ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ଜୀବନ ହେଉଛି ସାରୁ ପତ୍ର ସଦୃଶ, ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ, ଏପରି କି ମୃତ୍ୟୁ ବେଳେ ବେଳେ ଅଚାନକ ମଧ୍ୟ ଆସି ଯାଇଥାଏ। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ଜଣେ ବ୍ୟକ୍ତିଙ୍କ ଆଖି ପିଛୁଳାକେ ଜୀବନ ଚାଲିଗଲା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;
ଏଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଟାବୁଗା ଥାନା ଅନ୍ତର୍ଗତ ଜଟା ଵାଲା ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ନାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ପିପଲ ଗୁଡା ଗାଁ ର ଶ୍ୟାମ ହୋତର ନାମକ ଜଣେ ଯୁବକ ଓ ତାଙ୍କ ବନ୍ଧୁ ମିଶି ଦୁହେଁ ଜଟା ବାଲା ଗାଁ ରୁ ଏକ ଦଶାହା କାର୍ଯ୍ୟରେ ଯୋଗ ଦେଇ ରାତିରେ ଫେରୁଥିଲେ। ଫେରିବା ବାଟରେ ଏକ ପେଟ୍ରୋଲ ପମ୍ପ ସମ୍ନାରେ ଏକ ଚାଉଳ ବୋଝେଇ ଟ୍ରକଟି ସେଠାରେ ଅଟକି ଥିଲା।
ପୁଣି କିଛି ସମୟ ପରେ ଟ୍ରକଟି ଆଗକୁ ଚାଲି ଥିଲା, ଠିକ ସେହି ସମୟରେ ବାଇକ ଆରୋହି ଓ ତାଙ୍କ ବନ୍ଧୁ ଦ୍ରୁତ ଗତିରେ ବାଇକ ଚଲାଇ ଆସୁ ଥିଲେ, ଠିକ ସେତିକିବେଳେ ଟ୍ରକଟି ଟିକେ ଆଗକୁ ଯାଇ ପୁଣି ପଛକୁ ଫେରିବା ବେଳେ ବାଇକଟି ଟ୍ରକ ପଛ ପଟରେ ଜୋର ସୋର ଭାବରେ ପିଟି ଦେଲା। ଯାହା ଫଳରେ କି ସେହି ଯୁବକ ତାଙ୍କ ବନ୍ଧୁ ତଳେ ଛିଟିକି ହୋଇ ତଳେ ପଡି ଯାଇ ଥିଲେ। ଜୋର ସୋର ଭାବରେ ତଳେ ପଡ଼ି ଯିବାରୁ ଯୁବକ ଜଣଙ୍କର ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ ହୋଇଥିଲା। ଏହି ଦୃଶ୍ୟଟି ସେଠାରେ ଲାଗି ଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା।
ତେବେ ତାଙ୍କ ସହିତ ଆସୁ ଥିବା ତାଙ୍କ ବନ୍ଧୁଙ୍କର ଅବସ୍ଥା ପୁରା ଗୁରୁତ୍ବର ଭାବରେ ହୋଇ ଯାଇ ଥିଲା। ଗୁରୁତ୍ବର ଅବସ୍ଥା ମୃତକଙ୍କ ବନ୍ଧୁଙ୍କୁ ପାପଡା ହାଣ୍ଡି ମେଡିକାଲରେ ନେଇ ଭର୍ତ୍ତି କରା ଯାଇ ଥିଲା। ବର୍ତ୍ତମାନ ମେଡ଼ିକାଲ ଡାକ୍ତର ତାଙ୍କୁ ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ସେଠାରେ ଘଟିଥିବା ଏହି ଘଟଣାକୁ ଡାକୁ ଗାଁ ପୋଲିସ ତଦନ୍ତ କରୁଛନ୍ତି। ଏହି ଘଟଣାଟି ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚହଳ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।