Odisha News Portal

ହେ ଭଗବାନ ! ଦେହ ସାରା ଖାଲି ଘା’ ବାପା ମାଆ ଡାକିବା ବଦଳରେ ଯନ୍ତ୍ରଣାରେ ଝଟପଟ ହୋଇ କେବଳ କାନ୍ଦୁଚି ଏହି କଅଁଳ ଶିଶୁଟି ! ଆପଣ ମାନଙ୍କର ଗୋଟିଏ ସାହାର୍ଯ୍ୟ ହୁଏତ ଏହି ପିଲାର ଜୀବନ ବଞ୍ଚିଯାଇପାରେ ?

ଅଜବ ଏହି ବିଧିର ବିଧାନ। ବିଚିତ୍ର ତାର ନିୟମ। କାହାକୁ କେମିତି ଗଢ଼ିବା ,କଷ୍ଟ ଦେବା, ଖୁସି ଦେବା ସବୁ ବିଧାତାଙ୍କ ହାତରେ। କିନ୍ତୁ ବେଳେ ବେଳେ ଏମିତି କିଛି ଘଟଣା ଦେଖିବାକୁ ମିଳେ ଯାହା ସବୁ ଦୁଃଖ କଷ୍ଟକୁ ବଳି ଯାଇଥାଏ। ଆମେ କହୁଛୁ ଏକ ଗରିବ ପରିବାରର ଦୁଃଖଭରା ଅସହ୍ୟ କାହାଣୀ। ରେଢାଖୋଲ ବଡମୁଖପାଲ ଗ୍ରାମର ଏହି କରୁଣ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ଜଣେ ଅସହାୟ ଗରିବ ବାପା ମାଆ ଙ୍କ ଅବସ୍ଥା ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ ।

ଦେହ ସାରା ଖାଲି ଘା’ । କହିବାକୁ ଗଲେ ଶରୀରଟି ପୂରା ଘା’ ରେ ଭରି ହୋଇ ଯାଇଛି । ବାପା ମାଆ ଡାକିବା ବଦଳରେ ଯନ୍ତ୍ରଣାରେ ଝଟପଟ ହୋଇ କେବଳ କାନ୍ଦୁଚି ଏହି କଅଁଳ ଶିଶୁଟି । ତେବେ ଏହା ହେଉଛି ରେଢାଖୋଲ ବଡମୁଖପାଲ ଗାଁ ର ଅକ୍ରୁର ଏବଂ ଅହଲ୍ୟା ପ୍ରଧାନଙ୍କ ସାନ ପୁଅ ଅଶିତ୍ । ଜନ୍ମ ହେବା ପରେ ପ୍ରଥମେ ହାତ ଗୋଡ ବଙ୍କା ହୋଇ ଯାଇଥିଲା । ଆଉ ଏବେ ମୁଣ୍ଡ ଠାରୁ ଗୋଡ ପର୍ଯ୍ୟନ୍ତ ମାଡି ଗଲାଣି ଘା’ । ତେବେ 3 ବର୍ଷର ଅଶୀତ୍ ଅଜଣା ରୋଗରେ ହେଉଛି । ପୁଅର ଅସହ୍ୟ ଯନ୍ତ୍ରଣା ସହି ନ ପାରି ପଞ୍ଚାୟତ ଠାରୁ ଆରମ୍ଭ କରି ଉପ ଜିଲ୍ଲାପାଲଙ୍କ ଅଫିସ ପର୍ଯ୍ୟନ୍ତ ଦୌଡୁଛନ୍ତି ଏହି ଗରିବ ପରିବାର ।


ଏପଟେ ସେମାନଙ୍କ ଏହି ଅବସ୍ଥାକୁ ଦାରିଦ୍ର୍ୟ ସାଜିଛି ଦାଉ। ପୁଅରର ଏମିତି ଅବସ୍ଥା ଦେଖି ବାପା ମାଙ୍କ ଛାତି ଫାଟି ପଡୁଛି ! କିନ୍ତୁ କିଛି ରାସ୍ତା ନାହିଁ ସେମାନଙ୍କ ପାଖରେ। ଚିକିତ୍ସା କରିବା ପାଇଁ ଅର୍ଥ ସାଜୁଛି ବାଧକ। ଯେଉଁ କାରଣରୁ ବହୁତ୍ କଷ୍ଟରେ ପୁଅର ବାପା ଅକ୍ରୁର ଏବଂ ମାଁ ଅହଲ୍ୟା ପୁଅକୁ ଲାଳନ ପାଳନ କରୁଛନ୍ତି ଅନେକ ଯନ୍ତ୍ରଣା ସହ୍ୟ କରି।


ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳିଲେ ସେମାନେ ପୁଅର ଏଭଳି ଅବସ୍ଥା ସମୟରେ ତାର ଚିକିତ୍ସା ପାଇଁ କିଛି କରି ପାରିଥାନ୍ତେ । କିନ୍ତୁ ସେମିତି ବି କିଛି ସାହାଯ୍ୟ ସୁବିଧା ତାଙ୍କୁ ମିଳିପାରିନାହିଁ । ପୁଅର ଏଭଳି ଅବସ୍ଥା ଦେଖି କେହି ବାପା ମାଆ ଧର୍ଯ୍ୟ ଧରି ରହିବା ସମ୍ଭବପର ନୁହଁ । ଆଉ ବାପା ମଧ୍ୟ ପଙ୍ଗୁ , ଦେହହାତ ଫୁଲି ଫାଟି ଯାଉଛି । କିନ୍ତୁ ଗରିବର ଡାକ ଶୁଣେ କିଏ ?


କିଛି ବି ସୁବିଧା ମିଳୁ ନାହିଁ ବରଂ କେବଳ ପ୍ରତୃଶୃତି ମିଳୁଛି ବୋଲି କୁହନ୍ତି ସଂପର୍କୀୟ । ବର୍ତ୍ତମାନ 3 ବର୍ଷର ଶିଶୁର ଦେହ ଭଲ କରିବା ପାଇଁ ପରିବାର ସଂଘର୍ଷ କରୁଛି । କିନ୍ତୁ ଦିନକୁ ଦିନ ଅଶୀତ୍ ଗୁରୁତ୍ବର ହୋଇ ପଡୁଥିବା ବେଳେ ଦେହରୁ ପୁଳାପୁଳା ଚମଡା ଛାଡୁଛି । ଆଉ ଏବେ ସରକାରୀ ସହାୟତାର ଅପେକ୍ଷାରେ କାକୁତି ମୀନତି ହେଉଛନ୍ତି ବାପା ମାଆ । ଉନ୍ନତ ଚିକିତ୍ସାର ଆବଶ୍ୟକତା ଥିବା ବେଳେ ରାଜ୍ୟ ବାହାରକୁ ପଠାଇ ଚିକିତ୍ସା କରାଯିବା ବୋଲ କୁହନ୍ତି ଆରବିଏସକେ ଦାୟିତ୍ବରେ ଥିବା ଡାକ୍ତର ।

ଜୀବନ ଜୀବିକା ଭିତରେ ଛନ୍ଦି ହୋଇ ରହିଛି ଶିଶୁର ଜୀବନ । ଗୁରୁତ୍ବର ରୋଗରେ ପିଡିତ ହୋଇ ସରକାରଙ୍କ କୋଣସି ଯୋଜନାକୁ ସେ ସାମିଲ ହୋଇପାରି ନାହିଁ । ତେବେ ସରକାରଙ୍କର ଏ ମାଳମାଳ ଯୋଜନା କାହା ପାଇଁ ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।