ଅଭିନେତା Anubhav Mohanty ଙ୍କ Live ଭିଡ଼ିଓ କୁ ନେଇ ଏମିତି କହିଲେ ସୁର… ଦେଖନ୍ତୁ video

ବନ୍ଧୁଗଣ ମାନ୍ୟବର ବିଧାୟକ ସୁର ରାଉତରାୟ ଙ୍କ ଆଉ ଏକ ବାଇଟ ଏବେ ସାମ୍ନାକୁ ଆସିଛି। ଯେଉଁ ବାଇଟ ରେ ସେ ଅଭିନେତା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ସାଂସଦ ଙ୍କ ବିଷୟରେ କିଛି କଥା କହିଛନ୍ତି। ଆପଣ ଜାଣିଛନ୍ତି ନିକଟରେ ଅଭିନେତା ଅନୁଭବ ମହାନ୍ତି ଏକ ଲାଇଭ ଭିଡିଓ ଜରିଆରେ ତାଙ୍କର ମନର କଥା କହିଥିଲେ।ସେ ଜଣାଇବାକୁ ଚାହିଁଥିଲେ ଯେ ତାଙ୍କ ସହ କଣ ସବୁ ହେଇଛି ଏବଂ କିପରି ଭାବରେ ସେ ମାନସିକ ସ୍ତରରେ ଦୁଃଖରେ ରହିଛନ୍ତି। ଆଉ ଏହାକୁ ନେଇ ସାମାଜିକ ଗଣମାଧ୍ୟମ ରେ ବି ଖବର ପ୍ରସାରିତ ହେବାକୁ ଲାଗିଲା। ଅନୁଭବ ଙ୍କ ଅନେକ ପ୍ରସଂଶକ ତାଙ୍କୁ ସାହାସ ଦେବା ସହିତ ତାଂକ ସାଙ୍ଗରେ ଅଛନ୍ତି ବୋଲି ମତ ଦେଇଥିଲେ।

ଆଉ ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ସମସ୍ତଙ୍କର ପ୍ରିୟ ସୁର ରାଉତରାୟ। ଆପଣ ଜାଣିଛନ୍ତି ଓଡ଼ିଶା ରାଜନୀତିରେ ଜଣେ ଚର୍ଚ୍ଚିତ ଏବଂ ପରିଚିତ ଚେହେରା ହେଉଛନ୍ତି ସୁର ରାଉତରାୟ। ସର୍ବ ଦଳ ନିର୍ବିଶେଷରେ ତାଙ୍କୁ କିଏ ବା ନଜାଣେ।ମିଡ଼ିଆ ଆଗରେ ଦେଉଥିବା ବାଇଟ୍ ଏବଂ ତାଙ୍କର ଡାଇଲଗ ପାଇଁ ବେଶ୍ ପରିଚିତ କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ।ଜଣେ ନିର୍ଭୀକ, ସାହାସୀ ଏବଂ ରୋକଠୋକ ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାଆନ୍ତି ସେ। ଜଣେ ସଚ୍ଚୋଟ ନେତା ଭାବରେ ବି ସେ ପରିଚିତ ଅଟନ୍ତି। ତେବେ ଜନସାଧାରଣ ଙ୍କ ପାଇଁ ସେ ସବୁବେଳେ ତାଙ୍କର କର୍ମକୁ ଜାରି ରଖିଥାନ୍ତି।

ତେବେ ଏହି ରାଜନେତା ଜଣଙ୍କ କୌଣସି ବି ଭୁଲ୍ କୁ ଗ୍ରହଣ ନକରି ଯେଉଁଟା ବାସ୍ତବ ଘଟଣା ତାକୁ କହିଥାନ୍ତି। ଦଳ ବଳ ନିର୍ବିଶେଷରେ ସେ ଲୋକଙ୍କ ପାଇଁ କାମ କରିବାକୁ ଆଗେଇ ଆସିଥାନ୍ତି। ଯେଉଁ ଦଳର ବ୍ୟକ୍ତି ହେଲେ ବି ସୁରଙ୍କ ମନ୍ତବ୍ୟ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗେ। କାରଣ ଅନ୍ଯ ଦଳର ନେତା ଭଲ କାମ କଲେ ସେ ତାଙ୍କୁ ପ୍ରଶଂସା କରିବାକୁ ପଛାନ୍ତି ନାହିଁ। ତେବେ ସେ ଏମିତି କିଛି ବୟାନ ଦେଇ ଦିଅନ୍ତି ଯାହା ପରେ ବେଶ୍ ସେୟାର ଏବଂ ଭାଇରାଲ ହେବାରେ ଲାଗିଥାଏ। କହୁ କହୁ ବେଳେବେଳେ ସେ କିଛି ଏମିତି କଥା କହି ଦିଅନ୍ତି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିି ଯାଏ।

ଯେମିତି ଏବେ ଅନୁଭବଙ୍କ ଲାଇଭ ଭିଡିଓ କୁ ନେଇ ସୁର କହିଛନ୍ତି ଯେ, ଅନୁଭବ ଏତେ ବଡ ହିରୋ ଟେ, ଆମ ଓଡ଼ିଶାର ଗର୍ବ ଏବଂ ଗୌରବ ସେ ଗୋଟେ ଝିଅ ପାଇଁ ଜୀବନ ହାରିଦେବ କହୁଛି। ଏସବୁ ଠିକ୍ କଥା ନୁହଁ। ଗୋଟିଏ ନ ମିଳିଲା ବୋଲି କଣ ସବୁ ସରିଗଲା। ଆଉ ସେ ବର୍ଷା ବି ବହୁତ୍ ହେଉଛି। ଆଗକୁ ଉଠିଲାଣି, ପ୍ରଚାର ରେ ଗଲାଣି। ଅନୁଭବଙ୍କ ଅବସ୍ଥା ଶୋଚନୀୟ। ଅନୁଭବଙ୍କୁ ସେ କହିଛନ୍ତି ପୁରୁଷ ତୁ, ବଢିଆ ହିରୋ, ଷ୍ଟ୍ରଙ୍ଗ ହୁଅ। ତାଙ୍କର ଏହି କଥା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment