ଆଜି ପର୍ଯ୍ୟନ୍ତ ମନୋବିଜ୍ଞାନ ବି ଏହି ପ୍ରଶ୍ନର ଉତ୍ତର ଦେଇପାରି ନାହିଁ ଯେ ପ୍ରକୃତରେ ସ୍ତ୍ରୀ କଣ ଚାହେଁ… ଦେଖନ୍ତୁ Video

ସବୁବେଳେ ସମସ୍ତ ଙ୍କର ମନ ରେ ସ୍ତ୍ରୀ ବା ମହିଳା ମାନ ଙ୍କୁ ନେଇ ଗୋଟିଏ ପ୍ରଶ୍ନ ଆସିଥାଏ। କି ସତ ରେ ମହିଳା ମାନ ଙ୍କର ସବୁଠାରୁ ବଡ଼ ଅଭିଳାଷ କିମ୍ବା ଇଚ୍ଛା କଣ ରହିଥାଏ ଯାହା ସେ ସବୁବେଳେ ଚାହାନ୍ତି। ତେବେ କେହି କେହି କହନ୍ତି କି ନାରୀ ଙ୍କୁ ଟଙ୍କା ପଇସା , ସୁନା ଗହଣା ଓ ସମ୍ପତ୍ତି ପାଇବାର ଇଚ୍ଛା ଥାଏ ତ କେହି କହନ୍ତି ତାଙ୍କୁ ଭଲ ସ୍ୱାମୀ ଆହୁରି କେତେ କେତେ କଥା କହନ୍ତି ଲୋକେ। କିନ୍ତୁ ଆମେ ଆଜି ଆପଣ ଙ୍କୁ ଗୋଟିଏ ଗଳ୍ପ ମାଧ୍ୟମ ରେ ଆପଣ ମାନ ଙ୍କୁ ଜଣେଇବୁ କି ପ୍ରକୃତ ରେ ଜଣେ ମହିଳା କଣ ଚାହିଁଥାଏ ତାର ଜୀବନ ରେ।

ତେବେ କାହାଣୀ ଟି କିଛି ଏହିପରି ଥିଲା କି , ଜଣେ ବ୍ୟକ୍ତି ଗୋଟିଏ ଭୁଲ କରିଥିଲେ ଆଉ ରାଜା ତାଙ୍କୁ ଦଣ୍ଡ ଦେବା ପାଇଁ ଦରବାର କୁ ଡାକିଲେ। ତେବେ ବ୍ୟକ୍ତି ଜଣଙ୍କ ଦରବାର ରେ ପହଁଚିବା ପରେ ରାଜା ତାଙ୍କର ଭୁଲ ପାଇଁ ତାଙ୍କୁ ଫାଶୀ ଦଣ୍ଡ ଶୁଣେଇଲେ କିନ୍ତୁ ବ୍ୟକ୍ତି ଜଣଙ୍କ ରାଜା ଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କର ଭୁଲ କୁ ସୁଧାରିବା ପାଇଁ ଏକ ସୁଯୋଗ ଦିଆଯାଉ ବୋଲି। ତେବେ ରାଜା ଏହା ଶୁଣିବା ପରେ ସେହି ବ୍ୟକ୍ତି ଙ୍କୁ ରାଜା କହିଲେ କି ତୁମକୁ ମୁଁ ଗୋଟିଏ ବର୍ଷ ସମୟ ଦେଉଛି କିନ୍ତୁ ତୁମେ ଏହି ପ୍ରଶ୍ନ ର ଉତ୍ତର ଦେବ କି ମହିଳା ମାନଙ୍କ ର ବଡ଼ ଅଭିଳାଶା କଣ ବୋଲି।

ତେବେ କିନ୍ତୁ ସତର୍କ କରିଦିଆ ଯାଉଛି କି ଯଦି ଏହି ପ୍ରଶ୍ନ ର ଉତ୍ତର ନଦେଇ ପାରନ୍ତି ତ ତାଙ୍କୁ ଫାଶୀ ହୋଇଯିବ। ତେବେ ଏହା ଜାଣିବା ପରେ ବ୍ୟକ୍ତି ଜଣଙ୍କ ଏହି ପ୍ରଶ୍ନ ର ଉତ୍ତର ଖୋଜିବା କୁ ଲାଗିଲେ ଆଉ ଅନେକ ମହିଳା ଙ୍କୁ ଦେଖା କଲେ ଆଉ କଥାବାର୍ତ୍ତା କଲେ। ତେବେ କାହା ପାଖରୁ ସେମିତି ଉତ୍ତର ନପାଇ ସେ ନିରାଶ ଥିଲେ ଏବଂ ପରେ ଜଣେ ତାଙ୍କୁ ମହିଳା କହିଲେ କି ପାହାଡ଼ ରେ ଥିବା ଡାହାଣୀ ଏହାର ଉତ୍ତର ଦେଇପାରିବ।ତେବେ ଯୁବକ ଜଣଙ୍କ ସେଠାରେ ଯାଇ ପହଁଚିଲେ ଏବଂ ନିଜର ପ୍ରଶ୍ନ ତାଙ୍କୁ କହିଲେ ।ତେବେ ଡାହାଣୀ ଜଣଙ୍କ କହିଲେ କି ମୁଁ ଉତ୍ତର ଦେବୀ କିନ୍ତୁ ତୁମକୁ ମୋତେ ବିବାହ କରିବାକୁ ହେବ।

ତେବେ କିଛି ଉପାୟ ନଥିବାରୁ ଯୁବକ ଜଣଙ୍କ ଡାହାଣୀ ଙ୍କୁ ବିବାହ କଲେ ଆଉ ବିବାହ ପରେ ଡାହାଣୀ ତାଙ୍କୁ କହିଲେ କି ମୁଁ ଉଭୟ ପରି ଓ ଡାହାଣୀ ହୋଇପାରିବି ତେବେ ତୁମେ କୁହ ମୁଁ ରାତି ରେ ଡାହାଣୀ ହେବି କିମ୍ବା ଦିନରେ। ତେବେ ଏହା ଶୁଣିବା ପରେ ଯୁବକ ଜଣଙ୍କ କହିଲେ କି ତୁମେ ନିଜେ ଇଚ୍ଛା ରେ ଯେତେବେଳେ ଚାହିଁବ ସେତେବେଳେ ଡାହାଣୀ ହୋଇପାରିବ।ତେବେ ଡାହାଣୀ ଜଣଙ୍କ କହିଲେ କି ଏହା ହିଁ ତୁମ ପ୍ରଶ୍ନ ର ଉତ୍ତର, ଜଣେ ମହିଳା ନିଜ ଇଚ୍ଛା ରେ ସବୁ କାର୍ଯ୍ୟ କରିବା କୁ ଚାହେଁ। ଆଉ ଶେଷ ରେ ଡାହାଣୀ ଜଣଙ୍କ ସବୁଦିନ ପାଇଁ ଜଣେ ପରି ହୋଇ ସେହି ବ୍ୟକ୍ତି ଙ୍କ ସହ ରହିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment