Odisha News Portal

ଦେଖନ୍ତୁ ଭିଡିଓ – ଆପାର୍ଟମେଣ୍ଟରେ ଚାଲିଥିଲା ରାସଲୀଳା, ଫ୍ଲାଟ୍ ମାଲିକ ଝିଅ ଥିଲା ରାଣୀ ମହୁମାଛି, ଧରାପଡିବା ପରେ ଯାହା କଲା ଦେଖିଲେ ହୋଇଯିବେ ତାଯୁବ….

ଭୁବନେଶ୍ୱର ରେ କ୍ରାଇମ୍ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହା ଅପରାଧୀ ମାନଙ୍କ ପାଇଁ ଏକ ପେଣ୍ଠ ସ୍ଥଳ ପାଲଟିଛି। ବିଭିନ୍ନ ଅପରାଧୀକ ମାମଲା ଭିନ୍ନ ଭିନ୍ନ ସମୟରେ ଏଠାରେ ନଜର ଆସୁଥିବା ବେଳେ ଦେହ ବ୍ୟବସାୟ ର ଏକ ବଡ଼ ଚେନ୍ ରହିଛି ଏଠାରେ। ବାରମ୍ବାର ଏ ସଂକ୍ରାନ୍ତୀୟ ଖବର ଆସୁଛି ସାମ୍ନାକୁ। ସେକ୍ସ୍ ରାକେଟ ର ପର୍ଦ୍ଧାଫାଶ ବି କରୁଛି ପୋଲିସ୍। ତଥାପି ଆଇନ୍ କୁ ଆଖି ଠାର ମାରି ଲୁଚା ଛପା ରେ ଚାଲିଛି ଅନେକ କ୍ରାଇମ୍ ଏବଂ ଦେହ ବ୍ୟବସାୟ ଭଳି ନିନ୍ଦନୀୟ କାର୍ଯ୍ୟ। ପୁଣି ଥରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏବେ ନିକଟରେ ଭୁବନେଶ୍ୱର ରେ ଆଉ ଏକ ସେକ୍ସ୍ ରାକେଟ ର ପର୍ଦ୍ଦାଫାଶ ହୋଇଛି।ଏହି ରାକେଟ ଦୀର୍ଘ ଦିନରୁ ଚାଲୁଥିବା ବେଳେ ଏହାର ପର୍ଦ୍ଦାଫାସ କରିଛି ପୋଲିସ୍। ସୂଚନା ଅନୁସାରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସେକ୍ସ ରାକେଟ୍‌ ଠାବ ହୋଇଛି।ଏହି ଘଟଣାରେ ଦୁଇ ଜଣ ଯୁବତୀ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ଯୁବକ ମଧ୍ୟ ଗିରଫ ହୋଇଛନ୍ତି। ଯାହା ଜଣା ପଡିଛି ବହୁ ଦିନ ଧରି ଏଠାରେ ଏହି ସେକ୍ସ୍ କାରବାର ଚାଲୁଥିଲା। ଲକ୍ଷ୍ମୀସାଗର ଥାନା ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛନ୍ତି।ଏହି ସେକ୍ସ୍ ରାକେଟ ବିଷୟରେ ପୂର୍ବରୁ ସୂଚନା ପାଇ ପୋଲିସ୍ ଏହାକୁ ଠାବ କରିଛି।ଏକ ଆପାର୍ଟମେଣ୍ଟରେ ଚାଲିଥିବା ଏହି ସେକ୍ସ ରାକେଟ।

ଆଉ ସେହି ଆପାର୍ଟମେଣ୍ଟ ରୁ ହିଁ ଏହାକୁ ଠାବ କଲା ପୋଲିସ।ତେବେ ଯେଉଁ ରାକେଟ୍ ଚାଲୁଥିଲା ସେଥିରେ ଫ୍ଲାଟ୍‌ ମାଲିକଙ ଝିଅ ହିଁ ରାଣୀ ମହୁମାଛି ଥିବା ଜଣା ପଡିଛି। ତେବେ ସାଇଶ୍ରୀ ଏନକ୍ଲେଭ ନାମକ ଏହି ପ୍ଲାଟ୍ ରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ୍ ଚାଲିଥିବା ଅଭିଯୋଗ ହେବା ପରେ ପୋଲିସ୍ ଏହାକୁ ଧରିବାକୁ ଯୋଜନା କରିଥିଲା ଏବଂ ପୂର୍ବ ଯୋଜନା ମୁତାବକ କମିଶନରେଟ୍ ପୋଲିସ ଅଚାନକ ସାଇଶ୍ରୀ ଏନକ୍ଲେଭରେ ଚଢାଉ କରିଥିଲେ।ପରେ ଲକ୍ଷ୍ମୀସାଗର ଥାନା ପୋଲିସ ଚଢାଉ ସମୟରେ ସେଠାରେ ସେକ୍ସ ରାକେଟ୍ ଚାଲିଥିବା ଜାଣିବାକୁ ପାଇଥିଲା ପୋଲିସ୍।ଆଉ ସେଠାରୁ ଯୁବତୀଙ୍କ ସହ ଦୁଇ ଗ୍ରାହକ ଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଥିଲା।

ତେବେ ଦିନକୁ ଦିନ ଏହି ଆପାର୍ଟମେଣ୍ଟରେ ଏଭଳି ଅନୈତିକ କାର୍ଯ୍ୟ କଳାପ କୁ ବଢ଼ିବାର ଦେଖି ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ଲୋକଙ୍କ ସନ୍ଦେହ ହୋଇଥିଲା ଏବଂ ଫଳରେ ଏହି ସୋସାଇଟିର ବରିଷ୍ଠ ସଦସ୍ୟମାନେ ଡିସିପି ଉମାଶଙ୍କର ଦାଶଙ୍କୁ ଏ ବିଷୟରେ ଜଣାଇଥିଲେ। ସୂଚନା ଅନୁସାରେ ଇତିଶ୍ରୀ ପ୍ରତି ଗ୍ରାହକଙ୍କ ଠାରୁ ଅଧଘଣ୍ଟା ପାଇଁ ୩ ହଜାର ଟଙ୍କା ନେଉଥିଲା।ଇତିଶ୍ରୀ ମା’ଙ୍କ ନାଁରେ ଏହି ଆପାର୍ଟମେଣ୍ଟରେ ୨ ବିଏଚ୍‌କେ ଫ୍ଲାଟ୍‌ ରହିଛି ଯେଉଁଠାରେ ଇତିଶ୍ରୀ ଗ୍ରାହକଙ୍କ ଠାରୁ ୩ ହଜାର ନେଇ ଦେହଜୀବୀଙ୍କୁ ୧ହଜାର ଦେଉଥିଲେ।

ପ୍ରଥମେ ୫ଜଣ ରୂପଜୀବୀ ରଖି ଦେହ ବେପାର ଆରମ୍ଭ କରି ପରେ ଏହା ୧୫ରେ ପହଞ୍ଚିଥିଲା। ଏବେ ଏହାର ପର୍ଦାଫାସ୍ କରିଛି ପୋଲିସ୍। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।