Odisha News Portal

ହାଇକୋର୍ଟ ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଦୁର୍ଘଟଣାରେ ସନ୍ତାଙ୍କ ହେଲେ କ୍ଷତି ପୂରଣ ପାଇବାକୁ ବାପା ମାଁ ହକଦାର୍ ? ଆପଣ ଙ୍କ ମତାମତ କଣ କମେଣ୍ଟ କରନ୍ତୁ ଏବଂ ସେୟାର କରନ୍ତୁ ….

0 22

ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ ଆଜିକାଲି ସଡକ ଦୁର୍ଘଟଣା ଏକ ସାଧାରଣ ଘଟଣା ହୋଇ ଗଲାଣି । ପ୍ରତିଦିନ ସଡକ ଦୁର୍ଘଟଣାରେ ଶହ ଶହ ଲୋକ ପ୍ରାୟ ହରାଉଛନ୍ତି । ତେବେ ସେହି କାରଣରୁ ନୂଆ ନିୟମ ଜାରି ହୋଇଛି ,ସଡକ ଦୁର୍ଘଟଣାରେ ସନ୍ତାନଙ୍କ ମୃତ୍ୟୁ ହେଲେ , କ୍ଷତି ପୂରଣ ପାଇବାକୁ ବାପା ମାଁ ହକଦାର୍ । ତେବେ ଦିଲ୍ଲୀ ହାଇକୋର୍ଟ ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଦୁର୍ଘଟଣାରେ ସନ୍ତାଙ୍କ ହେଲେ କ୍ଷତି ପୂରଣ ପାଇବାକୁ ବାପା ମାଁ ହକଦାର୍ । ତେବେ ଯଦି ସଡକ ଦୁର୍ଘଟଣାରେ କୌଣସି ବାପା ମାଁ ନିଜ ସନ୍ତାନ ଙ୍କୁ ହରାଇ ବସନ୍ତି ତେବେ ପିଡିତ୍ ବାପା ମାଁ ଙ୍କୁ କ୍ଷତି ପୂରଣ ଦିଆଯିବ ।

ଅଭିଭାବକ ଙ୍କ ଏହି ଅଧିକାର କୁ କେହି ବି ଛଡାଇ ନେଇ ପାରିବେ ନାହିଁ । ତେବେ ଏକ ମାମଲା ର ଶୁଣାଣି ସମୟ ରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ବା ଟିପ୍ପଣୀ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ 2008 ମସିହା ରେ ଏକ ସଡକ ଦୁର୍ଘଟଣା ମାମଲା ର ବିଚାର କରି ଦିଲ୍ଲୀ ର ଉଚ୍ଚତମ ନ୍ୟାୟଳୟ ର ବିଚାରପତି ଜେ ଆର ନିଧା କହିଛନ୍ତି ଗୋଟିଏ ଶିଶୁ ଯେତେବେଳେ ଜନ୍ମ ନେଇଥାଏ ତାର ଲାଳନ ପାଳନ ର ଦାୟିତ୍ବ ବାପା ମାଁ ଙ୍କ ଉପରେ ନ୍ୟସ୍ତ ଥାଏ ।

ପିଲା ବେଳେ ଯେମିତି ଗୋଟିଏ ଶିଶୁ ବାପା ମାଁ ଙ୍କ ଉପରେ ପୂରା ନିର୍ଭରଶୀଳ ଠିକ୍ ସେମିତି ବୟସର ଅପରାହ୍ନରେ ବାପା ମାଁ ମଧ୍ୟ ପିଲା ଙ୍କ ଉପରେ ନିର୍ଭରଶୀଳ । ତେଣୁ ସଡକ ଦୁର୍ଘଟଣାରେ ନିଜ ସନ୍ତାନ ମାନଙ୍କୁ ହରାଇ ଥିବା ବାପା ମାଁ ଙ୍କୁ କ୍ଷତି ପୂରଣ ଦେବାକୁ ମନା କରିବା ନ୍ୟାୟ ବିରୋଧୀ ଅଟେ ।

ଯଷ୍ଟିସ୍ ଜେ ଆର ନିଧା ଆହୁରି ମଧ୍ୟ କହିଛନ୍ତି କି ବାପା ମାଁ ଯେତେ ବି ସକ୍ଷମ ହୋଇ ଥାଆନ୍ତୁ ନାଁ କାହିଁକି ହେଲେ କେବେ ନାଁ କେବେ ସେ ନିଜ ସନ୍ତାନ ମାନଙ୍କ ଉପରେ ନିଶ୍ଚିତ ରୂପେ ନିର୍ଭରଶୀଳ । ଆଉ ଏଭଳି ପରିସ୍ଥିତି ରେ ଯଦି ସଡକ ଦୁର୍ଘଟଣା ରେ କୌଣସି ବାପା ମାଁ ଦୁର୍ଭାଗ୍ୟ ବଶତଃ ସନ୍ତାନ ହରାନ୍ତି ତେବେ ତାଙ୍କୁ କ୍ଷତି ପୂରଣ ମିଳିବାର ପୂରା ଅଧିକାର ରହିଛି । ଯଦି କେହି କ୍ଷତି ପୂରଣ ଦେବାକୁ ଖଟନ୍ କରନ୍ତି ତେବେ ତାଙ୍କୁ ଅନ୍ୟାୟ ବୋଲି ବିବେଚନା କରାଯିବ ।

ଏଠାରେ ଆମେ କହି ରଖୁଛୁ କି ଦିଲ୍ଲୀ ହାଇକୋର୍ଟ ଙ୍କ ଏଭଳି ଟିପ୍ପଣୀ 2008 ମସିହା ରେ ଏକ ସଡକ ଦୁର୍ଘଟଣା ରେ ନିଜର 23 ବର୍ଷିୟ ପୁଅ ଙ୍କୁ ହରାଇ ଥିବା ମହିଳା ଙ୍କୁ କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇ କହିଛନ୍ତି । ଏଥି ସହିତ ପୀଡିତା ଙ୍କୁ କ୍ଷତି ପୂରଣ ବାବଦ କୁ 6 ଲକ୍ଷ 80 ହଜାର ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।