ପୁଣି ସୃଷ୍ଟି ହେଲା ଲଘୁଚାପ ! ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶାର ଏହି ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ପାଣିପାଗ ପକ୍ଷରୁ ଏକ ବଡ଼ ଖବର ଆସି ପହଁଚିଛି। ଯାହାକି ପୁଣିଥରେ ଲଘୁଚାପ ସୃଷ୍ଟି ହୋଇ ଥିବା ସୂଚନା ମିଳିଛି। ତେବେ ବନ୍ଧୁଗଣ ଦୀର୍ଘ ଦୁଇ ମାସ ଧରି ରାଜ୍ୟରେ ବର୍ଷା ବନ୍ୟା ଦେଇଥିଲା। ତେବେ ଏଥିରେ ଅନେକ କିଛି କ୍ଷତି ସହିବା ପାଇଁ ପଡ଼ିଥିଲା ଲୋକ ମାନଙ୍କୁ, ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଯଦି ଦେଖିବା ପ୍ରତି ବର୍ଷ ପ୍ରାୟତ ଏହି ମାସରେ କିଛି ନା କିଛି ଲଘୁଚାପ ସୃଷ୍ଟି ହୋଇଥାଏ। ଆଜି ଦିନ ମେଘୁଆ ରହିଛି, ତେବେ ବନ୍ଧୁଗଣ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆମ ଓଡିଶାରେ ବିଶେଷ କରି କେଉଁ ସବୁ ଜିଲ୍ଲାରେ ବର୍ଷା ହେବ ଆସନ୍ତୁ ଜାଣିବା;

ଦକ୍ଷିଣ ପଶ୍ଚିମ ବଙ୍ଗପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥି ସହ ସମୁଦ୍ର ପତନ ଠାରୁ ୫.୮ ମିଟର ରେ ଘୁଣୀବଲୟ କ୍ଷେତ୍ର ମଧ୍ୟ ରହିଛି। ଆଗାମୀ ଦୁଇ ଦିନରେ ଏହା ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବିଜ୍ଞାନୀ ଡ଼. ଜେନାମଣି ସଂଜୀବ କୁମାରଙ୍କ ପ୍ରତିକ୍ରିୟା ଅନୁସାରେ, ଶ୍ରୀଲଙ୍କାର ପୂର୍ବରେ ସୃଷ୍ଟି ହୋଇଥିବା, ଏହି ଲଘୁଚାପଟି ତେବେ ଏହା ସମୁଦ୍ର ପତନ ଠାରି ହରାହାରି ୫.୮ କି.ମି. ଉପରେ ରହିଛି।

ଏହା ସାଇକ୍ଲୋନିକ ରେ ପରିଣତ ହେବାର ସମ୍ଭାବାନା ମଧ୍ୟ ରହିଛି। ତେଣୁ ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପାଣିପାଗ ସୂଚନା ଅନୁଯାୟୀ, ତାମିଲନାଡୁ, ଆନ୍ଦ୍ର ଉପକୂଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଦକ୍ଷିଣ ଓଡିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ରହିବ। ତେବେ ଏହି ବର୍ଷ ଅକ୍ଟୋବର ରେ ଆରବ ସାଗର ଏବଂ ବଙ୍ଗୋପସାଗରେ ଏକା ସମୟରେ ଲଘୁଚାପ ସୃଷ୍ଟି ହୋଇଥିଲା। ଯାହା ଦ୍ୱାରା ଦକ୍ଷିଣ ପଶ୍ଚିମ ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ ବାୟୁ ଦେଶରୁ ଅପସାରିତ ହେବା ପାଇଁ ବିଳମ୍ବ ଘଟିଛି। ଆସ୍ତେ ଆସ୍ତେ ଥଣ୍ଡା ଏବଂ ସେଥିରେ ମଶ୍ଚର ଉପାଦାନ ନାହିଁ। ବର୍ତ୍ତମାନ ସୂର୍ଯ୍ୟଙ୍କର ଅବସ୍ଥିତି ଦକ୍ଷଣ ଗଲାର୍ଦ୍ଧ୍ ଆମ ଭାରତ ବର୍ଷରୁ ଆସ୍ତେ ଆସ୍ତେ ଅପସାରିତ ହୋଇଗଲାଣି। ତେଣୁ ବର୍ତ୍ତମାନ ସମୁଦ୍ର ଉପରେ ସୂର୍ଯ୍ୟଙ୍କର ଯେଉଁ କିରଣ ରହିଛି, ତେଣୁ ତାପମାତ୍ରା ଅଧିକ ରହିଛି।

ଆକ୍ଟବର ନଭେମ୍ବର ପାଇଁ ଓଡିଶା ପାଇଁ ସବୁବେଳେ ବିପଦ ଜଣକ ହୋଇଥାଏ। ସେଥିପାଇଁ ଏହି ସମୟରେ ବର୍ଷା ହୋଇପାରେ କିମ୍ବା ସାଇକ୍ଲୋନ ଆସିପାରେ। ତେବେ ଆକଳନ କରାଯାଉଛି, ଯେ ଆମ ଦକ୍ଷିଣ ଓଡିଶା ପ୍ରଭାବିତ ହେବ। ସମୁଦ୍ର ପତନ ଠାରୁ ୫.୮ କିଲୋମିଟର ଉପରେ ଅଛି, ତେଣୁ ଆସନ୍ତା ଦୁଇଦିନ ମଧ୍ୟରେ ଏହାର ଗତି କଣ ରହିବ ତାହା ଦୁଇ ଦିନ ମଧ୍ୟରେ ଜଣାପଡିଯିବ। ଏଥିରେ ଯାହା ଅନୁମାନ କରାଯାଉଛି, ଯେ ଆନ୍ଧ ଉପକୂଳ ଏବଂ ଓଡିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment