Odisha News Portal

ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜେ କହିଲେ ଜାଣନ୍ତୁ ନିଜ ଛୁଆକୁ କାହାଠୁ ଦୂରେଇ ରଖିବେ ଅନୁଷ୍କା ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବଲିଉଡରୁ ପ୍ରତ୍ୟେକ ଦିନ କିଛି ନାଁ କିଛି ନୂଆ ଖବର ଆସିଥାଏ । ତେବେ ଆପଣ ମାନେ ତ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବଲିଉଡର ଫେମସ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଟିମର୍ କ୍ୟାପଟାନ୍ ବିରାଟ କୋହଲି ଙ୍କୁ ବିବାହ କରିଥିଲେ । ଆଉ ଏବେ ଅନୁ୍ଷ୍କା ଗର୍ଭବତୀ ଅଛନ୍ତି । ଅନୁଷ୍କା ଏବଂ ବିରାଟ ସବୁବେଳେ ସୋସିଆଲ ମିଡିଆରେ ଏକ୍ଟିଭ ରହିଥାନ୍ତି । ତାଙ୍କର ପ୍ରେଗନ୍ସିକୁ ନେଇ ପ୍ରିତିଦିନ କିଛି ନାଁ କିଛି ତଥ୍ୟ ସାମ୍ନାକୁ ଆସିଥାଏ ଏବଂ ଏଥିପାଇଂ ସେ ଏବେ ବହୁ ଚର୍ଚ୍ଚାରେ ଅଛନ୍ତି ।

କିଛିଦିନ ତଳେ ଅନୁଷ୍କା ପ୍ରସିଦ୍ଧ ମାଗାଜିନ ‘ଭଗ’ ର କଭର ପେଜ୍ ପାଇଁ ଏକ ଫଟୋ ସୁଟ୍ କରିଛନ୍ତି । ଏହି ଫଟୋକୁ ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାଗରେ ମଧ୍ୟ ଶେୟାର କରିଛନ୍ତି । ଏଥିରେ ସେ ନିଜର ବେବି ବମ୍ପକୁ ଫ୍ଲଣ୍ଟ କରି ଠିଆ ହୋଇଥିବାର ନଜରରେ ଆସିଛନ୍ତି ।

ଆଉ ଏହି ଫଟୋ ସୁଟ କରିବା ସମୟରେ ଅନୁଷ୍କା ‘ଭଗ’ ମାଗାଜିନକୁ କହିଛନ୍ତି, ଯେ ସେ ନିଜ ଛୁଆକୁ ସୋସିଆଲ ମିଡିଆ ଠାରୁ ଦୂରେଇ ରଖିବେ । ଅନୁଷ୍କା କହିଛନ୍ତି ସେ ଏବଂ ବିରାଟ ଉଭୟେ ମିଶି ଏନେଇ ବହୁତ ଚିନ୍ତା କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ କହିବା କଥା କୌଣସି ବି ପିଲାକୁ ଅନ୍ୟ କାହାଠାରୁ ଅଧିକ ସ୍ପେଶାଲ ଅନୁଭବ କରାଇବା ଉଚିତ ନୁହଁ ।

ଏହା ଆଗକୁ ସମସ୍ୟାରେ ପକାଇପାରେ । ସେମାନେ କେବେବି ଚାହାନ୍ତିନି ଯେ ମିଡିଆ ଏବଂ ପବ୍ଲିକ ଏ ଦୁହେଁ କେବେବି ସେମାନଙ୍କ ପିଲାର ଲାଳନପାଳନ କରନ୍ତୁ । ତେଣୁ ଅନୁଷ୍କା ନିଜର ଛୁଆକୁ ସୋସିଆଲ ମିଡିଆ ଠାରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ତାଙ୍କୁ ଆହୁରି ଅନେକ ପ୍ରଶ୍ନ କରାଯାଇଥିଲା ସାକ୍ଷାତକାରରେ, ଯେମିତିକି ସେ କେମିତି ତାଙ୍କର ପ୍ରେଗ୍ନେନ୍ସିକୁ ବହୁ ଦିନ ଧରି ଲୁଚେଇ ରଖିଥିଲେ ? କିଭଳି ଭାବରେ ବହୁଦିନ ପର୍ଯ୍ୟନ୍ତ ଗର୍ଭବତୀ ହେବାର ଖବର ସୋସିଆଲ ମିଡିଆ ଠାରୁ ଦୂରେଇ ରଖିଥିଲେ ?

ଏନେଇ ଅନୁଷ୍କା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଯେତେବେଳେ ଗର୍ଭବତୀ ହେଲେ ସେତେବେଳେ ଲକଡାଉନ୍ ଚାଲିଥିଲା । ତେଣୁ ଲକଡାଉନ୍ ଯୋଗୁ ତାଙ୍କୁ ଦୀର୍ଘ ଦିନ ଧରି ନିଜ ଘରେ ସମୟ ବିତାଇବା ପାଇଁ ସୁଯୋଗ ମିଳିଥିଲା । ଏହା ତାଙ୍କ ପାଇଁ ଏକ ସୂବର୍ଣ୍ଣ ସୁଯୋଗ ଥିଲା । ସେଥିପାଇଁ ଏହି ସମୟରେ କେହି ମଧ୍ୟ ତାଙ୍କ ଗର୍ଭବତୀ ହେବା ଖବରକୁ ଜାଣି ପାରିନଥିଲେ । ଏହାଛଡା ସେ ନିଜର ପ୍ରେଗ୍ନେନ୍ସି ଖବରକୁ ସମସ୍ତଙ୍କ ଠାରୁ ସିକ୍ରେଟ ରଖିବା ପାଇଁ ଚାହୁଁଥିଲେ ବୋଲି କହିଛନ୍ତି ।ଅନୁଷ୍କା ଆହୁରି ମଧ୍ୟ କହିଛନ୍ତି, ବିରାଟ ଏବଂ ସେ ଦୁହେଁ ବହୁତ ପଶୁ ପ୍ରେମୀ । ସେମାନେ ପଶୁ ଏବଂ ପକ୍ଷୀକୁ ବହୁତ ଭଲ ପାଆନ୍ତି । ତେଣୁ ସେମାନେ ଚାହୁଁଛନ୍ତି କି ସେମାନଙ୍କ ଛୁଆ ମଧ୍ୟରେ ବି ଏହି ସବୁ ଗୁଣ ଗୁଡିକ ରହୁ । ସେମାନଙ୍କର ପିଲା ମଧ୍ୟ ଏହି ବଣ୍ଡିଂକୁ ଅନୁଭବ କରୁ ଏବଂ ଏହା ଆମ ଜୀବନର ଏକ ବଡ ପରିବର୍ତ୍ତନ ବୋଲି କହିଛନ୍ତି ଅଭିନେତ୍ରୀ ଅନୁଷ୍କା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।