Odisha News Portal

ଦେଖନ୍ତୁ ଭିଡ଼ିଓ : ଆସନ୍ତୁ ବୁଲିଯିବା ଓଡ଼ିଆ ସୁପରଷ୍ଟାର ହିରୋ ବାବୁଶାନ ମହାନ୍ତି ଘରକୁ….

ଓଡ଼ିଆ ସିନେମା ଜଗତ ପ୍ରତି ଓଡ଼ିଆ ଦର୍ଶକ ମାନଙ୍କର ଏକ ଅହେତୁକ ଭଲପାଇବା ରହିଛି। ଆଉ ଯେତେବେଳେ ଚଳଚ୍ଚିତ୍ର ଜଗତ ରେ ଅଭିନୟ କରୁଥିବା କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର ସୁଯୋଗ ମିଳେ ସେତେବେଳେ ଏହାକୁ ନେଇ ଦର୍ଶକ ମାନଙ୍କ ମନରେ ଏକ ଆଗ୍ରହ ଓ ଉତ୍କଣ୍ଠା ଦେଖା ଦେଇଥାଏ।କାରଣ ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ରହସ୍ୟ ସହିତ ନିଆରା ଅନ୍ଦାଜ ଭରି ରହିଥାଏ। ଯାହାକୁ ଜାଣିବା ପାଇଁ ଏକ ଉତ୍ସୁକତା ଦେଖାଦିଏ ଦର୍ଶକଙ୍କ ମନରେ। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ଅତିବାହିତ କରିବା କଥା ବା ରିଲ ଲାଇଫ ର ମିଷ୍ଟ୍ରି ହେଉ, ସବୁଥିରେ ଏକ ନିଆରା ଅନୁଭବ ଏବଂ ଝଲକ ଦେଖିବାକୁ ମିଳିଥାଏ ମନୋରଞ୍ଜନ ଦୁନିଆରେ।

ଆଉ ସେମାନଙ୍କ ଜୀବନ ଶୈଳୀ ସହିତ କାର୍ଯ୍ୟ କଲାପ କୁ ମଧ୍ୟ ଅନେକ ଅନୁସରଣ କରିଥାନ୍ତି।କାରଣ ସେମାନେ ହେଉଛନ୍ତି ବଡ଼ ପରଦାର ଚେହେରା। ସେଥିପାଇଁ ସେଲିବ୍ରିଟି ମାନଙ୍କୁ ସାଧାରଣ ଲୋକେ ଅନେକ କ୍ଷେତ୍ରରେ ଅନୁସରଣ କରିଥାନ୍ତି। କାରଣ ସାଧାରଣ ଲୋକଙ୍କ ଠାରୁ ସେମାନଙ୍କ ଜୀବନଶୈଳୀ ସାଧାରଣତଃ ଭିନ୍ନ ଧରଣର ହୋଇଥାଏ।ଆଉ ସେଥି ମଧ୍ୟରୁ କିଛି ଏମିତି କଳାକାର ଅଛନ୍ତି ଯେଉଁ ମାନଙ୍କ ବିଷୟରେ ଜାଣିବାକୁ ଲୋକେ ବହୁତ୍ ଇଚ୍ଛା କରିଥାନ୍ତି। କାରଣ ସେମାନେ ଦର୍ଶକ ମାନଙ୍କର ଅଧିକ ପସନ୍ଦ ର କଳାକାର ଅଟନ୍ତି। ଓଡ଼ିଶାର ଓଲିଉଡ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଏମିତି କିଛି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ।

ସୋସିଆଲ ମିଡିଆରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ ସେମାନଙ୍କ ଅଭିନୟ ସାଙ୍ଗକୁ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ ଚର୍ଚ୍ଚିତ ହୋଇଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନରେ ବିଷୟରେ ଆପଣଙ୍କୁ ବହୁତ୍ କିଛି କମ୍ ଜଣା ଅଛି।ସେହିପରି ଓଲିଉଡର ଜଣାଶୁଣା ଲୋକପ୍ରିୟ ଅଭିନେତା ଯିଏକି ବରିଷ୍ଠ କଳାକାର ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ପୁତ୍ର ଅଟନ୍ତି।ତାଙ୍କର ଏକ ପୁତ୍ର ସନ୍ତାନ ନିକଟରେ ଜନ୍ମ ନେଇଛି। ସମସ୍ତ ପ୍ରଶଂସକ ମାନେ ବାବୁଶାନ୍ ଙ୍କ ପୁଅକୁ ଜୁନିଅର୍ ବାବୁସାନ୍‌ ବୋଲି କହି ଏହି ନବଜାତ ପୁତ୍ରକୁ ଆଶୀର୍ବାଦ ମଧ୍ୟ କରିଛନ୍ତି।

ଏବେ ବାବୁଶାନ୍ ଘରେ ତାଙ୍କ କୁନି ପୁଅ ସହ ଖେଳୁଥିବା ଓ ମଜା କରୁଥିବାର ଭିଡିଓ ସାମ୍ନାକୁ ଆସିଛି। ଲକଡାଉନ ସମୟରେ ଘରେ ରହି ବାବୁଶାନ୍ କିପରି ଭାବରେ ଘରେ ତାଙ୍କର ସମୟ ଅତିବାହିତ କରୁଛନ୍ତି ତାର ଏକ ଝଲକ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି।ସେ ବିଭିନ୍ନ ପ୍ରକାର ଢଙ୍ଗରେ ପିଲା ସହ ଖେଳୁଛନ୍ତି ଏବଂ ଆଣ୍ଠେଇ ଆଣ୍ଠେଇ ଯାଇ ପିଲାକୁ ଏହାକୁ ଦେଖାଇ ହସାଉ ଛନ୍ତି ମଧ୍ୟ। ତେବେ ତାଙ୍କର ଏହିଭଳି କାର୍ଯ୍ୟ କଲାପର ଭିଡିଓ ଏବେ ଦର୍ଶକ ଓ ପ୍ରଶଂସକ ମାନେ ଦେଖିବା ପରେ ବହୁତ ଖୁସି ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।