Odisha News Portal

ଏଡ୍‌ସ ସଂକ୍ରମଣ କାହିଁକି ହୁଏ ଏବଂ ଏହାକୁ କେମିତି ରୋକିବା ? Dr. Sowmya kk

ଏଚଆଇଭି ହ୍ୟୁମାନ ୟୁମିନୋ ଡେଫିସିଏନ୍ସି ଭାଇରସ , ଯାହାକି ଆମର ବଡିର ଇମ୍ୟୁନିଟି ବା ପ୍ରତିରୋଧକ ଶକ୍ତି କମ କରିଥାଏ । ଏଚଆଇଭି କୌଣସି ଏକ ରୋଗ ନୁହଁ , ଏହାଦ୍ୱାରା ସୃଷ୍ଟି ହେଉଥିବା ରୋଗ ଓ ଲକ୍ଷଣ ସମୂହ ବହୁତ ଦିନ ଧରି ଦେହରେ ରହିବା ଦ୍ୱାରା ତାକୁ ଆମେ ଏଡସ୍ କହିଥାଉ । ପାଖାପାଖି ପ୍ରତିବର୍ଷ 3 ହଜାରରୁ 3 ହଜାର 5 ଶହ ଲୋକ ପଜେଟିଭ ଆସୁଛନ୍ତି । ତେଣୁ ସେମାନଙ୍କୁ ନିରୂପଣ କରିବା ଚିକିତ୍ସା କରିବା ଏବଂ ସେମାନଙ୍କୁ ଏଡସ୍ ବିଷୟରେ ଜଣେଇବା ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୟାସ କରିଛନ୍ତି ।

ଏଡସ୍ ରୋଗର ଲକ୍ଷଣ :-

ପ୍ରଥମ ପର୍ଯ୍ୟାୟରେ ଯେତେବେଳେ ଇନଫେକ୍ସନ ହୁଏ , ସେତେବେଳେ ଏହା ସାଧାରଣ ଥଣ୍ଡା ସର୍ଦ୍ଧି ଲକ୍ଷଣ ଦେଖାଯାଏ । ତଣ୍ଟି ଦରଜ ହେବା , ଦେହଦାତ ଦରଜ ହେବା , ଜ୍ୱର ରହିବା କିଛି ଦିନ ପର୍ଯ୍ୟନ୍ତ ବା ଦେହରେ କିଛି ଗୁଡିଏ ଗୁଳ୍ମ ବଢିଯିବା । ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଏଚଆଇଭି ଟେଷ୍ଟ କରାଇବା ଅତ୍ୟନ୍ତ ଜରୁରୀ ଅଟେ ।

ଏଡସ୍ ରୋଗକୁ କେମିତି ଚିହ୍ନିବେ :-

ପ୍ରଥମ ପର୍ଯ୍ୟାୟରେ ଏଚଆଇଭି ବା ଏଡସ୍ ନିରୁପଣ ହେଉଛି ସନ୍ଦେହ , ଡକ୍ଟର ଯେତେବେଳେ ରୋଗୀକୁ ଦେଖି ଏଚଆଇଭି ହେଇଥିବାର ସନ୍ଦେହ କରିଥାନ୍ତି , ସେତେବେଳେ ଟେଷ୍ଟା କରାଇବା ଉଚିତ୍ । ଟେଷ୍ଟ କରିବା ପରେ ପଜେଟିଭ ଆସିଲେ ଡକ୍ଟରଙ୍କ ପରାମର୍ଶ କରାଯିବା ଉଚିତ୍ । ବହୁତ ଗୁଡିଏ ଚିକିତ୍ସା ପଦ୍ଧତ୍ତି ରହିଛି , ଯାହାକି ଫଳପ୍ରଦ ହୁଏ ତେଣୁ ଆପଣ ମାନେ ଡକ୍ଟରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ଅଟେ ।

ଏଡସ୍ ରୋଗର ଚିକିତ୍ସା :-

ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ ଯେ ଏଡସ୍ ଏକ ଚିକିତ୍ସା ବିହୀନ ରୋଗ , କିନ୍ତୁ ଜାଣି ରଖନ୍ତୁ ଏହା ପାଇଁ ସଫଳ ଚିକିତ୍ସା ରହିଛି । ଏହି ରୋଗ ପାଇଁ ଯେଉଁ ଚିକିତ୍ସା ପଦ୍ଧତ୍ତି ରହିଛି ବା ଯେଉଁ ଔଷଧ ଗୁଡିକ ରହିଛି ତାହାକୁ ଏକ କମ୍ୱିନେସନ ରେ ଦିଆଗଲେ ଆପଣ ମାନେ ସମ୍ଭବତଃ ଏହି ରୋଗ ଠାରୁ ମୁକ୍ତି ପାଇ ପାରିବେ । ଯେଉଁମାନେ ସଫଳ ଚିକିତ୍ସା ପଦ୍ଧତିରେ ରହୁଛନ୍ତି ସେମାନେ 13 ବର୍ଷରୁ 30 ବର୍ଷ ପର୍ଯ୍ୟନ୍ତ ସେମାନେ ତାଙ୍କର ନରମାଲ ଜୀବନ ଯାପନ କରିପାରିବେ । ଏହାର ଯେଉଁ ଔଷଧ ଅଛି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆପଣ ସଫଳ ଚିକିତ୍ସା କରାଇ ପାରିବେ ।

ଏଡସ୍ ରୋଗକୁ କେମିତି ରୋକିବା :-

ସଂକ୍ରମଣର ମାଧ୍ୟମ ହେଉଛି ଅସୁରକ୍ଷିତ ଯୌନ ସମ୍ପର୍କ ଏବଂ ରକ୍ତ ସଂକ୍ରମଣ ର କାରଣ । ତେଣୁ ଆପଣ ମାନେ ରକ୍ତ ନେଲାବେଳେ ତା ପ୍ରତି ସତର୍କ ରହିବେ , ବାହାରେ କୌଣସି ପ୍ରକାର ଜିନିଶ ୟୁଜ କରୁଛନ୍ତି , ସେଥିପ୍ରତି ସତର୍କ ରୁହନ୍ତୁ । ତା ସହିତ ଡକ୍ଟରଙ୍କ ପରାମର୍ଶ ମଧ୍ୟ ନେବା ଅତ୍ୟନ୍ତ ଜରୁରୀ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।