Odisha News Portal

କାଲି ମୃତ୍ୟୁବରଣ କରିଥିବା ଅଭିନେତା ରବିମିଶ୍ର ଙ୍କ ପରିବାର ଏବଂ ସମ୍ପତ୍ତି ! ତାଙ୍କର ସମ୍ପତ୍ତି କେତେ ଜାଣିଲେ ଆପଣଙ୍କ ହୋସ ରହିବନି….

ଆପଣ ମାନେ ଜାଣିଥିବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ରବି ମିଶ୍ର ଙ୍କ ର ଗତ ମଙ୍ଗଳବାର ଦିନ ହୃଦଘାତ ରେ ପରଲୋକ ହୋଇଯାଇଛି। ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହୃଦଘାତ୍ ରେ ତାଙ୍କର ପରଲୋକ ହୋଇଛି । ତେବେ ଚିକିତ୍ସାଧୀନ ଅବସ୍ଥାରେ ଏହି ଲୋକପ୍ରିୟ ଅଭିନେତା ଆଖି ବୁଜିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି ଏବଂ ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା । ସଂଖ୍ୟାଧୀକ ଓଡିଆ ଚଳଚିତ୍ର, ସିରିଏଲ୍ ରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ତେବେ ବିଶିଷ୍ଠ ଅଭିନେତା ରବି ମିଶ୍ର ଙ୍କର ବିୟୋଗ ଓଡିଆ ଚଳଚିତ୍ର ଜଗତ ପାଇଁ ଏକ ବହୁତ ବଡ କ୍ଷତି ।

ତେବେ ଗତ କାଲି ସୁଟିଂସେଟ୍ ‌ରେ ହୃଦ୍‌ଘାତର ଅଭିନୟ କଲା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଆଉ ଅସୁସ୍ଥ ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା କିନ୍ତୁ ସେହିଠାରେ ସେ ଚିର ଦିନ ପାଇଁ ଆଖି ବୁଜି ଦେଇଥିଲେ । ଉଭୟ ମଞ୍ଚ, ଚଳଚ୍ଚିତ୍ର ଓ ଟେଲି ସିରିୟଲରେ ଅଭିନୟ କରି ନିଜ ଛାପ ଛାଡ଼ି ଯାଇଛନ୍ତି ରବି ମିଶ୍ର। ‘ଗୋପାଳ ରହସ୍ୟ’ର ମୁଖ୍ୟ ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିବା ବେଳେ ଲୋକ ଙ୍କୁ ଯୋଗାଉ ଥିଲା ହସର ଖୋରାକ ।

ଧାରାବାହିକ ଭାବରେ ତିନି ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ରବି ମିଶ୍ର ଓଡିଆ ଚଳଚିତ୍ର ଜଗତରେ ଓତଃପ୍ରୋତଃ ଭାବରେ ଜଡିତ ଥିଲେ । ସଂଖ୍ୟାଧିକ ଓଡିଆ ଚଳଚିତ୍ର ଏବଂ ସିରିଏଲ୍ ଠାରୁ ଆରମ୍ଭ କରି ଗୋପାଳଭାଣ୍ଡା ତାଙ୍କର ସର୍ବଶ୍ରେଷ୍ଠ ସିରିଏଲ୍ ଥିଲା ଯାହାକୁ ଓଡିଆ ଚଳଚିତ୍ର ପ୍ରେମୀ ଶ୍ରୋତା ଏବଂ ଦର୍ଶକ ପ୍ରେମୀ ବେଶ୍ ପସନ୍ଦ କରିଥିଲେ ।

ତେବେ ଗତ କିଛି ଦିନ ତଳେ ଜି ସାର୍ଥକରେ ପ୍ରସାରିତ ହେଉଥିବା ନୂଆ ମେଗା ଧାରାବାହିକ ହେ ପ୍ରଭୁ ରେ ରବି ମିଶ୍ର ଅଭିନୟ କରୁଥିଲେ । ତେବେ ଚାଲନ୍ତୁ ଜାଣିବା ରବି ମିଶ୍ର କେତେ ସଂପତିର ମାଲିକ ଅଟନ୍ତି । ତେବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ରବି ମିଶ୍ର 5 କୋଟି ଟଙ୍କା ର ମାଲିକ ଅଟନ୍ତି । ଏବେ ସେ ଭୂବନେଶ୍ବରରେ ରହୁଥିଲେ ।

ତାଙ୍କ ପରିବାରେ ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ତେବେ ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ସଂମ୍ପୂର୍ଣ୍ଣ ଭାବ ରେ ଭାଙ୍ଗି ପଡିଛନ୍ତି ଏବଂ ବହୁ ମର୍ମାହତ ହେବା ସହିତ ଧୌର୍ଯ୍ୟ ହରା ହୋଇ ପଡିଛନ୍ତି ।

ତେବେ ଆହୁରି ଆନେକ ଅଭିନୟ ତାଙ୍କର ବାକି ଥିଲା , ଅନେକ ଚରିତ୍ରରେ ତାଙ୍କୁ ଅଭିନୟ କରିବାକୁ ଦର୍ଶକ ମାନଙ୍କର ଦେଖିବାକୁ ବାକି ଥିଲା କିନ୍ତୁ ଆଜି ତାଙ୍କର ପରଲୋକ ତାଙ୍କର ସବୁ ଅଭିନୟ ତଥା ସମସ୍ତ କଳା ଜୀବନକୁ ଏହିଠାରେ ହିଁ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି ।