Odisha News Portal

ଆପଣେଇ ନେଲେ Ollywood ଅଭିନେତା Swaraj ଏହି ମହାନ କାମ ପାଇଁ ସାରା ଓଡ଼ିଶାବାସୀ ଆଜି ତାଙ୍କ ଉପରେ ଗର୍ବିତ…ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁର ଗ୍ରାମର ଏକ ଯେଉଁ ଦୁଃଖଦ ଘଟଣା ର ଖବର ସାମ୍ନାକୁ ଆସିଥିଲା ତାହା ତ ଆପଣ ଜାଣିଥିବେ। କରନା ମହାମାରି ରେ ନିଜ ବାପା ମାଆ ଙ୍କୁ ହରାଇ ୭ ବର୍ଷର ଭଉଣୀ ନିଜ ଦେଢ଼ ମାସର ସାନ ଭାଇ ର କିଭଳି ଯତ୍ନ ନେଉଛି ସେ ଘଟଣା ସମସ୍ତଙ୍କୁ ଭାବ ପ୍ରବଣ କରି ଦେଇଥିଲା। ସଂକ୍ରମଣ ରେ ବାପା ମାଆ କୁ ହରାଇ ସେମାନେ ହୋଇ ଯାଇଛନ୍ତି ବାପା, ମାଆ ଛେଉଣ୍ଡ। ବାପା ମାଆ କୁ ହରାଇ ସେମାନେ ଯେମିତି ଅସହାୟ, ବେସାହାରା ହୋଇ ପଡିଛନ୍ତି। ଏହିଭଳି କରୁଣ କାହାଣୀ ଦେଖିଲେ ଛାତି ଫାଟି ଯିବା ଭଳି ଲାଗୁଛି।

ଯାହାକୁ ଦେଖିଲେ ଧର୍ଯ୍ୟ ହରା ଭଳି ଲାଗୁଛି। ବାପା ମାଆ ଆର ପାରିକୁ ଚାଲିଯିବା ପରେ ୭ ବର୍ଷର ଭଉଣୀ ହାତରେ ତାର ଦେଢ଼ ମାସର ସାନ ଭାଇର ଦାୟିତ୍ଵ ରହିଛି। କରନା ରେ ସଂକ୍ରମିତ ହୋଇ ଉଭୟ ବାପା ମାଆ ଆର ପାରିକୁ ଚାଲି ଯାଇଛନ୍ତି।ନବଜାତ ଶିଶୁପୁତ୍ରକୁ ଜନ୍ମଦେବାର ୭ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ମା ଆଖି ବୁଜି ଦେବା ପରେ କିଛି ଦିନ ପରେ ବାପା ବି କରୋନାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଗଲେ। ଇଶ୍ବରଙ୍କର ଏ ବିଚିତ୍ର ଲୀଳା ସତରେ କେତେ କଷ୍ଟ ଦାୟକ ତାହା ଏହି ଘଟଣାରୁ ଜାଣି ହେଉଛି।

ସରକାରୀ ଡାକ୍ତରଖାନାର ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ ଥିବା ପତ୍ନୀ ସ୍ମିତା ପଣ୍ଡା ଓ ରେଲୱେ କର୍ମଚାରୀ ସ୍ବାମୀ କମଳେଶ ପଣ୍ଡା କରନା ରେ ଆରପାରି କୁ ଚାଲିଗଲା ପରେ  ୭ ବର୍ଷର ଝିଅ ଏବଂ ଦେଢ଼ ମାସର ପୁଅ ବାପା ମାଆ ଛେଉଣ୍ଡ ହୋଇ ଯାଇଛନ୍ତି। ଆଉ ତାଙ୍କର ବାପା ମାଙ୍କ ମୃତ୍ଯୁ ପରେ ବଡ଼ ମା ଓ ବଡ଼ ବାପା ପାଖରେ ଲାଳନ ପାଳନ ହେଉଛନ୍ତି ଏହି ଦୁଇ କଅଁଳ ଶିଶୁ ।ଏହି ସମୟରେ ଏମିତି ଦୁଃଖଦ ପରିସ୍ଥିତି ରେ ବଡ଼ ଭଉଣୀ ତାର କୁନି ଭାଇର ସବୁ ଯତ୍ନ ନେଉଛି। ସାନ ଭାଇର ସବୁ ଦାୟିତ୍ଵ ଏବେ ଭଉଣୀ ବୁଝୁଛି।

ଦୁଇ କଅଁଳ ପିଲାଙ୍କୁ ଏ ନିଷ୍ଠୁର କରୋନା ବାପାମା ଛେଉଣ୍ଡ କରିଦେବା ପରେ ତାଙ୍କ ଦୁଇଜଣଙ୍କ ପାଇଁ ଛୁଟିଛି ସହାୟତାର ହାତ। ଆଉ ଏହି ସମୟରେ ଓଡିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଅଭିନେତା ସ୍ବରାଜ ବାରିକ ଏହି ଭାଇ ଭଉଣୀ ଙ୍କ ପାଇଁ ଲାଇଭ ଭିଡିଓ ରେ ଆସି ତାଙ୍କର ମହାନତା ପ୍ରଦର୍ଶନ କରିଛନ୍ତି।ସେ କହି ଛନ୍ତି ଆଜିଠୁ ଏମାନେ ମୋ ଭାଇ ଭଉଣୀ। ଏ ଦୁଃଖଦ ଖବର ଜାଣିବା ପରେ ମୋତେ ବହୁତ୍ ଦୁଃଖ ଲାଗିଲା। ମୋ ଦ୍ବାରା ଯାହା ସମ୍ଭବ ମୁଁ ସେମାନଂକୁ ସହାୟତା କରିବି। ତାଙ୍କର ସବୁ କଥା ବୁଝିବି। ଆଉ ଭୋଗରାଇ ଗଲେ ତାଙ୍କୁ ନିଶ୍ଚୟ ଦେଖାକରିବି। ତାଙ୍କର ଏହି ବଦାନ୍ୟତା ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।