ଏଡ୍‌ସ (HIV):ଭଳି ଭୟଙ୍କର ରୋଗକୁ କେମିତି ରୋକିବେ ଜାଣନ୍ତୁ ? Dr. Vanita Agrawal

ଦର୍ଶକ ବନ୍ଧୁ ଆମେ ମାନେ ବିଭିନ୍ନ ପ୍ରକାରର ରୋଗ ବିଷୟରେ ଜାଣିଛୁ, ତେବେ ଆଜି ଯେଉଁ ରୋଗ ବିଷୟରେ ଆମେ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି HIV ବା ହ୍ୟୁମାନ ଇମ୍ୟୁନ ଡେଫିସିଏନସି ଭାଇରସ ଏହା ଏକ ସଂକ୍ରମକ ରୋଗ | ଏହା ଶରୀର ରୋଗ ପ୍ରତିରାଧକ ଶକ୍ତି କୁ କମ କରିଦେଇଥାଏ | ତେବେ HIV ଏକ ରୋଗ ନୁହେଁ ଏହା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ସମୂହର ଲକ୍ଷଣ ବହୁତ ଦିନ ଧରି ଦେହରେ ରହିଗଲେ ଯେଉଁ ଲକ୍ଷଣ ମାନ ରହିଯାଏ ତାହାକୁ ଏଡ଼ସ ବୋଲି କୁହାଯାଏ | ଯାହାକୁ କି ଆକ୍ୟୁଆଡ଼ ଇମ୍ୟୁନ ଡେଫିସେନସି ସିଣ୍ଡ୍ରାମ ବା ରୋଗ ଗୁଡିକର ଲକ୍ଷଣ କୁ ଏଡ଼ସ ବୋଲି ମଧ୍ୟ କୁହାଯାଏ | ଏହା ଏକ ରକ୍ତ ଜନିତ ସଂକ୍ରମଣ 90% ଲୋକଙ୍କ ଠାରେ ଏହା ରକ୍ତ ଦ୍ୱାରା ସଂକ୍ରମଣ ହେଇଛି ବୋଲି ଜଣା ପଡେ | ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେଇଥାଏ | ତେବେ ବିଶ୍ୱରେକର୍ଡ ଅନୁଯାୟୀ ଏହି ସଂକ୍ରମଣ ଯୌନ ସମ୍ପର୍କ ଦ୍ୱାରା ବେଶୀ ବ୍ୟାପି ଥାଏ | ଯେମିତିକି ଯେଉଁ ବ୍ୟକ୍ତି ଙ୍କ ଠାରେ HIV ର ଲକ୍ଷଣ ରହିଛି ତାହା ସହିତ ଯଦି ଯୌନ ସମ୍ପର୍କ ରଖା ଯାଏ ତାହାଲେ ଆପଣଙ୍କ ଠାରେ ଏଡ଼ସ ଦେଖା ଯିବ |

ଏଡ଼ସ ସଂକ୍ରମଣ ହେଇଛି କି ନାହିଁ ତାହା ଆପଣ ଜାଣିବେ କେମିତି? :-

ତେବେ ବନ୍ଧୁଗଣ ବହୁତ ସମୟରେ ଦେଖାଯାଏ ଯେ ଏହାର ଲକ୍ଷଣ ପରିଲକ୍ଷିତ ହୁଏନାହିଁ | ଏହାର କୌଣସି ମୁଖ୍ୟ କାରଣ ଦେଖା ଯାଏ ନାହିଁ ଯେମିତିକି କୁହାଯାଇପାରିବ ଆପଣଙ୍କୁ ଏଡ଼ସ ହେଇଛି ବୋଲି | ତେବେ ପ୍ରଥମ ପର୍ଯ୍ୟାୟ ରେ ଏହା ଯେତେବେଳେ ସଂକ୍ରମଣ କରେ ସେତେବେଳେ, କାଶ, ସର୍ଦି, ଥଣ୍ଡା ଏହି ଲକ୍ଷଣ ମାନ ଦେଖାଦିଏ | ତଣ୍ଟି ଦରଜ ହେବା ଦେହ ଦରୋଜ ହେବା ଜ୍ୱର ରହିବା ଭଳି ଲକ୍ଷଣ ମାନ ଦେଖାଦିଏ | ଏବଂ ଦେହ ରେ ଗୁଳ୍ମ ବଢି ଯିବା ପରେ ପରିଲକ୍ଷିତ ହେବା | ଏହା ଏକ ଲାଟେନ ପର୍ଯ୍ୟାୟ ରହିଛି ଯାହା 10 ରୁ 20 ବର୍ଷ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖା ଦିଏ ନାହିଁ | ତେଣୁ ପ୍ରଥମ ପର୍ଯ୍ୟାୟ ରେ ଡାକ୍ତର ଙ୍କ ପରାମର୍ଶ ଗ୍ରହଣ କରନ୍ତୁ |

