ଭାରତରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।