Odisha News Portal

ଆମେରିକାରେ କରୋନା ମୃତ୍ୟୁର ତାଣ୍ଡବ : ସପ୍ତାହକରେ ୨୨ ହଜାର ମୃତ, ଦୈନିକ ମୃତ୍ୟୁରେ ନୂଆ ବିଶ୍ବ ରେକର୍ଡ

୨୦୨୦ ବର୍ଷଟା ସାରା ବିଶ୍ୱରେ କରୋନା ମହାମାରୀ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାହାଦ୍ୱାରା ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକେଇଛି। ବଡ ବଡ ଦେଶ ଅର୍ଥାତ ଧନିଶାଳୀ ଦେଶ ଆମେରିକା ମଧ୍ୟ ଏହା କବଳରୁ ବଂଚି ପାରିନାହିଁ। ଏହି ମହମାରିରେ ବହୁତ ଲୋକ ଆକ୍ରାନ୍ତ ହୋଇଥିଲେ ଏବଂ ମୃତ୍ୟୁବରଣ ମଧ୍ୟ କରିଥିଲେ। ତେବେ ବର୍ତ୍ତମାନ ମଧ୍ୟ ଆମେରିକାରୁ କାରୋନାର ବିଭୀଷିକା ଯାଇନାହିଁ। ଯାହା ଅମେରିକାକୁ ବହୁ ଭାବରେ ପ୍ରଭାବିତ କରିଛି।

ଅଧିକାଂଶ ଦେଶରେ କୋରନାର ପ୍ରଭାବ ହ୍ରାସ ପାଉଥିବା ବେଳେ କିନ୍ତୁ ଆମେରିକାରେ ଏବେ ବହୁମାତ୍ରାରେ ସଂକ୍ରମିତ ହେଉଛନ୍ତି ଏବଂ ମୃତ୍ୟୁ ବରଣ କରୁଛନ୍ତି। ଗୋଟିଏ ସପ୍ତାହରେ ୨୨ହଜାର ଲୋକଙ୍କ ମୃତ୍ୟୁ ଘୋଟିଥିବାବେଳେ ଏବଂ ୪ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏଭଳି ମୃତ୍ୟୁ ହାର କୌଣସି ଦେଶରେ ହୋଇନାହିଁ, ଯେବେଠୁ କୋରନା ମହାମାରୀ ଆରମ୍ଭ ହେଲାଣି। ଆମେରିକାରେ ପ୍ରତ୍ୟେକ ଦିନ ୨୭ ଶହ ମୃତ୍ୟୁ ହେଉଥିବା ବେଳେ ଗତ ସପ୍ତାହରେ ୧୬ ପ୍ରତିଶତକୁ ବୃଦ୍ଧି ପାଇଛି। ଆମେରିକାରେ କୋରନାର ବୃଦ୍ଧିକୁ ଦେଖି ସବୁ ରାଜ୍ୟରେ କୋରନା କଟକଣାକୁ ଆହୁରି ବୃଦ୍ଧି କରାଯାଇଛି। ଆମେରିକାର ବରିଷ୍ଠ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ଆନ୍ଥୋନି ଫସି, ଏହିଭଳି ପରିସ୍ଥିତିକୁ ଲକ୍ଷ୍ୟ କରି କହିଥିଲେ, ଯଦି ଲୋକମାନେ କୋରନାର ଗାଇଡ଼ ଲାଇନ ଠିକ ଭାବରେ ଲୋକମାନେ ନମାନିଲେ ଜାନୁୟାରୀ ମାସ ଶେଷ ବେଳକୁ ମୃତ୍ୟୁ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇପରେ ଏହା ଅସମ୍ଭବ ନୁହେଁ।

ବର୍ତ୍ତମାନ ପରିସ୍ଥିତିରେ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ରହିଛି। ଟିକାକରଣ ଅଭିଯାନ ବର୍ତ୍ତମାନ ଆମେରିକାରେ ଜାରିରହିଛି। ପ୍ରାୟ ୨ କୋଟି ଲୋକଙ୍କୁ କୋରନା ଟୀକା ପ୍ରଦାନ କରାଗଲାଣି। ୨୪ ଘଣ୍ଟାରେ ୬ ଲକ୍ଷ ଲୋକ ଟୀକା ନେଇଥିବାର ଯାହା ସୂଚନା ଆସୁଛି। ହ୍ବାଇଟ୍‌ହାଉସ୍‌ କୋଭିଡ୍‌ ଟାସ୍କଫୋର୍ସ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଆମେରିକାରେ କୋରନା ଭୁତାଣୁ ଅନ୍ୟ ଦେଶ ତୁଳନାରେ ଅଧିକ ସଂକ୍ରମଣକ୍ଷମ ବୋଲି ଜଣା ପଡ଼ିଛି।ବ୍ରିଟେନ୍‌ରେ ଆବିର୍ଭାବ ହୋଇଥିବା କୋରନା ଭୂତାଣୁ ଅପେକ୍ଷା ଆମେରିକା କୋରନା ଭୁତାଣୁ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି ବୋଲି ଟାସ୍କ ଫୋର୍ସ ସୂଚନା ଦେଇଛନ୍ତି। ସେଥିପାଇଁ ଲୋକମାନେ କୋରନା ନିୟମ ମାନିବାକୁ ପଡିବ ନହେଲେ ପରିସ୍ଥିତି ଜଟିଳ ଆଡ଼କୁ ଗତି କରିବ ବୋଲି କହିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ଗ୍ରୀଷ୍ମ ଏବଂ ବର୍ଷା ଠାରୁ ଅଧିକ ସଂକ୍ରମିତ ହେବ, ସେଥିପାଇଁ ଲୋକମାନେ ସତର୍କ ରହିବା ପାଇଁ ପଡିବ। ବ୍ରିଟେନ ରେ ଯେମିତି ଏକ ନୂତନ ପ୍ରଜାତିର କୋରନା ଭୁତାଣୁ ସୃଷ୍ଟି ହୋଇ ସଂକ୍ରମିତ କରୁଥିଲା ବର୍ତ୍ତମାନ ମଧ୍ୟ ଆମେରିକାରେ ଏକ ନୂତନ ପ୍ରଜାତିର କୋରନା ଭୁତାଣୁ ସୃଷ୍ଟି ହେଉଛି ବୋଲି ଯାହା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ୨ କୋଟି ୨୭ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏବଂ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୧ ହଜାରକୁ ଟପିଲାଣି। ସମସ୍ତ ଜନସାଧାରଣ କୋରନା ନିୟମକୁ ପାଳନ କରିବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।