Odisha News Portal

ଏଣିକି ସରକାର ଆଣିଲେ ନୂଆ ନିୟମ !ଜମିବାଡି କାଗଜ ପତ୍ର ସହ ଆଧାର ଲିଙ୍କ ବାଧ୍ୟତାମୂଳକ , କେମିତି କରିବେ ସଂମ୍ପୂର୍ଣ୍ଣ ଜାଣିରଖନ୍ତୁ ବିବରଣୀ….

ଜମିବାଡି କାଗଜ ପତ୍ର ସହ ଆଧାର ଲିଙ୍କ ବାଧ୍ୟତାମୂଳକ । ଏଣିକି ଆଧାର ସହ ଲିଙ୍କ ହେବ ଆପଣଙ୍କ ସଂପତି । ଆପଣଙ୍କ ପାଖରେ ରହିଛି କେତେ ଧନ ସରକାରଙ୍କୁ ଜଣାଇବାକୁ ବାଧ୍ୟତା ମୂଳକ । କେବଳ ସାଧାରଣ ଜନତା ନୁହଁନ୍ତି ବରଂ ଦେଶର ବଡ ବଡ ନେତା ମନ୍ତ୍ରୀ କର୍ମଚାରୀ ଏବଂ ଏମାନଙ୍କ ଅଧିନରେ ଆସୁ ଥିବା ପରିବାର ସଦସ୍ୟଙ୍କ ସଂପତି କୁ ବି ବାଧ୍ୟତାମୂଳକ ଭାବେ ଆଧାର କାର୍ଡ ସହ ସଂଯୋଗ କରି ପାରନ୍ତି ସରକାର । ଏକଥା ଆମେ କହୁ ନାହୁଁ ବରଂ ନିକଟରେ ହୋଇଥିବା ଏକ ଜନ ସର୍ବେକ୍ଷଣରେ ସାମିଲ ହୋଇଥିବା ଅଧିକାଂଶ ଲୋକ ମାନେ ମତ ପ୍ରକାଶ କରିଛନ୍ତି ।

ତେବେ ଖାଲି ଏତିକି ନୁହେଁ ବରଂ ଦେଶର ପ୍ରତିଟି ବ୍ୟକ୍ତିଙ୍କ ସଂପତିକୁ ଆଧାର ସହ ଲିଙ୍କ କରିବା ସହିତ ସମସ୍ତ ମନ୍ତ୍ରୀ, ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତିଟି ସଂପତିକୁ ବାଧ୍ୟତା ମୂଳକ ଭାବେ ପ୍ରକାଶିତ କରିବାକୁ ମଧ୍ୟ ଏହି ସର୍ଭେରେ କୁହା ଯାଇଛି ।

ଯାହା ଦ୍ବାରା କଳା ଧନ ଉପରେ ଅଙ୍କୁଶ ଲଗା ଯାଇ ପାରିବ ବୋଲି ସର୍ବେକ୍ଷଣରେ ସାମିଲ ହୋଇ ଥିବା ଲୋକେ ଯୁକ୍ତି ବାଡିଛନ୍ତି । ତେବେ ଏହି ସର୍ଭରେ ଭାରତ ରୁ 300 ରୁ ଅଧକ ଜିଲ୍ଲାର ପ୍ରାୟ 50 ହଜାର ଲୋକଙ୍କ ପ୍ରତିକ୍ରିୟା ଗ୍ରହଣ କରା ଯାଇ ଥିଲା । ତେବେ ସର୍ବେକ୍ଷଣର ଶୀର୍ଷରେ ରହିଥିଲା ଦେଶରେ କଳାଧନ ରୋକିବାକୁ ସରକାର କି ପ୍ରକାର ପଦକ୍ଷେପ ନେବା ଦରକାର । ତେବେ ଏ ସଂକ୍ରାନ୍ତରେ ଅଧିକାଂଶ ଲୋକ ଆଧାର କାର୍ଡ ସହ ସଂପତି ଲିଙ୍କ କରିବାକୁ ପ୍ରସ୍ତାବ ଦେଇ ଥିଲେ ।


ଅର୍ଥାତ ସର୍ଭେରେ ସାମିଲ ହୋଇ ଥିବା ସଦସ୍ୟଙ୍କ ମଧ୍ୟରୁ 33 ପ୍ରତିଶତ ଲୋକ ମାନଙ୍କ ର କହିବା କଥା ହେଲା , ସରକାର ଦେଶର ସମସ୍ତ ସଂପତି ମାଲିକ ଙ୍କୁ ଆଧାର ସହ ବାଧ୍ୟତା ମୂଳକ ଭାବେ ଯୋଡିବା ଦରକାର । ସେହି ଭଳି 38 ପ୍ରତିଶତ ଲୋକଙ୍କ ମତ ରହିଥିଲା ସମସ୍ତ ମନ୍ତ୍ରାଳୟ, ସରକାରୀ କର୍ମଚାରୀ ଏବଂ ସେମାନଙ୍କ ର ପରିବାର ସଦସ୍ୟଙ୍କର ଥିବା ସଂପତି କୁ ସରକାର ବାଧ୍ୟତା ମୂଳକ ଭାବେ ପ୍ରକାଶିତ କରିବା ଉଚିତ ।

ଏହାଛଡା 2 ହଜାର ଟଙ୍କିଆ ନୋଟକୁ ତୁରନ୍ତ ବନ୍ଦ କରିବାକୁ ସରକାର ନିଷ୍ପତି ନେବା ସହିତ 10 ହଜାରରୁ ଅଧିକ ଆର୍ଥିକ କାରବାର ଉପରେ ଭାରତ ସରକାର 2 ପ୍ରତିଶତ ଟ୍ରାଞ୍ଜେକ୍ସନ ଟ୍ୟାକସ୍ ଦେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି । ଯଦି ସରକାରଙ୍କ ସର୍ବେକ୍ଷଣରେ ଏହି ଜନମତକୁ ଗ୍ରହଣ କରି ଦିଅନ୍ତି ତେବେ PAN ବ୍ୟାଙ୍କ ସମେତ ବିଭିନ୍ନ ସରକାରୀ ଯୋଜନା ପାଇଁ ଯେଭଳି ଆଧାରକାର୍ଡ ସଂଯୋଗ କରିବା ନିହାତି ଜରୁରି , ଠିକ ସେହି ଭଳି ନିଜର ସଂପତିକୁ ବି ଆଧାର ସହ ଲିଙ୍କ କରିବା ବାଧ୍ୟତା ମୂଳକ କରିପାରନ୍ତି ସରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।