Odisha News Portal

ଦେଖନ୍ତୁ ଭିଡ଼ିଓ – ଆଜିକାଲିର ଦୁନିଆରେ ନିଜ ଛଡା ଅନ୍ୟ ବିଷୟରେ ଚିନ୍ତା କରିବା ପାଇଁ କାହା ପାଖରେ ସମୟ ନାହିଁ, ଥରେ ଦେଖନ୍ତୁ ତ ଏ ଦୃଶ୍ୟକୁ ଆଖିରୁ ଲୁହ ଆସିଯିବ….

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ର ଏ ହେଉଛି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ର ଦୃଶ୍ୟ । ଏହି ସେବା କେନ୍ଦ୍ର ର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। ଚଟାଣ ରେ ସୋଇ ରହିଛି ଅତି ଛୋଟ ପିଲା ଟିଏ , ବୟସ ୭ ବର୍ଷ । ନାମ ବଳରାମ ସାହୁ , ଅବୋଧ ପିଲା ଟିଏ । ତାର ବିବଶତା ହେଉଛି ସେ ଚାଲି ପାରେନାହିଁ ଜଣେ ଦିବ୍ୟଙ୍ଗ । ଏଣୁ ତା ମାଆ ଶାନ୍ତିଲତା ତାକୁ ଚଟାଣ ରେ ଗଡ଼ାଇ ଦେଇଛି ଆଉ ମା ଆସିଛି ପିଲା ଟି ପାଇଁ କିଛି ଗୁହାରି କରିବାକୁ । କାରଣ ଏଠି ଚାଲିଛି ଖୋର୍ଦ୍ଧା ଜିଲ୍ଲା ର ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାମ ।

ଅନେକ ସମୟ ଧରି ପିଲା ଟି ଚଟାଣ ରେ ପଡି ରହିଥିଲା । ସେଠାରେ ବସିଥିବା ପୋଲିସ କର୍ମଚାରୀ , ଜିଲ୍ଲାପାଳ ଙ୍କୁ ଅଭିଯୋଗ ଶୁଣାଇବା ପାଇଁ ଆସିଥିବା ଲୋକ ମାନେ ଆଉ ଅନ୍ୟ ଲୋକମାନେ ମଧ୍ୟ ବସି ରହିଥିଲେ କିନ୍ତୁ କାହା ନଜର ଯେମିତି ପଡୁ ନଥିଲା ତଳେ ପଡିଥିବା ଅସହାୟ ପିଲା ଉପରେ। ତାଙ୍କରି ଗୋଡ଼ ପାଖରେ ପିଲା ଟି ପଡି ରହିଥିଲା କିନ୍ତୁ କିଏ ଗୋଡ଼ ହଲାଇ ମୋବାଇଲ ରେ ଗପୁଥିଲା ତ ଆଉ କିଏ ଭାବୁ ଥିଲା ଜିଲ୍ଲାପାଳ ଙ୍କୁ କଣ ଅଭିଯୋଗ ପତ୍ର ଦେବେ । ବୋଲଗଡ଼ ବ୍ଲକ୍, ମଙ୍ଗଳ ସିହ ଗ୍ରାମ ରେ ଶାନ୍ତିଲତା ଙ୍କ ଘର । ଅଭାବି ପରିବାର କୁ ଏହି ଦିବ୍ୟଙ୍ଗ ପିଲା ଟିଏ ତାଙ୍କ ବୋଝ ଉପରେ ଲଳିତା ବିଡା ସାଜିଛି ।

ପିଲା ଟିର କିଛି ଚିକିତ୍ସା ପାଇଁ ମା ଶାନ୍ତିଲତା କିଛି ସହାୟତା ପାଇଁ ଆସିଥିଲେ ଗୁହାରି କରିବା ପାଇଁ ଜିଲ୍ଲାପାଳ ଙ୍କୁ । ହେଲେ ତାଙ୍କ କଥା କେହି ଶୁଣିଲେ ନାହିଁ। ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ନିଜ ଦିବ୍ୟଙ୍ଗ ଶିଶୁ କୁ ଧରି ଖାଲି ହାତରେ ଫେରି ଆସିଲେ ଶାନ୍ତିଲତା । ପିଲା ଟି ନା ଚାଲି ପାରୁଛି ନା କଥା କହି ପାରୁଛି ସବୁବେଳେ ଖାଲି ସୋଇ ରହୁଚି । ତାକୁ ସମ୍ଭାଳିବା ସହଜ ହେଉ ନାହିଁ ସେଥିପାଇଁ ସାହାର୍ଯ୍ୟ ପାଇବ ଆଶାରେ ପିଲା ଟିକୁ ଧରି ଏଠାକୁ ଆସିଥିଲେ ଶାନ୍ତିଲତା ।

ହେଲେ ଦିବ୍ୟଙ୍ଗ ମାନଙ୍କ ପାଇଁ ଅନେକ ସହାୟତା ଥାଇ ମଧ୍ୟ ସେସବୁ ବିଷୟ ରେ ନଜାଣି ପାରି ପିଲା କୁ ନେଇ ନିରାଶ ହୋଇ ଫେରିଥିଲେ ଶାନ୍ତିଲତା। ଜିଲ୍ଲାପାଳ ଙ୍କ ଜନ ଶୁଣାଣି ରେ ସିନା କେହି ଶୁଣିଲେ ନାହିଁ ହେଲେ ଏହି ଦୁଃଖୀ ମା ର ଦୁଃଖ ସ୍ଥାନୀୟ ଜନ ପ୍ରତିନିଧି ଶୁଣି ପ୍ରଶାସନ କୁ ଅବଗତ କରାଇବେ ବୋଲି ଆମର ଆଶା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।