ଜନ ସାଧାରଣ ମାନଙ୍କ ସୁଖ ସୁବିଧା ପାଇଁ ଭାରତ ସରକାର ଅନେକ ପ୍ରକାର ନୂଆ ନୂଆ ନିୟମ କରିଥାନ୍ତି , ଯାହାଫଳରେ ସାଧାରଣ ଲୋକମାନେ ଉପକୃତ ବୋଇ ପାରିବେ । କିନ୍ତୁ ସମାଜରେ ଏମିତି କିଛି ବ୍ୟକ୍ତି ରହିଛନ୍ତି , ଯେଉଁମାନେ ଏହି ନିୟମକୁ ଉଲଙ୍ଘନ କରିଥାନ୍ତି । ସେହି ଉଲଙ୍ଘନ କାରୀ ବ୍ୟକ୍ତି ମାନଙ୍କ ପାଇଁ ସରକାର କଢା ନିୟମ ଲାଗୁ କରିଥାନ୍ତି । ତେବେ ପୁଣିଥରେ ଭାରତ ସରକାର ଆଧାର ନିୟମାବଳୀର ଉଲଙ୍ଘନକାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି । ଏହି କାନୁନ ପାରିତ ହେବାର ପ୍ରାୟ 2 ବର୍ଷ ପରେ ସରକାର ଉକ୍ତ ନିୟମର ଅଧିସୂଚନା ଜାରି କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଯେଉଁ ଯେଉଁ ବ୍ୟକ୍ତି ବା କୌଣସି ସଂସ୍ଥା ଆଧାର ନିୟମ ର ଉଲଙ୍ଘନ କରୁଛନ୍ତି , ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଅଧୀକାରୀଙ୍କୁ ନିଯୁକ୍ତି ଦିଆଯିବ । ଏଥି ସହିତ ଦୋଷୀ ମାନଙ୍କ ଉପରେ 1 କୋଟି ପର୍ଯ୍ୟନ୍ତ ଅର୍ଥଦଣ୍ଡ ଲାଗୁ କରାଯିବ ବୋଲି ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ପକ୍ଷରୁ କୁହା ଯାଇଛି । ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ , ନିଯୁକ୍ତି ପାଇଥିବା ସମସ୍ତ ଅଧିକାରୀ ମାନେ ସମସ୍ତ ମାମଲାର ନିଷ୍ପତ୍ତି ନେବେ ଏବଂ ଏପରି ଠକାମିର କାର୍ଯ୍ୟରେ ଲିପ୍ତ ଥିବା ସଂସ୍ଥା ମାନଙ୍କ ଉପରେ ଜରିମାନା ଲାଗୁ କରି ପାରିବେ ।
ଭାରତ ସରକାର ଦୋଷୀ ମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଧାର ଅଧିନିୟମ 2019 ରେ ସଂଶୋଧନ କରିଛନ୍ତି । ତେବେ ସରକାରଙ୍କ ଯୁଗ୍ମ ସଚିବ ପାହ୍ୟାର ଜଣେ ଅଧିକାରୀ ଏହି ଦଣ୍ଡ ବିଧାନର ନିଷ୍ପତ୍ତି ଗ୍ରହଣ କରିବେ । କିନ୍ତୁ ଉକ୍ତ ଅଧିକାରୀ ଙ୍କର ଆଇନ ଓ ପ୍ରଶାସନ ବିଷୟରେ ଅଭିଜ୍ଞତା ଥିବା ଦରକାର ଏବଂ 10 ବର୍ଷ ବା ତହିଁରୁ ଅଧିକ ଏ ସମ୍ପର୍କରେ ଅଭିଜ୍ଞତା ଥିବା ଅତ୍ୟନ୍ତ ଜରୁରୀ ଅଟେ । ଏହା ବ୍ୟତୀତ ଉକ୍ତ ବ୍ୟକ୍ତିଙ୍କ ଠାରେ ପ୍ରଯୁକ୍ତି ବିଦ୍ୟା , ବାଣିଜ୍ୟରେ ଅତି କମ୍ ରେ 3 ବର୍ଷର ଅଭିଜ୍ଞାତା ଥିବା ଆବଶ୍ୟକ । ବ୍ୟକ୍ତିଗତ ସୁରକ୍ଷା ପାଇଁ ଆଇନରେ ସଂଶୋଧନ କରିବା ନିହାତି ଜରୁରୀ ବୋଲି ୟୁଆଇଡିଏଆଇ କୁ ହୃଦବୋଧ ହୋଇଥିଲା ।
ସେଥିପାଇଁ ସେ ଏମିତି ଏକ ନିଷ୍ପତ୍ତି ଗ୍ରହଣ କରିଥିବାର ସୂଚନା ମିଳିଛି , ଏଥି ସହ ଉକ୍ତ ଅଧିକାରୀଙ୍କ ଦ୍ୱାରା ଲାଗୁ କରା ଯାଇଥିବା ଜରିମାନା ୟୁଆଇଡିଏଆଇ କୋଷରେ ଜମା ହେବ ବୋଲି କୁହାଯାଇଛି । ସରକାରଙ୍କ ଏମିତି ଏକ ନିଷ୍ପତ୍ତି ପରେ ଅଧାର ନିୟମ ଉଲଙ୍ଘନକାରୀ ମାନେ କୌଣସି ଭୁଲ କାର୍ଯ୍ୟ କରିବା ପାଇଁ ଟିକିଏ ଚିନ୍ତା କରିବେ ବୋଲି ଅନୁମାନ କରାଯାଉଛି। କାରଣ ଏତେ ମୋଟା ଅଙ୍କର ଜରିମାନା ହୁଏତ ତାଙ୍କ ଉପରେ କିଛି ପ୍ରଭାବ ପକାଇ ପାରେ ବୋଲି କୁହାଯାଉଛି । ତେବେ ସରକାରଙ୍କ ଏହି ନୂଆ ନିୟମ କେବେଠାରୁ କାର୍ଯ୍ୟକ୍ଷମ ହେବ ତାହା ଜାଣିବା ବାକି ରହିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।