ଏଡ଼ସ ରୋଗ ର ଚିକିତ୍ସା :-

ଯେମିତିକି ଆପଣ ମାନେ ଜାଣିଛନ୍ତି ପ୍ରତିବର୍ଷ ଡିସେମ୍ବର 1 ତାରିଖ ବିଶ୍ୱ ଏଡ଼ସ ଦିବସ ରୂପେ ପାଳନ କରାଯାଏ | ଏହା ଦ୍ୱାରା ଏଡ଼ସ ରୋଗର ଭୟାବହ ବିଷୟରେ ଲୋକଙ୍କୁ ଜଣାଇବା ଏବଂ ଏହାକୁ କିପରି ରୋକି ପାରିବା ସେ ବିଷୟରେ ଲୋକଙ୍କୁ ସଚେତନତା କରିବା | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏବେ ଏହାର ଚିକିତ୍ସା ବିଷୟରେ ଜାଣିବା |

ଏହା ଏକ ଚିକିତ୍ସା ବିହୀନ ରୋଗ ହେଲେ ମଧ୍ୟ କିଛି ଡାକ୍ତର ମୋତ ରହିଛି ଯେ ଏହାର ଏକ ସଫଳ ଚିକିତ୍ସା ରହିଛି | ପୁରା ସମ୍ଭବ ନହେଲେ ମଧ୍ୟ ଏହାର ଚିକିତ୍ସା କରାଯିପାରିବ | ତେବେ ଏହି ରୋଗ ପାଇଁ ଯେଉଁ ଚିକିତ୍ସା କୌଶଳ ରହିଛି ତାହା ହେଉଛି ଏନଏନଆରଟିଆଇ, କିମ୍ବା ଏନଆରଟିଆଇ ବା ପ୍ରୋଟିଓନ ନିବିଟସ ଯେଉଁ ଔଷଧ ଗୁଡିଏ ରହିଛି ତାହାକୁ ଯଦି ପର୍ଯ୍ୟାୟ କ୍ରମେ ଦିଆଯିବ ତାହାଲେ ହୁଏତ ଆପଣ ଏହି ରୋଗ ଠାରୁ ମୁକ୍ତି ପାଇପାରିବେ | ତେବେ ଦେଖା ଯାଇଛି ଯେ ଯେଉଁମାନେ ଏହି ସଫଳ ଚିକିତ୍ସା ପାଇଛନ୍ତି ସେମାନଙ୍କ ଠାରେ 13 ବର୍ଷ ରୁ 30 ପର୍ଯ୍ୟନ୍ତ ଯାଏ ସୁସ୍ଥ ଜୀବନ ଜାପାନ କରିପାରିବ | ତେଣୁ ଏହି ରୋଗ ହେଲେ ଭୟଭୀତ ନ ହେଇ ଏହାର ସଫଳ ଚିକିତ୍ସା ସହିତ ଡାକ୍ତର ଙ୍କ ପରାମର୍ଶ ରେ ଔଷଧ ସେବନ କରନ୍ତୁ |

ଏହା ଥିବା HIV ଭାଇରସ ବା AIDS ରୋଗ ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment