Odisha News Portal

ଏହି ୬ ଟି ରାଶି ମୁକ୍ତି ପାଇବେ ଦୀର୍ଘ ଦିନ ପରେ, ଆସନ୍ତୁ ଜାଣିବା ସେ ରାଶି ସମ୍ପର୍କରେ

ଅନେକ ସମୟରେ ଦେଖାଯାଏ ଭବିଷ୍ୟତ ଏବଂ ରାଶି ବିଷୟରେ ଜାଣିବା ପାଇଁ ଲୋକମାନେ ଜ୍ୟୋତିଷ ର ସାହାର୍ଯ୍ୟ ନେଇ ଥାଆନ୍ତି। ଏହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ। ଶନି ଦେବଙ୍କର ଯଦି କୌଣସି ରାଶି ଉପରେ ଖରାପ ଦୃଷ୍ଟି ପଡେ ତେବେ ସେହି ରାଶିର ଜୀବନ ରେ ବହୁତ ସମସ୍ୟା ଦେଖା ଯାଇଥାଏ ଏବଂ ସଂସାରରେ ବଞ୍ଚିବା ପାଇଁ ଦୁର୍ବିସହ ହୋଇପଡେ । କୌଣସି ବ୍ୟକ୍ତି ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ପଡେ ତେବେ ସେହି ବ୍ୟକ୍ତି ଧନ ଧାନ୍ୟରେ ପୁରୀ ଉଠେ ଯାହା ସଂସାର ରେ କମ ଦେଖା ଯାଇଥାଏ।

ସମସ୍ତ ବ୍ୟକ୍ତି ନିଜ ଜୀବନରେ ସର୍ବଦା ସମୃଦ୍ଧିଶାଳୀ ହେବା ପାଇଁ ଚାହିଁ ଥାଏ ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନ ଯୋଗୁଁ କାଲି ଠାରୁ ମାତା ଲକ୍ଷ୍ମୀ ଓ ଶନିଦେବ କିଛି ରାଶି ମାନଙ୍କ ଉପରେ କୃପା ବା ଭଲ ଦୃଷ୍ଟି ପଡିବାରୁ ସେହି ରାଶି ମାନଙ୍କ ଜୀବନରେ ଖୁସିର ଲହରୀ ଖେଳି ଉଠିବ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ସମ୍ପର୍କରେ।

ମେଷ ରାଶି :

ମେଷ ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ସଫଳତା ପାଇବାର ସମ୍ଭାବନା ଏବଂ ବହୁତ ଦିନରୁ ପଡିରହିଥିବା ସବୁ କାର୍ଯ୍ୟ ପୁରଣ ହୋଇଯିବ । ଆଉ ପୈତୃକ ସମ୍ପତି ମିଳିବ । କୌଣସି ଭୂମି କିମ୍ବା ବାହାନ କିଣିବାର ଯୋଗ ହେଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ଉନ୍ନତି ହେବ । ଶତ୍ରୁ ମାନଙ୍କ ଉପରେ ବିଜୟୀ ହୋଇ ପାରିବେ।

କର୍କଟ ରାଶି :

ଏହି ରାଶି ମାନଙ୍କର ସବୁ ସମସ୍ୟା ଦୂର ହୋଇ ଯିବ । ଚାକିରୀ କ୍ଷେତ୍ରରେ ଉପରିସ୍ଥମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ପରିବାରରେ ସବୁ ସଦସ୍ୟଙ୍କ ମଧ୍ୟରେ ଏକତା ରହିବ । କୌଣସି ମିତ୍ର ପାଖରୁ ଆର୍ଥିକ ସାହାଯ୍ୟ ମିଳିବ । କୌଣସି ବଡ ବ୍ୟକ୍ତିଙ୍କଠାରୁ ବ୍ୟବସାୟରେ ସହଯୋଗ ମିଳିବ।

ବିଛା ରାଶି:

ଏହି ରାଶିର ବ୍ୟକ୍ତିଙ୍କୁ ମନ ମୁତାବକ ଚାକିରୀ ମିଳିଥାଏ।ଅକାମି ହୋଇ ରହିଥିବା ସବୁ କାର୍ଯ୍ୟ ସହଜରେ ହୋଇଯିବ। ପାର୍ଟନର ଶିପ ବ୍ୟବସାୟରେ ପାର୍ଟନରଙ୍କ ସହ ଭଲ ସଂପର୍କ ରହିବାରୁ ବ୍ୟବସାୟରେ ବହୁଗୁଣା ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ଖୁସି ଆସିଥାଏ।

ଧନୁ ରାଶି:

ଏଥିରେ ବ୍ୟବସାୟୀ ମାନଙ୍କୁ ଭଲ ଲାଭ ମିଳିଥାଏ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଥାଏ। କୌଣସି ଭୂମି କିଣିବାର ସଫଳ ହେବେ । ଧନ ସଞ୍ଚୟ କରିବାରେ ସଫଳ ହେବେ । ଜୀବନ ସାଥୀଙ୍କ ସହ ଭଲ ସମୟ ବିତିବ । ପ୍ରେମ ଜୀବନ ରେ ସଫଳ ହେବେ । ଅବିବାହିତ ମାନେ ଏହି ସମୟରେ ବିବାହ ହୋଇପାରନ୍ତି ।

କୁମ୍ଭ ରାଶି:

ଏହି ରାଶିର ବ୍ୟକ୍ତି ମାନେ ସବୁ ସମସ୍ୟାରୁ ମୁକ୍ତିପାଇଁ ପାରନ୍ତି । ପ୍ରେମ ସମ୍ପର୍କ ରେ ଵୃଦ୍ଧି ହୋଇଥାଏ। ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିବ ଏବଂ ସନ୍ତାନଙ୍କ ପକ୍ଷରୁ ଖୁସି ମିଳିବ । ବ୍ୟବସାୟ ଓ କାରବାରରେ ସଫଳତା ମିଳିବ।

ତୁଲା ରାଶି:

ନିଜ ଉପରେ ଶନି ଦେଵ ଙ୍କ କୃପା ପ୍ରଥମ ରୁ ହେବାକୁ ଯାଉଛି। କିନ୍ତୁ ଆପଣଙ୍କୁ ଡ଼ରିବାର କୌଣସି ଆବଶ୍ୟକତା ନାହିଁ । ଏହା ଆପଣଙ୍କ ଜୀବନରେ ଖୁବ ଉନ୍ନତି କରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।