Odisha News Portal

ଏହି ମନ୍ଦିରରେ 15 ବର୍ଷ ହେଲାଣି ପୂଜା କରୁଛି ନାଗ ସାପ , ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ମଣିଷ ମନରେ ଥିବା ଭକ୍ତି ସେ ତାର ଇଶ୍ୱର ତଥା ଭଗବାନଙ୍କ ନିକଟରେ ଦେଖାଇଥାଏ ଏବଂ ସେ ନିଜର ସମସ୍ତ ଦୁଃଖ କଷ୍ଟ ତାଙ୍କ ଠାରେ ଜଣାଇଥାଏ । କିନ୍ତୁ ଆଜିର ସମୟରେ କେବଳ ମଣିଷ ମନରେ ଭକ୍ତି ନଥାଏ ବରଂ ପଶୁ ମାନେ ମଧ୍ୟ ମଣିଷ ମାନଙ୍କ ପରି ଦେବତା ପାଖରେ ନିଜର ଭକ୍ତି ପ୍ରଦର୍ଶନ କରିଥାନ୍ତି । ଅନେକ ପଶୁମାନେ ମଧ୍ୟ ଉଦାହରଣ ସାଜିଛନ୍ତି ଯାହା ସୋସିାଲ ମିଡିଆରେ ବହୁତ ସଂଖ୍ୟରେ ଭାଇରାଲ ମଧ୍ୟ ହୋଇଛି । ଯେପରି ମଣିଷ ମାନେ ସ୍ନେହ ଆଦରରେ ବାନ୍ଧି ହୋଇ ରହିଥିନ୍ତି ଠିକ ସେହିପରି ପଶୁ ମାନେ ମଧ୍ୟ ଆଦର ଯତ୍ନ ପାଇଲେ ମଣିଷ ଭଳି ବ୍ୟବହାର କରିଥାନ୍ତି । ମଣିଷ ମାନେ ଯେପରି ମାନସିକ ପୂରଣ କରିବା ପାଇଁ ଉପବାସ କରିଥାନ୍ତି ସେହିପରି କେତେକ ପଶୁ ମାନେ ମଧ୍ୟ ରହିଥାନ୍ତି ଯେଉଁମାନେ ମଣିଷ ପରି ଉପବାସ କରିଥାନ୍ତି ।

କେବଳ ଯେ ମଣିଷ ଭକ୍ତିଭାବ ରଖି ପାରିବେ ତାହା ନୁହେଁ ସାପ ଟିଏ ମଧ୍ୟ ଏହାର ଉଦାହରଣ ସାଜିଛି । ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ କରାଇବ କିନ୍ତୁ ଏହା ସତ୍ୟ ଘଟଣା ଅଟେ । ଆଜି ଆମେ ସେହି ମନ୍ଦିର ବିଷୟରେ କହିବୁ ଯେଉଁ ମନ୍ଦିରରେ ବ୍ରାହ୍ମଣ ବଦଳରେ ସାପଟିଏ ଶିବଙ୍କୁ ପୂଜା କରିଥାଏ । ଭାରତରେ ଏମିତି ଅନେକ ମନ୍ଦିର ରହିଛି , ଯେଉଁଠି ଅଲୌକିକ କାହାଣୀ ଗୁଡିକ ଲୁଚି ରହିଥାଏ ଏବଂ ତାହା ବହୁତ ଆଶ୍ଚର୍ଯ୍ୟ ଜନକ ମଧ୍ୟ କରାଇଥାଏ ।କିନ୍ତୁ ଏହି ମନ୍ଦିରରେ ବ୍ରାହ୍ମଣ ବଦଳରେ ସାପଟିଏ ଶିବଙ୍କୁ ପୂଜା କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ମନ୍ଦିରର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ଏହି ଶିବ ମନ୍ଦିରଟି ଉତ୍ତର ପ୍ରଦେଶର ଆଗ୍ରା ପାଖରେ ଥିବା ସଲେମାବାଦ୍ ର ପ୍ରଚୀନ ଶିବ ମନ୍ଦିରରେ 15 ବର୍ଷ ଧରି ପ୍ରତ୍ୟେକ ଦିନ ଶିବଙ୍କୁ ପୂଜା କରିବା ପାଇଁ ସାପ ଟିଏ ଆସିଥାଏ । ଏହି ନାଗ ସାପଟି ମନ୍ଦିରରେ 5 ଘଣ୍ଟା ରହିଥାଏ ଏବଂ ଶିବଙ୍କୁ ପୂଜା କରିଥାଏ । କିନ୍ତୁ ସାପଟି ମନ୍ଦିରକୁ କାହିଁକି ଆସୁଛି କେହି ଜାଣନ୍ତି ନାହିଁ କିନ୍ତୁ ଲୋକମାନଙ୍କ କହିବା ଅନୁସାରେ ସାପଟି ପ୍ରତିଦିନ 10ଟାରେ ଆସିଥାଏ । ଦୁଇ ପହର 3ଟା ପର୍ଯ୍ୟନ୍ତ ରହି ଫେରିଯାଏ , ଏହାକୁ ଦେଖିବା ପାଇଁ ଲୋକମାନଙ୍କର ଭିଡ ଜମିଥାଏ କିନ୍ତୁ ଆଶ୍ଚର୍ଯ୍ୟର କଥା ଏହାକି ସେହି ମନ୍ଦିରକୁ ଆସିଥିବା ଭକ୍ତମାନଙ୍କର କୌଣସି କ୍ଷତି କରି ନଥାଏ ।

ପୌରାଣିକ ତଥ୍ୟ ଅନୁସାରେ ସେହି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ସେହି ସାପଟି ମନ୍ଦିରକୁ ଆସିବା ପରେ କବାଟ ବନ୍ଦ ହୋଇଯାଇଥାଏ । ଭକ୍ତମାନେ ସାପକୁ ଦର୍ଶନ କରିବା ପାଇଁ ଅପେକ୍ଷା କରିଥାନ୍ତି ଏବଂ ସାପଟି ବାହାରକୁ ଆସିଲେ ଭକ୍ତମାନେ ତାଙ୍କର ଦର୍ଶନ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।