Odisha News Portal

ଆଜିର ଅନୁଚିନ୍ତା – ହାତ ଗୋଡ଼ ହଠାତ୍ ଝିମ୍ ଝିମ୍ ହେଇଗଲେ କ’ଣ କରିବେ ?

ଆମ ଶରୀରରେ ବହୁତ ସମୟରେ ବହୁତ ପ୍ରକାରର ପରିବର୍ତ୍ତନ ହେଇଥାଏ ।ତେବେ ଯେତେବେଳେ ଆମ ଶରୀରରେ କିଛି ବି ଅସୁବିଧା ହେଇଥାଏ ସେତେବେଳେ ଆମ ଜୀବନର ଧାରାରେ ବି ପରିବର୍ତ୍ତନ ଆସିଥାଏ ।ତେବେ ଅନେକ ସମୟରେ କିଛି ଅତି ସାଧାରଣ ପରିବର୍ତ୍ତନ ଯାହା ସମସ୍ତଙ୍କ ପାଖରେ ଦେଖାଯାଏ ସେହି ଗୁଡିକ ପାଇଁ ଆମେ କେମିତି ମୁକ୍ତି ପାଇବୁ ତାହା ଜାଣି ପାରୁ ନାହିଁ ।ଯେମିତି ଝିଙ୍କ ଆସିବା ଓ ହାଇ ମାରିବା ଏକ ଅତି ସାଧାରଣ କଥା ଯାହା ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଥାଏ ତେବେ ଠିକ ସେହିପରି ଗୋଡ଼ ହାତ ଝିମଝିମ ହେବା ବି ଅତି ସାଧାରଣ କଥା ।

ବହୁତ ସମୟରେ ଆମେ ଅଧିକା ସମୟ କୋଉଠି ବସି ଗଲେ ବା ଛିଡା ହେଇଗଲେ ଆମ ଗୋଡ଼ ହାତ ପଥର ପରି ହେଇଯାଏ ଆଉ ଆଗକୁ ଯେତେ ଚାଲିଲେ ବି ପାଦ କୋଉଠି ପଡୁଛି ତାହା ଜାଣି ହୁଏ ନାହିଁ ।ସେତେବେଳେ ଗୋଡ଼ରେ କିଛି କଲେ ବି ସେଥିରେ କିଛି ଫରକ ପଡେ ନାହିଁ କାରଣ ପାଦରେ ସେତେବେଳେ କିଛି ଅନୁଭବ ହୁଏ ନାହିଁ । ତେବେ ଏହି ସବୁ ଝିମଝିମା ପଣ ପାଇଁ ହେଇଥାଏ ।ତେବେ ବହୁତ ଚେଷ୍ଟା ପରେ ଯଦି ଝିମଝିମ କମିବା ଆରମ୍ଭ ହୁଏ ସେତେବେଳେ ଗୋଡ଼ରେ ଏମିତି ଏକ ଯନ୍ତ୍ରଣା ଅନୁଭବ ହେଇଥାଏ ସେଥିରେ ଚାଲିବା ଭାରି କଷ୍ଟ ହେଇଥାଏ ।

ତେବେ ଏହି ଝିମଝିମ ରୁ କେମିତି ଅତି ସହଜରେ ମୁକ୍ତି ପାଇପାରିବେ ତା ପାଇଁ ଏକ ସହଜ ଉପାୟ କହିବୁ ଯାହାକୁ ମାନିଲେ ଦେଖିବେ ଆପଣଙ୍କ ହାତ କି ଗୋଡ଼ର ଝୀମଝିମ ଅତି କମ ସମୟରେ କୁଆଡେ ଚାଲି ଯିବ ।ତେବେ ଉପାୟଟି ହେଉଛି,ଯେତେ ବେଳେ ଆପଣଙ୍କ ଗୋଡ଼ ଝିମଝିମ ହେଇ ଯିବ ସେତେବେଳେ ଆପଣ ନିଜେ ଡାହାଣ ହାତର ପାଞ୍ଚଟି ଆଙ୍ଗୁଳି ରେ 27 ସଂଖ୍ୟା ଲେଖନ୍ତୁ ।ମାନେ ନିଜର ଡାହାଣ ହାତର ବୁଡ଼ା ଆଙ୍ଗୁଳିରେ 27 ଝିମଝିମ ହେଇଥିବା ଗୋଡ଼ରେ ଲେଖନ୍ତୁ ଏମିତି ଆଉ ଚାରିଟି ଆଙ୍ଗୁଳିରେ ଲେଖନ୍ତୁ ।

ଏମିତି ଦେଖି ସାରିଲା ପରେ ଆପଣ ଦେଖିବେ ଆପଣଙ୍କ ଗୋଡ଼ର ଝିମଝିମ ଖୁବ ଶୀଘ୍ର ଭଲ ହେଇ ଯାଇଥିବ । ଯଦି ଆପଣଙ୍କ ର ବିଶ୍ୱାସ ହେଉ ନାହିଁ ତେବେ ଏହି ଉପାୟକୁ ଆପଣ ଏପ୍ଲାଏ କରି ଦେଖି ପାରିବେ କେମିତି ଚମତ୍କାର ହେବ ।ତେବେ ବନ୍ଧୁମାନେ ଏମିତି ଆମ ଜୀବନରେ ବହୁତ ଶାରୀରିକ ପ୍ରତିକ୍ରିୟା ଗୁଡିକ ଦେଖିବାକୁ ମିଳିଥାଏ ।ସେହି ଗୁଡିକ ଭଲ କରିବାର ଉପାୟ ଆମେ ଜାଣି ନଥାଉ କିନ୍ତୁ ଏହିପରି ଛୋଟ ଛୋଟ ନୁଷ୍କା ଗୁଡିକ ବ୍ୟବହାର ଜାଣିଥିଲେ ସେହି ସେହି ଶାରୀରିକ ପ୍ରତିକ୍ରିୟା ଗୁଡିକର ସମାଧାନ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।