Odisha News Portal

ଏହି ମାଆର କରୁଣ କାହାଣୀ ଜାଣିଲେ , ଆପଣଙ୍କ ଆଖିରୁ ମଧ୍ୟ ଲୁହ ଝରିଆସିବ ,ମାଙ୍କୁ ଭଲ ପାଉଥିଲେ ଏ ଭିଡିଓକୁ ଥରେ ନିଶ୍ଚୟ ଦେଖନ୍ତୁ

ଗୋଟିଏ ଗାଁରେ ମାଆ ପୁଅ ଦୁଇଜଣ ରହୁଥିଲେ କିନ୍ତୁ ମାର ଗୋଟିଏ ଆଖି ନଥିଲା , ସେଥିପାଇଁ ପୁଅ ତାର ମାଆକୁ ଭଲପାଉ ନଥିଲା । ମା ଜଣକ ଗୋଟିଏ ଛୋଟ ଦୋକାନ ଚଳାଉ ଥିଲେ , ସେହି ଦୋକାନରୁ ଯାହା କିଛି ପଇସା ସଞ୍ଚୟ କରୁଥିଲେ ତାଙ୍କ ପୁଅର ଦରକାର ବେଳେ ଦେଉଥିଲେ । ଏମିତି ଦିନେ ମା ପୁଅର ସ୍କୁଲକୁ ଯାଇଥିଲେ , ପୁଅ ମାକୁ ସ୍କୁଲରେ ଦେଖି ମନେ ମନେ ବହୁତ ରାଗି ଯାଉଥିଲେ । ସେ ଭାବିଲା ମା କାହିଁକି ସ୍କୁଲକୁ ଆସିଛି , ସେ ତା ମା ଆଡକୁ ଏକ ଘୃଣାପୂର୍ଣ୍ଣ ଚାହାଣିରେ ଅନାଇ ସେଠାରୁ ଚାଲିଗଲା । ତା ପରଦିନ ପିଲାଟି ସ୍କୁଲ ଗଲା କିନ୍ତୁ ଅନ୍ୟ ପିଲା ମାନେ ତା ମାଆର ଗୋଟିଏ ଆଖି ନାହିଁ ବୋଲି ବହୁତ ଚିଡେଇଲେ । ପୁଅ ମନେ ମନେ ଭାବିଲା କି ସବୁଦିନ ପାଇଁ ଅଦୃଶ୍ୟ ହୋଇଯାଆନ୍ତା କି ?

ପୁଅ ଘରକୁ ଯାଇ ଏ ବିଷୟରେ ମାଙ୍କୁ ସବୁ କଥା କହିଲା ଏବଂ ତୋ ପାଇଁ ମତେ ଅନେକ ଅପମାନ ସହିବାକୁ ପଡୁଛି , ତୁ ମରିଯାଉନୁ କାହାକିଁ । ପୁଅର ଏମିତି କଥା ଶୁଣି ମା କିଛି କହିଲା ନାହିଁ ଏବଂ ପୁଅ ଯେଉଁ କଥା ମନେ ମନେ ଭାବୁଥିଲା ତାହା ଆଜି ସେ କହିଦେଲା । ସେ ଏତିକି ଭାବୁ ନଥାଏ ଯେ ସେ ଏମିତି କଥା କହି ତା ମା ମନରେ କେତ କଷ୍ଟ ଦେଇଛି । ପୁଅଟି ରାତିରେ ରୋଷେଇ ଘରକୁ ପାଣି ପିଇବା ପାଇଁ ଯାଇଥିଲା ଏବଂ ଗୋଟିଏ କୋଣରୁ ମାର କାନ୍ଦିବା ସ୍ୱର ଶୁଣାଗଲା ।

ମାଙ୍କୁ ଦେଖି ପୁଅ ମନରେ ଟିକିଏ ଦୁଃଖ ପ୍ରକାଶ କଲା ତଥାପି ସେ ତାର ମାଙ୍କୁ ଘୃଣା କରୁଥିଲା । ପୁଅ ମନେ ମନେ ଭାବିଲା ମୁଁ ବଡ ହେଲେ ବଡ ମଣିଷଟିଏ ହେବି , ଏହା ଭାବି ସେ ବାହରକୁ ପାଠ ପଢିବା ପାଇଁ ଚାଲିଗଲା । ସେଠାରେ ସେ ଚାକିରୀ କରି ଏକ ଘର ନିର୍ମାଣ କରି ବିବାହ ମଧ୍ୟ କଲା ଏବଂ ତାର ଗୋଟେ ଛୋଟ ଝିଅ ମଧ୍ୟ ହୋଇଥିଲା , ସେମାନେ ବହୁତ ଖିସୀର ଜୀବନ ଅତିବାହିତ କରୁଥିଲେ ।

ଦିନେ ହଠାତ୍ ମା ଆସି ପୁଅର ଘର ସାମ୍ନାରେ ପହଞ୍ଚିଲା ଏବଂ ମାକୁ ଦେଖି ଛୋଟ ଛୁଆଟି ବହୁତ ଡରିଗଲା । ଏହା ପରେ ପୁଅ କହିଲା ତୁମେ କିପରି ମୋ ଘରକୁ ପଶି ମତେ ଭୟଭୀତ କରିବା ପାଇଁ ସାହାସ କଲ , ଏବେ ହିଁ ଏଠାରୁ ଚାଲିଯାଆ ।

ଏହା ପରେ ମା ଧୀର ସ୍ୱରରେ କହିଲା ମୋର ଭୁଲ ହୋଇଗଲା , ମୁଁ ବଧେ ଭୁଲ ଠିକଣାରେ ଚାଲି ଆସିଲି । ଏହା କହି ମା ସେଠାରୁ ଚାଲି ଆସିଲା ଏବଂ ଏକଦା ପୁଅ ପାକକୁ ଏକ ଚିଠି ଆସିଲା ସେ ତାର ସ୍କୁଲର ଏକ ଫଙ୍କସନ ପାଇଁ ଯାଇଥିଲା । ସେଠାରେ ସେ ତାର ଭଙ୍ଗା କୁଡିଆ ଘରକୁ ଯାଇଥିଲା , ସେଠାରେ ଯାଇ ଦେଖିଲା ତାର ମା ମରି ଯାଇଛି ଏବଂ ତା ହାତରେ ଗୋଟିଏ ଚିଠି ରହିଛି ।

ସେ ଚିଠିରେ ପଡିଲା ତାର ଛୋଟ ସମୟରେ ଏକେସିଡେଣ୍ଟ ହୋଇଥିଲା ଯାହାଫଳରେ ତାର ଆଖି ନଷ୍ଟ ହୋଇଯାଇଥିଲା ଏବଂ ମା ତାର ଗୋଟିଏ ଆଖି ଦେଇଥିଲା । ଏହା ଜାଣିବା ପରେ ପୁଅ ବହୁତ ଅନୁତାପ କଲା ଏବଂ ନିଜର ଭୁଲ ବୁଝି ପାରିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।