ଆଜିକାଲି ପ୍ରାୟତଃ ସମସ୍ତ ବୟସର ଲୋକମାନଙ୍କୁ ଆଣ୍ଠୁଗଣ୍ଠି ସମସ୍ୟା ଭୋଗିବାକୁ ପଡୁଛି । ଜଏଣ୍ଟ ପେନ ହେବାର ଅନେକ କାରଣ ହୋଇପାରେ , ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବରୁ ଜଏଣ୍ଟ ପେନ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଚମତ୍କାରୀ ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କର ବିନ୍ଧା ବାହ୍ୟ ହେଉ ବା ଆଭ୍ୟନ୍ତରୀଣ ହେଉ ଯେଉଁ ପ୍ରକାର ବି ବିନ୍ଧା ହେଉଥାଉ ତାହା ଠିକ୍ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।
ଆବଶ୍ୟକ ସାମଗ୍ରୀ :-
1. ପାନପତ୍ର
2. ସୋରିଷ ତେଲ
ପ୍ରସ୍ତୁତି ପ୍ରଣାଳୀ :-
ଏଥିପାଇଁ ଆପଣଙ୍କୁ କେବଳ ଦୁଇଟି ସାମଗ୍ରୀର ଆବଶ୍ୟକତା ପଡିବ , ଗୋଟିଏ ଅଟେ ପାନପତ୍ର । ଏହା ଆପଣଙ୍କୁ ଘରେ ଅତି ସହଜରେ ମିଳିଯିବ , ପାନପତ୍ରରେ ଏମିତି ଅନେକ ପ୍ରକାର ଗୁଣ ଥାଏ ତାହା ଆପଣଙ୍କ ଆଣ୍ଠୁ ଗଣ୍ଠି ଓ ଜଏଣ୍ଟପେନ ଭଳି ସମସ୍ୟାକୁ ସବୁଦିନ ପାଇଁ ଦୂର କରି ପାରେ । ଦ୍ୱିତୀୟ ସାମଗ୍ରୀ ଆପଣଙ୍କୁ ଏଥିପାଇଁ ଆବଶ୍ୟକ ତାହା ଅଟେ ସୋରିଷ ତେଲ , ଶରୀରରେ ଯେତେ ପ୍ରକାର ଯନ୍ତ୍ରଣା ହେଇଥାଉ ଯଦି ସୋରିଷ ତେଲ ର ମାଲିସ କରିବା ଏହି ଯନ୍ତ୍ରଣା ବହୁତ ଶୀଘ୍ର ଭଲ ହୋଇଯାଇଥାଏ । ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ସୋରିଷ ତେଲର ପ୍ରୟୋଗ ପାନ ପତ୍ରରେ କରିବା ।
ଆପଣ ଅଳ୍ପ ସୋରିଷ ତେଲ ନିଅନ୍ତୁ ଏବଂ ଏମିତି ଗୋଟିଏ ପାନ ପତ୍ର ନିଅନ୍ତୁ । ପାନପତ୍ରରେ ଯେମିତି ଚୂନ ମାରନ୍ତି ଠିକ୍ ସେହିପରି ପୂରା ପାନପତ୍ର ସାରା ଏମିତି ଭାବେ ସୋରିଷ ତେଲ ଲଗେଇ ଦିଅନ୍ତୁ । ଏହି ପ୍ରୟୋଗ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଉପଚାର ଅଟେ ଏବଂ ବହୁ ପୁରାତନ କାଳରୁ ଆପଣଙ୍କର ଜଏଣ୍ଟ ପେନ ଏବଂ ଆଣ୍ଠୁଗଣ୍ଠି ସମସ୍ୟା ଦୂର କରିବା ପାଇଁ ଏହାର ପ୍ରୟୋଗ କରି ଆସୁଛନ୍ତି । ଏବେ ଆପଣ ଏକ ତାୱାକୁ ଗ୍ୟାସ ଉପରେ ବସାନ୍ତୁ ଏବଂ ଏହାକୁ ହାଲକା ଗରମ ହେବା ପାଇଁ ଦିଅନ୍ତୁ । ଯେବେ ତାୱା ହାଲକା ଗରମ ହୋଇଯିବ ତେବେ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ । ଆପଣ ଯେଉଁ ପୂର୍ବରୁ ପାନପତ୍ରରେ ତେଲ ମାରି ରଖିଥିଲେ ତାହାକୁ ଏଥିରେ ସେକନ୍ତୁ , ଏହିପରି ଭାବରେ ଆପଣ ପାନପତ୍ରକୁ ଏଥିରେ ହାଲକା ସେକି ଦିଅନ୍ତୁ ।
ପ୍ରୟୋଗ ପ୍ରଣାଳୀ :-
ଏବେ ଆମର ପାନ ପତ୍ର ସମ୍ପୂର୍ଣ୍ଣ ଭାବେ ସେକି ହୋଇ ସାରିଛି , ଏବେ ବନ୍ଧୁଗଣ ପାନପତ୍ରଟି ହାଲକା ଗରମ ଥିବା ବେଳେ ଆପଣଙ୍କର ଆଣ୍ଠୁଗଣ୍ଠି ବିନ୍ଧା ଯେଉଁ ଜାଗାରେ ହେଉଛି ଏହିପରି ଭାବରେ ସେଠାରେ ଲଗାନ୍ତୁ । ଏହାପରେ କୌଣସି କପଡା ସହାୟତା ରେ ଏହାକୁ ଟାଇଟ କରି ବାନ୍ଧି ଦିଅନ୍ତୁ ଏବଂ ରାତିସାରା ଏହାକୁ ଏହିପରି ଲାଗିରହିବାକୁ ଦିଅନ୍ତୁ । ଆପଣ ନିଜର ଜଏଣ୍ଟ ପେନ ହେଉଥିବା ସ୍ଥାନ ମାନଙ୍କରେ ଏହାର ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଅଧିକ ଆରାମ ମିଳିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।