Odisha News Portal

ଆଶ୍ଚର୍ଯ୍ୟ ! ଦିବ୍ୟାଙ୍ଗ ଭଉଣୀକୁ ପିଠିରେ ବୋହି ନେଉଛନ୍ତି ଭାଇ ଭାଉଜ, କୁହନ୍ତି ଇଏ ଈଶ୍ୱରଙ୍କ ବରାଦ, ଏମିତି ଭାଇ ଭାଉଜ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

ଭକ୍ତ ମାନେ ଭକ୍ତି ଏବଂ ନିଷ୍ଠାର ସହ ପବିତ୍ର ମହା ଶିବରାତ୍ରି କୁ ପାଳନ କରିଛନ୍ତି।ଏହି ଦିନ ଭକ୍ତଙ୍କ ଗହଳିରେ ବେଶ ଚଳଚଂଚଳ ରହିଥିଲା ଏକାମ୍ର କ୍ଷେତ୍ର। ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଭୋର ସମୟରୁ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉଛୁଳି ଉଠିଥିଲା। ଭକ୍ତ ହାତରେ ଧୂପ, ଦୀପ ନୈବିଦ୍ୟ ଧରି ନିଜର ଶ୍ରଦ୍ଧା ଓ ଭକ୍ତି ଅର୍ପଣ କରିଥିଲେ ଭୋଳା ଶଙ୍କରଙ୍କୁ। ସମସ୍ତେ ଭକ୍ତିରେ ନିମଗ୍ନ ଥିଲା ବେଳେ ସେଠାରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ।ଏହା ଏପରି ଏକ ଘଟଣା ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଚିତ୍ର ସୃଷ୍ଟି କରିଥିଲା। ଆସନ୍ତୁ ଜାଣିବା ସେଠାକାର ଘଟଣା କଣ ଥିଲା?

ଏଠାରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ନିଜ ପିଠିରେ ବୋହି ବୋହି ଦେବାଦେବୀ ଙ୍କୁ ଦର୍ଶନ କରାଉ ଥିବାର ଦେଖିବାକୁ ମିଳିଥିଲା। ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ବାହାର ବେଢ଼ାରେ ଥିବା ପାର୍ଶ୍ୱ ଦେବତା ବୁଢା ଗଣେଶଙ୍କ ନିକଟକୁ ଯିବା ପାଇଁ ଧୀରେ ଧୀରେ ପାହାଚ ଉପରକୁ ଉଠୁଥାନ୍ତି ଏହି ମହିଳା।ପୁଣି ସେଠାରୁ ଆସି ଅନ୍ୟ ଦେବା ଦେବୀଙ୍କୁ ଦର୍ଶନ କରୁଥାନ୍ତି । ତା ସହିତ ପିଠିରେ ବୋହିଥିବା ମହିଳାଙ୍କୁ ମଧ୍ୟ ଦର୍ଶନ କରାଉଥାନ୍ତି। କିଛି ସମୟ ପରେ ଜଣେ ପୁରୁଷ ଆସି ତାଙ୍କୁ ସାହାଯ୍ୟ କଲେ ଏବଂ ସେହି ଚାଲିବାକୁ ସକ୍ଷମ ନଥିବା ମହିଳାଙ୍କୁ ନିଜ ପିଠିକୁ ନେଇ ବୋହିବାକୁ ଲାଗିଲେ ଏବଂ ଅନ୍ୟ ମନ୍ଦିର ଭିତରକୁ ଯାଇ ଦର୍ଶନ କରାଇଲେ।

ଯାହା ସୂଚନା ମିଳିଛି ଏମାନେ ହେଉଛନ୍ତି ଭୁବନେଶ୍ୱର ଗୌତମ ନଗରର। ସେମାନଙ୍କ ପ୍ରକୃତ ଘର କିନ୍ତୁ ଆନ୍ଧ୍ର ପ୍ରଦେଶରେ।ଆଉ ପିଠିରେ ବୁହା ହେଉଥିବା ମହିଳା ଜଣକ ହେଉଛନ୍ତି ଦିବ୍ୟାଙ୍ଗ ଯାହାଙ୍କ ନାଁ ଏରମା।ପାଞ୍ଚ ବର୍ଷ ବୟସରୁ ପୋଲିଓରେ ଆକ୍ରାନ୍ତ ହେଲା ପରେ ତାଙ୍କର ଏହିଭଳି ଅବସ୍ଥା। ବାଲ୍ୟ ବିବାହ ପରେ ଛାଡ଼ପତ୍ର ଦେଇଥିବା ଏରମା ଏବେ ନିଜ ବାପ ଘରେ। ପିଠିରେ ବୋହୁଥିବା ଏହି ମହିଳା ଓ ପୁରୁଷ ହେଉଛନ୍ତି ଏରମାଙ୍କ ବଡ଼ ଭାଉଜ ଓ ବଡ଼ ଭାଇ।ଭଉଣୀର ପ୍ରଭୁ ଦର୍ଶନ କରିବାକୁ ଭାରି ଇଚ୍ଛା ହେବା କାରଣରୁ ତାକୁ ଭାଇ ଭାଉଜ ମିଶି ପିଠିରେ ବୁହାଇ ତାର ଇଚ୍ଛା ପୂରଣ କରିଛନ୍ତି।

ସବୁ ଜାଗାକୁ ଶ୍ରବଣ କୁମାର ଭଳି ଏରମାଙ୍କୁ ପିଠିରେ ବୋହି ନିଅନ୍ତି ତାଙ୍କର ବଡ଼ ଭାଇ ଭାଉଜ।କେବଳ ଏଇ ଜାଗରରେ ନୁହେଁ, ଅନ୍ୟ ଯୁଆଡ଼େ ବି ସେମାନେ ଯାଆନ୍ତି ଭଉଣୀ ଏରମାଙ୍କୁ କାନ୍ଧରେ ବୋହି ନିଅନ୍ତି ବୁଲାଇବା ପାଇଁ। ଏହା ଏକ ପ୍ରକୃତ ଭଲ ପାଇବା।ସତରେ ଏ ସ୍ୱାର୍ଥପର ଯୁଗରେ ଏମିତି ଭାଇ କି ଭାଉଜ ମିଳିବା ବହୁତ୍ କଷ୍ଟ। ନିଜ ବାପା ମା’ଙ୍କୁ ପର କରି ଦେଉଥିବା ଲୋକେ ଏହି ଭାଇ ଭାଉଜଙ୍କ ପାଖରୁ ନିଶ୍ଚିତ କିଛି ଶିକ୍ଷା ଲାଭ କରିଥିବେ ବୋଲି ଆମର ବିଶ୍ୱାସ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।