ସିନେମା ଜଗତ ପୁଣି ଥରେ ଚର୍ଚ୍ଚାରେ ଯାହା ସୋସିଆଲ ମିଡିଆରେ ଘୁରି ବୁଲୁଛି। ଓଲିଉଡ ର ସମସ୍ତଙ୍କ ପ୍ରିୟ ଯୋଡି ଅଭିନେତା ଓ ଅଭିନେତ୍ରୀ ବର୍ତମାନ ଚର୍ଚ୍ଚାରେ। ସେ ଯୋଡି ହେଲେ ଆବ୍ୟସଚି ଏବଂ ଅର୍ଚ୍ଚିତା ଯାହା କୁ ନେଇ ସମସ୍ତଙ୍କ ମନରେ ଦ୍ଵନ୍ଦ ଥିଲା ତାହା ଏବେ ସତ ହୋଇ ଯାଇଛି। ଏହି ଯୋଡି କୁ ସମସ୍ତେ ଟେଲିଭିଜନ ଜଗତରେ ଦେଖିଥିଲେ ହେଲେ ଏବେ ବାସ୍ତବ ଜଗତରେ।
ଗତ ମାର୍ଚ୍ଚ ୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓଲିଉଡ ର ବହୁ ଚର୍ଚ୍ଚିତ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା।ପରେ ମାର୍ଚ୍ଚ ୫ ତାରିଖରେ ଓଡିଶା ସେମାନେ ଫେରିଥିଲେ।ତେବେ ଦୁହେଁ ଓଡିଶା ଫେରି ନିଜ ଶାଶୁ ଘର କୁ ଅର୍ଚ୍ଚିତା ଯାଇଥିବା ବେଳେ ସବ୍ୟ ମଧ୍ୟ ନିଜ ଘର କୁ ଯାଇଥିଲେ।କିନ୍ତୁ ମାଆ ଙ୍କ ସହିତ ବିଦାୟ ନେଇ ଯାଇଥିଲେ ଅର୍ଚ୍ଚିତା ଏବଂ ମାଆ ଙ୍କୁ ଶେଷ ଦେଖା କରି କୋଳାକୋଳି ହୋଇ ଶାଶୁ ଘର କୁ ଆସିଥିଲେ ଅର୍ଚ୍ଚିତା। ତେବେ ଅର୍ଚ୍ଚିତା ଶାଶୁ ଘର କୁ ଆସିଲା ପରେ ଶାଶୁ ଘରେ ରାନ୍ଧିବା ,ଖାଇବା ଏବଂ ସ୍ୱାମୀ ସ୍ତ୍ରୀ ଙ୍କ କଥା ବୁଝିବା ସହିତ ସମସ୍ତ କାମ କରୁଛନ୍ତି ଅର୍ଚ୍ଚିତା।
ତେବେ ଆଜି ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ଙ୍କୁ ଭେଟିଛନ୍ତି ଏବଂ ତାଙ୍କ ଠାରୁ ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି।ଆଉ ସେ ଦୁହେଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଷେୟାର କରିଛନ୍ତି ଯେ ପ୍ରଫେସର ଗଣେଶି ଲାଲ ଏବଂ ତାଙ୍କର ଦୁଇ ସାଇଡ ରେ ସବ୍ୟ ଏବଂ ଅର୍ଚ୍ଚିତା ଅଛନ୍ତି। ଆଉ ଉପରେ ଲେଖିଛନ୍ତି ଆମେ ବଡ ଏବଂ ଗୁରୁଜନ ମାନଙ୍କର ଆଶୀର୍ବାଦ କାମନା କରୁଛୁ।ରାଜ୍ୟପାଳ ଙ୍କର ଆଶୀର୍ବାଦ କାମନା କରିଛନ୍ତି ଓଲିଉଡର ସୁପର ହିଟ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଯାହା କୁ ନେଇ ଏବେ ଚର୍ଚ୍ଚା।
ରାଜସ୍ଥାନର ଏକ ବିଳାସ ପୂର୍ଣ ଭବନ ବା ଆବାସ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ଯୋଡି ସବୁବେଳେ ଚର୍ଚ୍ଚିତ ହେଉଥିଲେ ହେଲେ ଏବେ ବିବାହ ବନ୍ଧନରେ ବାନ୍ଧି ହେଲେ ଏବଂ ଓଡିଶା ବାହାରେ ବିବାହ କରିଥିବାରୁ ବହୁତ ବାଧାବିଘ୍ନ ମଧ୍ୟ ଉପୁଜି ଥିଲା କିନ୍ତୁ ଏହାକୁ ଖାତିର ନ କରି କାରୋନା କଟକଣା କୁ ମାନି ଶେଷ ରେ ରାଜ୍ୟ ବାହାରେ ହିଁ କରିଥିଲେ ନିଜର ବିବାହ।ଶେଷରେ ରିଷିପସନ ବାହାରେ କରି ଓଡିଶା ଫେରିଥିଲେ ଏହି ଯୋଡି।
ଏବେ କିନ୍ତୁ ଦୁହିଁଙ୍କର ବିବାହ ଶାନ୍ତି ରେ ସରିଗଲା। ଯାହା କୁ ନେଇ ବହୁତ ଚର୍ଚ୍ଚିତ ହୋଇଛନ୍ତି। ସେମାନଙ୍କର ଯୋଡି କୁ ଅନେକ ଫ୍ୟାନ୍ସ ପ୍ରଶଂସା ମଧ୍ୟ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।