ଏବେ ପ୍ରତିଟି କ୍ଷୋତ୍ରରେ ଆଧାର କାର୍ଡର ଆବଶ୍ୟକତା ପଡୁଛି । ନୂଆ ଗ୍ୟାସ୍ କନେକ୍ସନ ଠାରୁ ଆରମ୍ଭ କରି ବ୍ୟାଙ୍କ ସମ୍ବନ୍ଧୀୟ କାମରେ ଆଧାର କାର୍ଡ ନ ହେଲେ କାମ ଆଗକୁ ବଢୁ ନାହିଁ । ତେବେ ପୂର୍ବରୁ ହୋଇ ଥିବା ଆଧାର କାର୍ଡରେ ସମସ୍ତ ତଥ୍ୟ ଉପଲବ୍ଧ ନ ଥିବାରୁ କିଛି ସ୍ଥାନରେ ଉପଭୋକ୍ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଢୁଛି । ତେଣୁ ବର୍ତ୍ତମାନ ଲୋକ ମାନଙ୍କୁ ଆଧାର କାର୍ଡକୁ ଅପଡେଟ କରିବାକୁ ପଡୁଛି । ଖାସ୍ କରି KYC ସହ ଜଡିତ ପ୍ରକ୍ରିୟା ପାଇଁ ମୋବାଇଲ ନମ୍ବରକୁ ଓଟିପି ଆସେ ଥାଏ । ଆଉ ଏହି ଭଳି କ୍ଷେତ୍ରରେ ଆପଣଙ୍କ ଆଧାର କାର୍ଡରେ ଆପଣଙ୍କ ମୋବାଇଲ ନମ୍ବର ଲିଙ୍କ୍ ରହିଛି କି ନାହିଁ ତାହା କେମିତି ଜାଣିବେ ଚାଲନ୍ତୁ ଜାଣିବା ?
ସାଧାରଣତଃ ପୂର୍ବରୁ ଥିବା ଅଧିକାଂଶ ଆଧାର କାର୍ଡରେ ମୋବାଇଲ ନମ୍ବର କିମ୍ବା ଇ ମେଲ୍ ଲିଙ୍କ ହୋଇ ନଥିଲା । ଏପରିକି ଯେଉଁ ନମ୍ବର ଲିଙ୍କ ହୋଇଥିଲା ସେ ନମ୍ବର ଉପଭୋକ୍ତା ବ୍ୟବହାର କରୁ ନଥିବାରୁ ଅନେକ ସମୟରେ ଓଟିପିକୁ ନେଇ ସମସ୍ୟା ଦେଖା ଦେଇଥାଏ । ଆଉ ଏପରି ସ୍ଥଳେ ଆଧାର କାର୍ଡରେ ଆପଣଙ୍କ ମୋବାଇଲ୍ ନମ୍ବର ଲିଙ୍କ ରହିଛି କି ନାହିଁ , ତାହା କେଉଁ ଉପାୟରେ ଜାଣି ପାରିବେ ସେ ଉପରେ ଥରେ ନଜର ପକାନ୍ତୁ ।
ପ୍ରଥମେ ଆଧାରକାର୍ଡର ଅଧିକାରୀଙ୍କ ୱେବସାଇଟ୍ uidai.gov.in ରେ ଲଗଇନ୍ କରନ୍ତୁ । ଏହାପରେ ୱେବସାଇଟର My Aadhaar ସେକ୍ସନ୍ କୁ ଯାଆନ୍ତୁ । ଏଠାରେ ଆଧାର ସର୍ଭିସ୍ ସେକ୍ସନ୍ ରେ ଭେରିଫାୟ ଇମେଲ କିମ୍ବା ମୋବାଇଲ୍ ନମ୍ବର ର ବିକଳ୍ପ ଉପରେ କ୍ଲିକ କରନ୍ତୁ ।
ଏଠାରେ ଆଧାର ନମ୍ବର ସହ ମୋବାଇଲ୍ ନମ୍ବର କିମ୍ବା ଇ ମେଲ୍ ଏଣ୍ଟର କରନ୍ତୁ । ଏହାପରେ ନିମ୍ବରେ ଦିଆ ଯାଇ ଥିବା କ୍ୟାପଚା୍ କୋର୍ଡ ଭରିବା ସହ ସେଣ୍ଡ ଓଟିପି ବିକଳ୍ପ ଉପରେ କ୍ଲିକ କରନ୍ତୁ । ଯଦି ଆପଣଙ୍କ ଦ୍ବାରା ଦିଆ ଯାଇଥିବା ମୋବାଇଲ୍ ନମ୍ବର ସଠିକ୍ ଥିବ ତେବେ ଏହି ପ୍ରକ୍ରିୟା ଆଗକୁ ବଢିବ, ନଚେତ ଦିଆ ଯାଇଥିବା ତଥ୍ୟ ୱେବସାଇଟ୍ ରେ ଉପଲବ୍ଧ ନାହିଁ ବୋଲି ଆପଣଙ୍କ ପାଖକୁ ମ୍ୟାସେଜ ଆସିବ ।
ଏହି ଭଳି ଭାବରେ ଜାଣି ପାରିବେ ଆଧାର କାର୍ଡ ସହ ଆପଣଙ୍କର ମୋବାଇଲ୍ ନମ୍ବର ଲିଙ୍କ ରହିଛି କି ନାହିଁ । ଯଦି ଆପଣ ଦୁଇଟି ନମ୍ବର ବ୍ୟବହାର କରୁଥିବେ ଏବଂ କେଉଁ ନମ୍ବର ଆଧାର କାର୍ଡ ସହ ଲିଙ୍କ ରହିଛି ତାହା ଜାଣିବାରେ ଦ୍ବନ୍ଦ ଥିବ ତେବେ ଏହି ଉପାୟରେ ମଧ୍ୟ ସେ ବାବଦରେ ଜାଣି ପାରିବେ ଉପଭୋକ୍ତା । ତେବେ ଆପଣଙ୍କର ୟଦି ଏପରି କୌଣସି ସମସ୍ୟା ରହିଛି ତାହେଲେ ଆଜି ହିଁ ଏହି ଉପାୟ କରି ନିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।