Odisha News Portal

ଅଦାର ସେବନ କରୁଛନ୍ତି କି ତାହେଲେ ଜାଣନ୍ତୁ ଭୟଙ୍କର କଥା, ନଚେତ୍ ଆପଣ ହୋଇପାରନ୍ତି ସମସ୍ୟାର ସମ୍ମୁଖୀନ…

ଖାଦ୍ୟ ବନେଇବା ପାଇଁ ଅଦାର ଚାହିଦା ବହୁତ ଅଧିକ ରହିଥାଏ , ଏହା ସହିତ ଏହି ଅଦା ଆମ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଅଦାର ଚାହିଦା ବା ଉପକାରିତା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । ଅଦାକୁ ମୂଷା ମାଟିରେ ଆଠ ଦିନ ପୋତି ରଖିବା ପରେ ତାହାକୁ ବାହାର କରି ଅଦାର ରସ କାଢି ତାହାକୁ ଆଣ୍ଟୁଗଣ୍ଟିରେ ମାଲିସ କଲେ ତାହା ବହୁତ ଉପକାରିତା ପ୍ରଦାନ କରିଥାଏ ।

ଯେପରିକି ବହୁତ ଦିନରୁ ଥିବା ଜଖମ , ଦରଜ ଏବଂ ସ୍ତ୍ରୀ ମାନଙ୍କର ପ୍ରସବ କାଳୀନ ଶୂଳ, ଜଘଂ , ଗୋଡ ଅଣ୍ଟା ପ୍ରବୃତ୍ତିରେ ଅଟକି ଯାଇଥିଲେ ତାହା ସବୁ ଭଲ ହୋଇଥାଏ । ଅଦା ରସୁଣ ଦୁଇ ଦ୍ରବ୍ୟକୁ ଏକତ୍ର ଛେଞ୍ଚ ଚିପୁଡି ସେଥିରୁ ରସ ବାହାର କରି ନାକରେ ପକାଇଲେ ଅପସମାର ରୋଗ ମଧ୍ୟ ନଷ୍ଟ ହୋଇଥାଏ । ଅଦା ରସରେ କୁଶି କରିଲେ ବା ଦାନ୍ତ ମଳିଲେ , ଜିଭରେ ଘର୍ଷଣ କଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ । ଭୋଜନ ପୂର୍ବରୁ ଅଦା , ରସୁଣ ଏକତ୍ର କରି ଖାଇଲେ ଖାଦ୍ୟ ଦ୍ରବ୍ୟ ଜୀର୍ଣ୍ଣ ହୁଏ ।

ଅଦା ରସ ସହିତ ମହୁ ମିଶାଇ ସେବନ କଲେ ପିଲା ମାନଙ୍କର ଥଣ୍ଡା , ଜ୍ୱର , କାଶ , ମୁଣ୍ଡବିଧା ଏବଂ ଅଜୀର୍ଣ୍ଣ ଆଦି ଦୂର ହୋଇଥାଏ । ଦାନ୍ତ ମୂଳରେ ଅଦା ରଖିଲେ ଦାନ୍ତରେ ପୋକ କାଟିବା ଭଲ ହୋଇଥାଏ । ଅଦା ରସରେ ପୁୁରୁଣା ଗୋଡ ମିଶାଇ ସେବନ କଲେ ଅନାହ ଏବଂ ଶୂଳ ଆଦି ରୋଗ ଦୂର ହୋଇଥାଏ ।

ଅଦା ରସରେ ଭଲ ଡାଲଚିନି ମିଶାଇ ମୁଣ୍ଡରେ ଲଗାଇଲେ ମୁଣ୍ଡବ୍ୟଥା ଦୂର ହୋଇଥାଏ । ଅଦାକୁ କାଟି ଚିନିରେ ମାପ କରି ଖାଇଲେ ଅଗ୍ନି ମାନ୍ୟ ଅରୁଚି ଦୂର ହୋଇ ଖାଦ୍ୟରେ ପୃଷ୍ଟିକତା ଆସିଥାଏ । ଅଦା ରସ ସାଙ୍ଗରେ ମହୁ ମିଶାଇ ସେବନ କରିଲେ ପିଲା ମାନଙ୍କ ଦେହରେ ଶର୍ଦି , କମ୍ଫ, ଜ୍ୱର , କାଶ , ମୁଣ୍ଟବ୍ୟଥା ଆଦି ନିର୍ବାପିତ ହୋଇଥାଏ ।


ଲୁଣ ସାଙ୍ଗରେ ଅଦାକୁ ଚୋବାଇ କରି ଖାଇଲେ ମାଇ ସୋରମ ଆଦି ରୋଗ କ୍ଷୟ ହୁଏ । ଅଦା ରସରେ କେବଳ ବିପୁଳି ଚୂନ ମିସାଇ ଏକ ମାସ ସେବନ କରିବା ଦ୍ୱାରା କୃମି , ବାଇଶୂଳ , ଅଗ୍ନିମାନ୍ୟ ଏବଂ ଅର୍ଶ ବୃଦ୍ଧି ରୋଗର ନିର୍ବାପିତ ହୋଇଥାଏ । ଅଦା , ଶୀତଦୂବ ଏବଂ ଅରୁଆ ଚାଉଳ ଏହି ତିନି ଦ୍ରବ୍ୟକୁ ଏକତ୍ର ବାଟି ଲେପ ଦେବା ଦ୍ୱାରା ଜଖମ ହୋଇଥିବା , ପବନ ଅଟକିଥିବା ଏବଂ ରକା ପଶିଥିବା ସ୍ଥାନ ଭଲ ହୋଇଥାଏ । ପେଟ ଉପରେ ଲେପିଲେ ଅଜୀର୍ଣ୍ଣ ଅତିସାର , ଉହା ମଧ୍ୟ ନିର୍ବାରିତ ହୋଇଥାଏ । ଅଦା , ତେନ୍ତୁଳି , ଲୁଣ ଓ ଜିରାକୁ ଏକତ୍ର ଚଟଣୀ ବାଟି ଲେପନ କଲେ ଅରୁଚି ରେ ରୁଚି ଜନ୍ମେ । ଏହା ସହିତ କ୍ଷୁଦ୍ଧା ମଦ୍ୟ ବୃଦ୍ଧି ପାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।