Odisha News Portal

ଦେଖନ୍ତୁ ଭିଡ଼ିଓ – ଅଭିନେତା ବାବୁଶାନ ଙ୍କ ଘରକୁ ଆସିଲା ଖୁସି ଖବର, ଓଡିଶା ବାସୀ ଙ୍କୁ କହିଲେ…..

ବନ୍ଧୁଗଣ ଆପଣ ତ ଜାଣିଛନ୍ତି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡ଼ିର କଳାକାର ହେଉଛନ୍ତି ସୁପରଷ୍ଟାର ବାବୁଶାନ ମହାନ୍ତି। ତେବେ ବାବୁଶାନ ମହାନ୍ତି, ଯିଏକି ଏବେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଜଣେ ଲୋକପ୍ରିୟ ଚେହେରା ପାଲଟି ଯାଇଛନ୍ତି,ସେ ତାଙ୍କର ରିଲ୍ ଲାଇଫ ଭଳି ରିଏଲ୍ ଲାଇଫ ରେ ମଧ୍ୟ ସେ ଲୋକ ମାନଙ୍କ ପାଇଁ ସାଜିଛନ୍ତି ହିରୋ। ତାଙ୍କ ପାଇଁ ଓଡ଼ିଶା ବାସୀ ଆଜି ଗର୍ବ ଅନୁଭବ କରୁଛନ୍ତି।ତେବେ ଏମିତି କିଛି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ। ସୋସିଆଲ ମିଡିଆରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ ସେମାନଙ୍କ ଅଭିନୟ ସାଙ୍ଗକୁ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ ଚର୍ଚ୍ଚିତ ହୋଇଥାନ୍ତି।

ସେମାନଙ୍କ ବ୍ୟକ୍ତିଗତ ଜୀବନରେ ବିଷୟରେ ଆପଣଙ୍କୁ ବହୁତ୍ କିଛି କମ୍ ଜଣା ଅଛି।ସେହିପରି ଓଲିଉଡର ଜଣାଶୁଣା ଲୋକପ୍ରିୟ ଅଭିନେତା ଯିଏକି ବରିଷ୍ଠ କଳାକାର ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ପୁତ୍ର ଅଟନ୍ତି। ନିକଟରେ ସେ ଏକ ଖବର କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏକ ପୁତ୍ର ସନ୍ତାନ ନିକଟରେ ଜନ୍ମ ନେଇଛି। ଗତ ୨୦୧୫ ମସିହାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଏହି ସୁପରଷ୍ଟାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଯିଏକି ତାଙ୍କର ପ୍ରେମିକା କୁ ହିଁ ବିବାହ କରି ଛନ୍ତି ଯାହାଙ୍କୁ ସେ ପ୍ରେମ କରୁଥିଲେ। ଆପଣ ମାନେ ଜାଣିଛନ୍ତି କି ସ୍କୁଲ୍ ରେ ପଢିବା ସମୟରେ ବାବୁଶାନ୍ ମହାନ୍ତି ଙ୍କ ତାଙ୍କ ପ୍ରେମିକା ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ଆଉ ପରେ ୨୦୧୫ ମସିହାରେ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହେବା ସହ ଉଭୟଙ୍କ ହାତ ଧରିଥିଲେ। ତେବେ ଓଡ଼ିଶାର ଚକୋଲେଟ୍ ହିରୋ ବାବୁଶାନ୍ ମହାନ୍ତି ଙ୍କ ଏହି ବିବାହ ଉତ୍ସବରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଏବଂ ସୀରିଏଲ୍ ଦୁନିଆର ଅନେକ କଳାକାର ମାନେ ଯୋଗ ଦେଇଥିଲେ।ବେଶ୍ ଧୁମଧାମର ସହ ତାଙ୍କର ବାହାଘର ଆୟୋଜନ ହୋଇଥିଲା ଏଥିରେ ସନ୍ଦେହ ନାହିଁ। ପ୍ରେମିକା ତୃପ୍ତି ଙ୍କୁ ବିବାହ କରିବା ପରେ ତାଙ୍କର ବୈବାହିକ ଜୀବନ ବେଶ୍ ଖୁସିରେ ଚାଲିଛି। ନିକଟରେ ବାବୁଶାନ୍ ମହାନ୍ତି ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଛି। ଏହାପରେ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି।

ଫିଲ୍ମ୍ ଦୁନିଆର ବ୍ୟକ୍ତି ବିଶେଷ ଙ୍କ ସହିତ ତାଙ୍କର ଅନ୍ୟ ପ୍ରଶଂସକ ମାନେ ମଧ୍ୟ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଆପଣ ଙ୍କୁ କହି ରଖୁଛୁ କି ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ଏକ ନୂଆ ଫିଲ୍ମ୍ ଏହିଥର ରଜରେ ମୁକ୍ତିଲାଭ କରିବାକୁ ଯାଉଛି। ଯାହାର ନାମ ରହିଛି ବିଦ୍ୟାରାଣ।ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଫିଲ୍ମ୍ ରେ ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ସହିତ ବିପକ୍ଷରେ ନାୟିକା ଭାବରେ ନବାଗତ ସୁନ୍ଦରୀ ଅଭିନେତ୍ରୀ ଶିବାନୀ ଅଭିନୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।