Odisha News Portal

ଦେଖନ୍ତୁ Shocking ଭିଡିଓ : ଅଭିଷେକଙ୍କ ସ୍ତ୍ରୀ ସ୍ୱାମୀଙ୍କ ଅନୁପସ୍ଥିତି ରେ ପାଳିଲେ ସାବିତ୍ରୀ ବ୍ରତ, ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ

ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। କିନ୍ତୁ ଏହି ସମୟରେ ସାବିତ୍ରୀଙ୍କ ପାଖରେ ନାହାଁନ୍ତି ସତ୍ୟବାନ। କିନ୍ତୁ ଘରେ ଈଶ୍ୱର ଙ୍କୁ ପୂଜା କରି, ପ୍ରାର୍ଥନା କରି ସ୍ତ୍ରୀ ପାଳୁଛି ସାବିତ୍ରୀ ବ୍ରତ। କାରଣ ହସ୍ପିଟାଲ ବେଡରେ ଅଛନ୍ତି ସ୍ବାମୀ ଅଭିଷେକ। ଆଉ ଏହି ସମୟରେ ଏପେଟ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏଥିପାଇଁ ସାବିତ୍ରୀ ଅମାବାସ୍ୟାରେ ପୂଜାପାଠ କରୁଛନ୍ତି ସ୍ତ୍ରୀ ମୌସୁମୀ । ଆପଣ ଜାଣିଛନ୍ତି ଏହି ଯୁବକଙ୍କୁ ନେଇ ଏବେ ଚର୍ଚ୍ଚା ବେଶ ଜୋର ଧରିଛି। ସୋସିଆଲ ମିଡିଆରେ ପ୍ରତିଦିନ ତାଙ୍କୁ ନେଇ ଖବର ଦେଖିବାକୁ ମିଳିଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ଏବେ ଅଭିଷେକ ଙ୍କୁ ଉନ୍ନତ ମାନର ଚିକିତ୍ସା ପାଇଁ କୋଲକାତାର ଏକ ହସପିଟାଲରେ ଭର୍ତ୍ତି କରା ଯାଇଛି।

ଆପଣ ତ ଜାଣିଛନ୍ତି ଏହି ୩୦ ବର୍ଷୀୟ ଅଭିଷେକଙ୍କ ଘର ଭଦ୍ରକର ବାସୁଦେବପୁରରେ ।ସେ ଆକ୍ରାନ୍ତ ହେବା ପରେ ଧିରେ ଧିରେ ତାଂକର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାର ଲାଗିଥିଲା।ତେଣୁ ଗତ ୨୨ ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ରେ ଅଭିଷେକ ଙ୍କର ଚିକିତ୍ସା କାର୍ଯ୍ୟ ଚାଲିଥିଲା। ତେବେ ତାଙ୍କର ଉନ୍ନତ ଧରଣର ଚିକିତ୍ସା ଆବଶ୍ୟକ ହେବା କାରଣରୁ ଏବେ ନିକେଟରେ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍‌ସ ରେ ତାଙ୍କର ଚିକିତ୍ସା ପାଇଁ କୋଲକାତା ନିଆ ଯାଇଛି।

ସ୍ବାମୀ ଅଭିଷେକ ମହାପାତ୍ର ଙ୍କ ଏଭଳି ସ୍ଥିତି ସମୟରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ଏବଂ ତାଙ୍କ ସ୍ତ୍ରୀ ପ୍ରତିଦିନ ଓଡ଼ିଶା ବାସୀ ଙ୍କ ପାଖରେ ସହାୟତା ପାଇଁ ନିବେଦନ କରୁଛନ୍ତି।ସେ ମଧ୍ୟ ଅତ୍ୟନ୍ତ ମର୍ମାହତ ହୋଇ ପଡିଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲ ରୁ ଗ୍ରୀନ କରିଡରରେ ତାଙ୍କୁ ଏୟାରପୋର୍ଟ ନିଆ ଯାଇଥିଲା । ଏବେ ସେ କୋଲକାତା ରେ ଅଛନ୍ତି। ଆଉ ଆଜି ସାବିତ୍ରୀ ବ୍ରତ ରେ ସ୍ତ୍ରୀ ଙ୍କ ପାଖରେ ନାହାଁନ୍ତି ସ୍ବାମୀ। କିନ୍ତୁ ସ୍ୱାମୀଙ୍କ ପାଇଁ ଆଜି ପୂଜା କରୁଛନ୍ତି ସ୍ତ୍ରୀ ମୌସୁମୀ। ଆଉ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି ହେ ଈଶ୍ୱର ମୋ ସ୍ଵାମୀ ଙ୍କୁ ଭଲରେ ଭଲରେ ଫେରାଇ ଆଣ। ତାଙ୍କୁ ଶୀଘ୍ର ଭଲ କରିଦିଅ।

ଯେମିତି ମୁଁ ଆସନ୍ତା ବର୍ଷ ତାଙ୍କ ସହ ମିଶି ସାବିତ୍ରୀ ବ୍ରତ କରିବି। ଏହିଭଳି ଭଗବାନଙ୍କ ନିକଟରେ ଗୁହାରୀ କରିଛନ୍ତି ମୌସୁମୀ। ନିଜ ସ୍ବାମୀଙ୍କ ପାଇଁ ସେ ବହୁତ କିଛି କରି ସାରିଲେନି ଏବଂ ତାଙ୍କର ବିଶ୍ବାସ ଯେ ଭଗବାନ ତାଂକର ଡାକ, ଗୁହାରୀ ଶୁଣିବେ ଏବଂ ତାଙ୍କ ସ୍ଵାମୀ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସିବେ। ପୁଣିଥରେ ସେ ତାଙ୍କ ସ୍ବାମୀଙ୍କ ସହିତ ମିଶି ଖୁସି, ମଜାର ସହିତ ଘରେ ରହି ସାବିତ୍ରୀ ବ୍ରତ ପାଳନ କରିବେ। ଆମର ବି ଭଗବାନ ଙ୍କ ଠାରେ ସେଇ ପ୍ରାର୍ଥନା ବହୁତ୍ ଶୀଘ୍ର ଅଭିଷେକ ଭଲ ହୋଇ ଫେରି ଆସନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।