Odisha News Portal

ହେ ଭଗବାନ ! ଅର୍ଥ ସାଜିଛି ବାଧକ, ୫ ବର୍ଷର ଝିଅ ପେଟ ବାହାରେ ବଢୁଛି ମାଂସ ପିଣ୍ଡୁଳା, ଆପଣଙ୍କ ଗୋଟିଏ ସାହାଯ୍ୟ ଗରିବ ଛୁଆଟିର ଜୀବନ ବଞ୍ଚାଇ ପାରିବ

କାହା ସହ କେତେବେଳେ କଣ ଘଟିବ ତାହା କେହି ଜାଣି ନାହାଁନ୍ତି।ପଇସା ଅଭାବରୁ ସମୟ ସମୟରେ ମଣିଷ ଏଭଳି ଦୂରାବସ୍ଥା ର ସମ୍ମୁଖୀନ ହୋଇଥାଏ ତାହା କହିଲେ ନସରେ।ଯେଉଁ ବୟସରେ ପାଠ ପଢିବା ପାଇଁ ସ୍କୁଲ ଯିବା କଥା ସେ ବୟସରେ ରୋଗ ସାଜିଛି ବାଧକ। ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି ଏକ ଦୁଃଖଦ ଘଟଣା ବିଷୟରେ ଯାହା ବିଷୟରେ ଜାଣିବା ପରେ ଆପଣ ବି ଦୁଃଖରେ ମର୍ମାହତ ହୋଇଯିବେ। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମର ଭୁଜବଳ ସାହିର ପାଞ୍ଚ ବର୍ଷର ଝିଅ ମାମା ନାୟକଙ୍କ କଥା। ଯିଏକି ଏକ ଏମିତି ରୋଗରେ ପୀଡ଼ିତ ଅଛନ୍ତି ତାହାକୁ ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ।

ବର୍ତ୍ତମାନ ଏହି ଝିଅଟିର ବୟସ ହେଉଛି ୫ ବର୍ଷ। ଯାହା ଜଣା ପଡିଛି ଏହି ଝିଅଟିର ଜନ୍ମ ବେଳେ ତାର ପେଟରେ ଏକ ଛୋଟ ଆବୁ ଦେଖା ଦେଇଥିଲା। କାଳକ୍ରମେ ତାହା ବଡ ହୋଇ ଚାଲିଥିଲା।ଏହା ଜାଣି ବି ଅର୍ଥ ଅଭାବରୁ ପରିବାର ଲୋକେ ମାମାର ଚିକତ୍ସା କରି ପାରି ନଥିଲେ।ଏହି ଦୁର୍ବଳ ଶରୀର ସହିତ ତାର ପେଟକୁ ଲାଗି ବାହାରେ ବଢୁଛି ଏକ ମାଂସ ପିଣ୍ଡୁଳା। ଯାହା ଆପଣ ଏହି ଫଟୋରେ ଦେଖିବାକୁ ପାଉଥିବେ। ନିଜେ କଷ୍ଟ ସହିସହି ଏହି କୁନି ଝିଅଟି ପଥର ହୋଇଗଲାଣି। କିନ୍ତୁ ଦୁଃଖକୁ ନିଜ ମନ ଭିତରେ ଚାପି ରଖିଛି ମାମା ପରିବାରର ଅବସ୍ଥା କୁ ଦେଖି। ଅଭାବ ଅନଟନ ରେ ପରିବାର ସମୟ ଅତିବାହିତ କରୁଥିବା ବେଳେ କିଏ ବୁଝିବ ତା କଥା।

ମାମା ର ବାପାଙ୍କ ନାମ ହେଉଛି ନିରଞ୍ଜନ ନାୟକ ଏବଂ ମାଆ ଝୁମିରି ନାୟକ।ବଡ ଝିଅ ଶିବାନୀ ପରେ ମାମା ଜନ୍ମ ହୋଇଥିଲା । ତୃତୀୟ ସନ୍ତାନ ଭାବେ ରୁପମ ଜନ୍ମ ନେଇଥିଲା।ବଡ ଝିଅ ଶିବାନୀ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସାନ ପୁଅକୁ ତିନି ବର୍ଷ l ସେମାନେ ବାସ କରୁଥିବା ଏହି ଘର ୫ ହାତର ଘର,ଯାହା ଉପରେ ଆଜବେଷ୍ଟସ ପଡିଛି କିନ୍ତୁ ଚଟାଣରେ ମାଟି ଲିପା ହୋଇଛି।୨ ବର୍ଷ ତଳେ ବାପା ଘର ଛାଡ଼ି ଚାଲି ଯାଇଥିବା ବେଳେ ଏପଟେ ମାମା ର କଷ୍ଟ ଦେଖି ମା ଅସହ୍ୟ କଷ୍ଟ ପାଉଥିଲେବି ପିଲାର ଚିକତ୍ସା ପାଇଁ ଅର୍ଥର ଅଭାବ ତାଙ୍କ ପାଇଁ ବଡ଼ କାରଣ ସାଜିଛି।

ତେଣୁ ଆପଣ ମାନଙ୍କୁ ଅନୁରୋଧ ଆପଣ ଯେତିକି ପାରିବେ ଆପଣଙ୍କ ସକ୍ଷମ ଅନୁସାରେ ଏହି କୁନି ଝିଅର ପରିବାରକୁ ନିମ୍ନଲିଖିତ ଠିକଣାରେ ସହାୟତା ଦିଅନ୍ତୁ। ଫଳରେ ଜଣେ ଛୋଟ ଅଭାବୀ ଝିଅର ଜୀବନ ବଞ୍ଚି ଯିବ।

Account name :
JAY JAGANNATH GP ODISHA CHARITABLE TRUST
Account no : 50200051078330
IFSC CODE : HDFC0009485
Branch name : GOSANINUAGAON , BRAHMAPUR
Ph no :- 8249023629

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।