Odisha News Portal

ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାକୁ ନେଇ ପୁଣି ଆସିଲା ନୂଆ ଟୁଇଷ୍ଟ, ଦେଖନ୍ତୁ ବିଦ୍ୟାଶ୍ରୀ କହୁଛନ୍ତି ଆଦିତ୍ୟ ଯଦି ମୋର ତୃତୀୟ ସ୍ୱାମୀ ମୋ ସ୍ୱାମୀମାନେ କାହାନ୍ତି ?

ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାକୁ ନେଇ ପୁଣି ଆସିଲା ନୂଆ ଟୁଇଷ୍ଟ । ତେବେ ଆପଣ ମାନେ ଜାଣିଥିବେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାକୁ ପ୍ରାୟ ବହୁତ ଦିନ ବିତି ଗଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକୃତ ଦୋଷୀକୁ କ୍ରାଇମବ୍ରାଞ୍ଚ ଖୋଜି ପାଉନାହିଁ । କିନ୍ତୁ ପୋଲିସ ତାର ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ସମୟରେ ବର୍ତ୍ତମାନ ପୁଣି ଥରେ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ମୁହଁ ଖୋଲିଛନ୍ତି । ସେ ସୋସିଆଲ ମିଡିଆ ସାମ୍ନରେ ନିଜର ମନ୍ତବ୍ୟ ରଖିଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଖବର । ତେବେ ବିଦ୍ୟାଶ୍ରୀଙ୍କ କହିବା କଥା ହେଉଛି ଯେ ଆଦିତ୍ୟଙ୍କ ମୃତ୍ୟୁ କେସ୍ ଗୋଟିଏ ବହୁତ ବଡ ସମସ୍ୟା ଘେର ଭିତରେ ରହିଛି ଏବଂ ତଦନ୍ତ ବିଭାଗ ତାର ତଦନ୍ତ ଜାରି ରଖିଛି ।

କିନ୍ତୁ ପ୍ରଥମରୁ କଣ ପାଇଂ ମୋତେ ସନ୍ଦେହ କରାଯାଉଛି ? ପ୍ରଥମରୁ କଣ ପାଇଁ ମୋ ଉପରେ ମିଛ ଅଭିଯୋଗ କରାଯାଉଛି ଯେ, ମୁଁ ଲୁଙ୍ଗିରେ ଗୋଡେଇ ନାଲି କାର ସାହାଯ୍ୟରେ ଆଦିତ୍ୟଙ୍କୁ ରେଳଧାରଣାରେ ପକେଇ ଦେଇ ଆସିଥିଲେ ଏବଂ ରାତି 3ଟାରେ ବିଦ୍ୟାଶ୍ରୀ ତାଙ୍କ ଭାଇଙ୍କୁ ଫୋନ କରିଥିଲେ ।

ଏହାସହିତ ବିଦ୍ୟାଶ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ , ଆଦିତ୍ୟ ହେଉଛନ୍ତି ମୋର 3ୟ ସ୍ବାମୀ , ଏପରି ମଧ୍ୟ କୁହାଯାଉଛି । ତେବେ ଯାହା ତାଙ୍କ ସ୍ବାଭିମାନକୁ ବହୁତ କଷ୍ଠ ଦେଇଛି । ତେଣୁ ବିଦ୍ୟାଶ୍ରୀ ପ୍ରଶ୍ନ କରିଛନ୍ତି ଯଦି ମୋର 3ଟି ସ୍ବାମୀ ତେବେ ମୋର ଆଉ ଦୁଇ ଜଣ ସ୍ବାମୀ ମାନେ କାହାଁନ୍ତି? କେଉଂଠି ଅଛନ୍ତି ସେମାନେ ?

ଆହୁରି ଅନେକ ପ୍ରକାର ମିଛ ଅଭିଯୋଗ ତାଙ୍କ ଉପରେ କରା ଯାଇଛି । ଯାହା ତାଙ୍କୁ ପୁଣି ମୁହଁ ଖୋଲିବା ପାଇଁ ବାଧ୍ୟ କରିଛି । ଏହା ସହିତ ଆହୁରି ମଧ୍ୟ କୁହାଯାଉଛି ଯେ ଆଦିତ୍ୟ ଏବଂ ବିଦ୍ୟାଶ୍ରୀ ସେଦିନ ମନ୍ଦିର ଯାଇ ନଥିଲେ । ତେବେ ତାହା ତଦନ୍ତ ପରିସର ଭୂର୍କ୍ତ ଅଛି । ମୁଁ ମନ୍ଦିର ଯାଇଛି କି ଯାଇନାହିଁ ତାହା ପୋଲିସ ତଦନ୍ତ ପରେ କହିବେ ।


ତେବେ ଏହା ସହିତ ବିଦ୍ୟାଶ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କ୍ରାଇମବ୍ରାଞ୍ଜ ତାଙ୍କର ତଦନ୍ତ କରୁଛନ୍ତି ଏବଂ ଆଦିତ୍ୟ ଓ ମୋର ଫୋନ ମଧ୍ୟ ସିଜ୍ କରିଛନ୍ତି ତେଣୁ ନିହାତି ଭାବରେ ଚେକ୍ କରିବେ ଆମେ କାହାକୁ କଲ୍ କରିଛୁ , କଣ କରିଛୁ ନାଁ ନାଇ ? କିନ୍ତୁ ଏହାପରେ ମଧ୍ୟ କଣ ପାଇଁ ମୋତେ ଏବଂ ମୋ ପରିବାରକୁ ନେଇ ଏମିିତି ବାରମ୍ବାର କୁହା ଯାଉଛି ।

 

ଜନ ସାଧାରଣ ସାମ୍ନରେ ମିଛ ତଥ୍ୟ ଦେଇ କଣ ପାଇଁ ମୋ ଉପରେ ଲୋକ ମାନଙ୍କର ଚିନ୍ତାଧାର ଖରାପ କରା ଯାଉଛି । ଏହାସହିତ ବିକାଶ ମହାପାତ୍ରଙ୍କ ନାଁ ନେଇ କହୁଛନ୍ତି କି ସେ ହେଉଛନ୍ତି ଏ ବାହାଘରର ମଧ୍ୟସ୍ତ ଏବଂ ସେ ହେଉଛନ୍ତି ଏହି ବାହାଘର କରେଇଛନ୍ତି , ଆଉ ଏହି ମର୍ଡର ପଛରେ ତାଙ୍କର ହାତ ଅଛି । କିନ୍ତୁ ଯେତେବେଳେ କି ବିକାଶ ମହାପାତ୍ର ଜାଣି ନାହିୀଁନ୍ତି ଆଦିତ୍ୟ ଦାଶ କିଏ ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।