ଦାନ୍ତ ମୁଖ ମଣ୍ଡଳର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ଦୈନଦିନ ଜୀବନର ମନୁଷ୍ୟ ଖାଇବା ପିଇବା ଯେପରି ଜରୁରୀ ଦାନ୍ତକୁ ପରିଷ୍କାର ରଖିବା ମଧ୍ୟ ସେତିକି ଜରୁରୀ ହୋଇଥାଏ। କିନ୍ତୁ ଗୁଟୁକା, ପାନ, ସିଗାରେଟ୍ ଏବଂ ମଦ ଯାହା ଦ୍ଵାରା ଆମ ଦାନ୍ତର ଧଳାପଣ ନଷ୍ଟ ହୋଇ ଯାଇଥାଏ। ଦାନ୍ତ ହଳଦିଆ ହୋଇଯାଏ। ଦାନ୍ତରେ ବ୍ୟାକ୍ଟେରିଆ ଏତେ ଶୀଘ୍ର ସଂକ୍ରମଣ କରି ଯାଇଥାଏ କି ଦାନ୍ତ ଝଡ଼ିବା ଆରମ୍ଭ ହୋଇଯାଏ। ତାପରେ ଏପରି ସମୟ ଆସିଥାଏ ଯେ ଆମ ଦାନ୍ତ କଳା ଦେଖା ଯାଇଥାଏ।
ଦାନ୍ତର ହଳଦିଆ ପଣ ଦାନ୍ତର ଗନ୍ଧିଆ ପଣ ପାଇଁ ଆମକୁ ବହୁତ୍ ଅସୁବିଧା ର ସାମ୍ନା କରିବାକୁ ପଡ଼ିଥାଏ। କାହା ଆଗରେ ଆମେ ଭଲ ଭାବରେ କଥା ହୋଇ ପାରି ନଥାଉ ଏମିତିକି ହସିବା ପାଇଁ ମଧ୍ୟ ଆମକୁ ସଙ୍କୋଚ ଲାଗିଥାଏ। ତେବେ ଆପଣଙ୍କ ଦାନ୍ତ ଯଦି ହଳଦିଆ ପଡି ଯାଇଛି ଦାନ୍ତରୁ ଦୁର୍ଗନ୍ଧ ବାହାରୁଛି ତେବେ ଚିନ୍ତା କରିବାର କିଛି ନାହିଁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପ୍ରାକୃତିକ ଘରୋଇ ଉପଚାର ବାବଦରେ ଜଣାଇବୁ ଯାହା ଆପଣଙ୍କ ଦାନ୍ତର ବିଭିନ୍ନ ପ୍ରକାର ସମସ୍ୟା ଦୂର କରିବା।
ଆପଣଙ୍କ ଦାନ୍ତର ହଳଦିଆ ପଣ ଦୂର କରିବା ସହ ଆପଣଙ୍କ ଦାନ୍ତର ଗନ୍ଧିଆ ପଣ ମଧ୍ୟ ଦୂର କରିବ। ଏହା ସହିତ ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ। ତେବେ ଆସନ୍ତୁ ଜାଣିବା କଣ ସେହି ଚମତ୍କାରୀ ହୋମ୍ ରେମେଡି ଯାହା ଆପଣଙ୍କ ଦାନ୍ତର ସବୁ ପ୍ରକାର ସମସ୍ୟା ଦୂର କରିଥାଏ। ଏହି ରେମେଡିର ଆବଶ୍ୟକ ସାମଗ୍ରୀ ଏବଂ ଏହାର ପ୍ରସ୍ତୁତି ପ୍ରଣାଳୀ ବାବଦରେ ମଧ୍ୟ ଜାଣିବା।
ଆବଶ୍ୟକ ସାମଗ୍ରୀ – ଲୁଣ, ହଳଦୀ
ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଆପଣ ଏକ ପାତ୍ର ମରେ ଅଧା ଚାମଚ ହଳଦୀ ଏବଂ ଅଧା ଚାମଚ ଲୁଣ ନିଅନ୍ତୁ। ଏହା ପରେ ଅଧା ଚାମଚରୁ ଅଧା ବେକିଂ ସୋଡ଼ା ନିଅନ୍ତୁ। ଏହାପରେ ଏହି ତିନୋଟି ସାମଗ୍ରୀକୁ ମିଶାଇ ଦିଅନ୍ତୁ। ଏହା ପରେ ଆପଣ ଆପଣଙ୍କ ବ୍ରସ୍ ସାହାଯ୍ୟ ରେ ଏହି ପାଉଡରକୁ ନେଇ ଭଲ ଭାବରେ ବ୍ରସ୍ କରନ୍ତୁ। ଆପଣଙ୍କୁ ଏହା ଦିନକୁ ଦୁଇ ଥର କରିବା ପାଇଁ ପଡିବ। ଆପଣ ପ୍ରତିଦିନ ସକାଳେ ଥରେ ବ୍ରସ୍ କରନ୍ତୁ ଏବଂ ରାତ୍ରି ସମୟ ରେ ଆଉ ଥରେ ବ୍ରସ କରି ଶୋଇ ଯାଆନ୍ତୁ। ଦେଖିବା ମାତ୍ର କିଛି ଦିନର ବ୍ୟବହାର ପରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ। ଏହା ସହିତ ଆପଣଙ୍କ ଦାନ୍ତରୁ ଦୁର୍ଗନ୍ଧ ମଧ୍ୟ ବାହାରିବ ନାହିଁ। ଏହି ଚମତ୍କାରୀ ହୋମ୍ ରେମେଡିକୁ ଆପଣ ଥରେ ନିଶ୍ଚିତ ଟ୍ରାଇ କରନ୍ତୁ ଏହାପରେ ଆପଣ ନିଜେ ଏହାର ଫାଇଦା ବାବଦରେ ଜାଣି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।