Odisha News Portal

ଦେଖନ୍ତୁ ଭିଡ଼ିଓ : ଅଭିନେତ୍ରୀ Nisha Rawal ଙ୍କୁ ତାଙ୍କ ସ୍ୱାମୀ ମାଡ ମାରି କଲେ ରକ୍ତାକ୍ତ ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି ।

ତେବେ ବର୍ତମାନ ବଲିଉଡ୍ ର ଦୁଇଜଣ ଅଭିନେତା ଓ ଅଭିନେତ୍ରୀ ଯିଏକି ରିଅଲ ଲାଇଫ ରେ ପତି ପତ୍ନୀ ଥିଲେ ତାଙ୍କର ବୈବାହିକ ଜୀବନ ରେ କିଛି ବିବାଦ ସୃଷ୍ଟି ହୋଇଛି ଯାହା ବର୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ରେ ରହିଛି। ତେବେ ଏହି ଦୁଇ ଜଣ ପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀ ହେଉଛନ୍ତି ନିଶା ରୱାଲ ଏବଂ କରନ୍ ମେହେର । ଦୁଇ ଜଣ ବଲିଉଡ୍ ରେ ବହୁତ୍ ଫେମସ୍ ଓ ଡୁଇ ଜଣଙ୍କ ବିବାହ କୁ ୮ ବର୍ଷ ବିତିଯାଇଛି । ତେବେ ବର୍ତମାନ ନିଶା ରୱାଲ ନିଜ ସ୍ଵାମୀ କରନ୍ ମେହେର ଙ୍କ ନାମ ରେ ପୋଲିସ୍ ରେ ଅଭିଯୋଗ କରିଛନ୍ତି ଓ କରନ ମେହେର ତାଙ୍କୁ ପିଟି ଥିବାର ଭିଡ଼ିଓ ମଧ୍ଯ ମିଡିଆ ସାମ୍ନା ରେ ଦେଖାଇ ଅଛନ୍ତି।

ନିଶା ଙ୍କ କହିବା ଅନୁସାରେ କରନ ଙ୍କ ର ଆଉ ଗୋଟେ ଝିଅ ସହିତ ସମ୍ପର୍କ ଅଛି ଯେଉଁ ବିଷୟ ରେ ସେ ଜାଣିବା ପରେ ମଧ୍ୟ ଚୁପ୍ ଥିଲେ। କିନ୍ତି ଗତକାଲି କରନ ନିଶା ଙ୍କୁ କରନ ମାରପିଟ୍ କରିଥିଲେ ଯାହାର ପ୍ରମାଣ ସେ ମିଡିଆ ସାମ୍ନା ରେ ଦେଖାଇ ଅଛନ୍ତି ଏହା ସହିତ ସେ ପୋଲିସ୍ ରେ ଅଭିଯୋଗ ମଧ୍ଯ କହିଛନ୍ତି। ଅଭିନେତା କରନ ନିଶା ଙ୍କୁ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇ ଥିବାର ଦେଖିବାକୁ ମିଳିଛି। ଏପଟେ କରନ ଅଭିଯୋଗ କରିଛନ୍ତି ଯେ ନିଶା ଙ୍କୁ ବାଇ ପୋଲାରୀଟି ରୋଗ ରହିଛି ଯାହାକୁ ନିଶା ଖଣ୍ଡନ କରିଛନ୍ତି ।

ଆଉ କହିଛନ୍ତି ଯେ ମୁ ଏହି ରୋଗ ପାଇଁ ବହୁତ ଆଗରୁ ମେଡିସିନ ଖାଉଥିଲି କିନ୍ତୁ ମୁଁ ବର୍ତମାନ ସମ୍ପୂର୍ଣ ସୁସ୍ଥ ଅଛି । ଏହା ସହିତ ନିଶା ଆହୁରି ମଧ୍ୟ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ଯ କରନ ତାଙ୍କୁ ମାରପିଟ୍ କରନ୍ତି କିନ୍ତୁ ସେ କେବଳ କରନ କୁ ଭଲ ପାଆନ୍ତି ବୋଲି ସବୁ ସହ୍ୟ କରିଥିଲେ କିନ୍ତୁ ବର୍ତମାନ ତାଙ୍କ ଉପରେ ନିର୍ଯାତନା ଅଧିକ ବଢି ଯାଇଥିବାରୁ ସେ ଏବେ ଅଭିଯୋଗ ଆଣିଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ଯେ ନିଶା ଓ କରନ ଙ୍କ ର ଏକ ପୁଅ ମଧ୍ଯ ଅଛି। ଏହା ସହିତ ନିଶା ନିଜର ଗହଣା ମଧ୍ଯ ବିକ୍ରି କରିଛନ୍ତି କରନ ଙ୍କ ପାଈଁ ଓ ତାଙ୍କୁ ସବୁ ପ୍ରକାର ତ୍ୟାଗ ମଧ୍ଯ କରିଛନ୍ତି କିନ୍ତୁ କରନ ତାଙ୍କୁ ଧୋକା ଦେଇଛନ୍ତି ଏହା ସହିତ ତାଂକୁ ଗତକାଲି ମାରି ମୁଣ୍ଡ ଫଟାଇ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।