Odisha News Portal

ଏହି କଇଁଛ ଦୀର୍ଘ ୧୯ ବର୍ଷ ଧରି ଯେଉଁ କଷ୍ଟ ସହିଛି, ତାହା ଜାଣିଲା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ

ପ୍ରତ୍ୟେକ ଦିନ ଆମେ ମାନେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଉପକରଣ ବ୍ୟବହାର କରିଥାଉ। ଏବଂ ଏହି ଉପକରଣରୁ ବାହାରୁଥିବା ଓଳିଆ ଅବର୍ଜନା ବାହାରେ ଫିଙ୍ଗି ଦେଇଥାଉ। କିଛି ଆବର୍ଜନା ନଷ୍ଟ ହୋଇ ମାଟିରେ ମିଶି ଯାଏ, ଏବଂ ଆଉ କିଛି ଆବର୍ଜନା ଅଛି ତାହା ନଷ୍ଟ ହୋଇ ନଥାଏ, ଯେପରି ପ୍ଲାଷ୍ଟିକ ଏପରି ଏକ ଜିନିସ ଯାହା ବର୍ଷ ବର୍ଷ ଧରି ପଡ଼ିରହେ କିନ୍ତୁ ନଷ୍ଟ ହୁଏ ନାହିଁ। ଆମେ ମାନେ ଅଦରକାରୀ ପ୍ଲାଷ୍ଟିକ କୁ ସଠିକ ସ୍ଥାନରେ ରଖୁନା ଯେଉଁଠି ଇଛା ସେଇଠି ପକେଇ ଥାଉ। ଆମେ କେବେବି ଚିନ୍ତା କରୁନି ଏହାର ପ୍ରଭାବରେ ପରିବେଶ ଉପରେ କିମ୍ବା ପରିବେଶରେ ରହୁଥିବା ପ୍ରାଣୀ ଉପରେ କଣ କ୍ଷତି ହୋଇପାରେ।

ଅନେକ ସମୟରେ ଆମେ ନଦୀ ପଖରୀରେ ଆବର୍ଜନା ଫିଙ୍ଗିଥାଉ ଏହା ଦ୍ୱାରା ପାଣି ଭିତରେ ରହୁଥିବା ଜୀବ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଆମ ମାନଙ୍କର ଏହି ସବୁ ଭୁଲ ପାଇଁ ପାଣି ଭିତରେ ରହୁଥିବା ଜୀବ ପାଇଁ ବିପଦ ଆଣିଥାଏ ଏବଂ ଅନେକ କଷ୍ଟ ଭୋଗ କରିଥାନ୍ତି। ତେବେ ଆଜି ଆମେ ଏପରି ଏକ ଦୁଃଖଦ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଏହା ଜାଣିଲା ପରେ ଆପଣମାନେ ଫୋପାଡିବା କଥା ଚିନ୍ତା କରିବେନି। ତେବେ ଆସନ୍ତୁ ଜାଣିବା କଣ ସେହି ଘଟଣା;

ଆପଣ ମାନେ ଦେଖୁଥିବା ଫୋଟୋ ରେ କଇଁଛ ଟିର ଆକାର ଅନ୍ୟ ସମସ୍ତ କଇଁଛ ଠାରୁ ଭିନ୍ନ ଅଟେ। ଫୋଟୋ ରେ ଦେଖା ଯାଉଥିବା କଇଁଛ ଟିର ମଝି ଅଂଶରେ ସରୁ ହୋଇଯାଇଛି। ଏହାର କାରଣ ପ୍ଲାଷ୍ଟିକ ପସିଯିବା ଯିବା ଫଳରେ ଏହାର ମଝି ଅଂଶ ସରୁ ହୋଇ ଯାଇଛି। ଆପଣ ସମସ୍ତଙ୍କ ମନ ମଧ୍ୟରେ ପ୍ରଶ୍ନ ଆସୁଥିବ ଯେ ଏତେ ଛୋଟ ପ୍ଲାଷ୍ଟିକ ରିଙ୍ଗ କିପରି ଭାବରେ କଇଁଛ ଟି ଦେହରେ ପଶିଲା।

ତେବେ ଏହାର କାରଣ କଇଁଛ ଟି ଯେତେବେଳେ ଛୋଟ ଥିଲା କୌଣସି କାରଣରୁ ପଶି ହୋଇ ଯାଇଛି । ବିଶେଷଜ୍ଞ ମାନେ ଯାହା ଅନୁମାନ କରୁଛନ୍ତି କଇଁଛ ଟିର ବୟସ ବର୍ତ୍ତମାନ ୧୯ ବର୍ଷ। ସ୍ପଷ୍ଟ ଭାବରେ ଜଣାଯାଉଛି ଯେ କଇଁଛ ଟି ଦୀର୍ଘ ୧୯ ବର୍ଷ ଧରି କଷ୍ଟ ପାଇଛି।

ଯେତେବେଳେ ଯିବ ବିଜ୍ଞାନୀ ମାନେ କଇଁଛ ଟିକୁ ଏପରି ଅବସ୍ଥାରେ ଦେଖିଥିଲେ ସାଥିରେ ନେଇଆସିଥିଲେ। ଏବଂ ପରେ ସେହି କଇଁଛ ଟିର ଦେହରେ ପଶି ରହିଥିବା ରିଙ୍ଗ କାଟି ବାହାର କରିଦେଇଥିଲେ। କଇଁଛଟି ପୂର୍ବପରି ହୋଇ ଯାଇଛି। ଆପଣ ମାନେ ଥରେ ଭାବନ୍ତୁ ଯଦି ଆମ ଆଙ୍ଗୁଠି କିମ୍ବା ଚୁଡ଼ି ଆମ ଦେହରେ ବାହାର କରିବା ବେଳେ ଆମକୁ କେତେ କଷ୍ଟ ହେଉଛି।

୧୯ ବର୍ଷ ଧରି କଇଁଛଟି ଦେହରେ ପସିରହିଥିବା ରିଙ୍ଗ ଟି ସେହି କଇଁଛ କେତେ କଷ୍ଟ ସହି ଥିବା। ନିଜର ଭୁଲ ପାଇଁ ବିଚରା ଜୀବମାନେ କେତେ କଷ୍ଟ ସହୁଛନ୍ତି। ଦୟାକରି ଆପଣ ମାନେ ଏଭଳି କିଛି ଭୁଲ କରନ୍ତୁ ନାହିଁ ଯାହା ଫଳରେ ଅନ୍ୟ ଜୀବ ମାନେ କଷ୍ଟ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।