ଅଟଳ ପେନସନ ଯୋଜନା ସମସ୍ତେ ଆବେଦନ କରିପାରିବେ ,ଦିନକୁ 7 ଟଙ୍କା ଜମା କରି କେମିତି ମାସକୁ 5 ହଜାର ପାଇବେ ଜାଣନ୍ତୁ …

ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ କହିବୁ କି ଅଟଳ ପେନସନ୍ ଯୋଜନା କଣ ଏବଂ ଏଥିପାଇଁ କେଉଁମାନେ ଆବେଦନ କରିପାରିବେ ଆଉ କେମିତି ଅନଲାଇନ୍ ଏବଂ ଅଫଲାଇନ୍ ପ୍ରସେସ୍ ରେ ଆବେଦନ କରିପାରିବେ ସେ ବିଷୟରେ ଜାଣିବା ।
ଏଥିରେ କେଉଁ ସବୁ ସ୍କିମ ରହିଛି ଏବଂ କେଉଂମାନେ ଆବେଦନ କରିପାରିବେ –
1. ଅଟଳ ପେନସନ୍ ଯୋଜନାରେ ଆପଣଙ୍କୁ 60 ବର୍ଷ ପରେ 1000-5000 ପର୍ଯ୍ୟନ୍ତ ପେନସନ୍ ମିଳିଥାଏ ।
2. ଆପଣ ଜଣେ ଭାରତୀୟ ନାଗରିକ ହୋଇଥିବା ଦରକାର ଏବଂ ବୟସ 18-40 ବର୍ଷ ମଧ୍ୟରେ ହେବା ଆବଶ୍ୟକ ।

3. ଏଥିରେ କୌଣସି ସରକାରୀ ଚାକିରି କରିଥିବା ବ୍ୟକ୍ତି ଏବଂ ସରକରାଙ୍କୁ କର ଦେଉଥିବା ବ୍ୟକ୍ତି ଆବେଦନ କରିପରାିବେ ନାହିଁ । କେବଳ ଅଣ ସଂଗଠିକ କର୍ମଚାରୀ ଏବଂ ବେସରକାରୀ ଚାକିରି କରୁଥିବା ବ୍ୟକ୍ତି, ଘରୋଇ କର୍ମଚାରୀ , ଚାଷି ଇତ୍ୟାଦି ଆବେଦନ କରିପାରିବେ ।

4. ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଖାତା ଥିବା ଦରକାର ।
5. APY ଆକାୁଣ୍ଡରେ ନାମାଙ୍କନ ଏବଂ ଜୀବନସାଥୀ ସବିଶେଷ ପ୍ରଦାନ କରିବା ବାଧ୍ୟତାମୂଳକ ଅଟେ ।
6. ସଞ୍ଚୟ ବ୍ୟାଙ୍କ ଆକାଉଣ୍ଡରେ ଅଟୋଡେବିଟ୍ ସୁବିଧା ମାଧ୍ୟମରେ ମାସିକ କିମ୍ବା ତ୍ରୟୋମାସିକ ବା ଅର୍ଦ୍ଧବାସିକ ମାଧ୍ୟମରେ ଟଙ୍କା ଜମା କରିବାକୁ ପଡିବ ତାହେଲେ ଯାଇ 60 ବର୍ଷ ପରେ ପେନସନ୍ ପାଇପାରିବେ । ଏହି ଯୋଜନାରେ ଅଟୋମେଟିକ ଟଙ୍କା ଆପଣଙ୍କର ବ୍ୟାଙ୍କ ଆକାଉଣ୍ଡରେ କାଟିଯିବ ।

ଯଦି ଆପଣଙ୍କ ବୟସ 18 ବର୍ଷ ତେବେ ଯେକୌଣସି ପେନସନ୍ ପାଇଂ ଆପଣଙ୍କୁ 42 ବର୍ଷ ଯାଏଁ ଟଙ୍କାଟି ଦେବାକୁ ପଡିବ ତେବେ ସେହି ଟଙ୍କାଟି ହେଉଛି ଯଦି 1000ଟ. ପେନସନ୍ ପାଇଁ ଡିପୋଜିଟ କରୁଛନ୍ତି ତାହେଲେ ମାସକୁ 42ଟ. ଦେବାକୁ ପଡିବ । ତିନିମାସିକ ପାଇଁ 125ଟ. ଏବଂ ଅର୍ଦ୍ଧମାସିକ ପାଇଁ 248ଟ. ଦେବାକୁ ପଡିବ ।

2000ଟ. ପେନସନ୍ ପାଇଁ ଡିପୋଜିଟ କରୁଛନ୍ତି ତାହେଲେ ମାସକୁ 84ଟ. ଦେବାକୁ ପଡିବ । ତିନିମାସିକ ପାଇଁ 250ଟ. ଏବଂ ଅର୍ଦ୍ଧମାସିକ ପାଇଁ 496ଟ. ଦେବାକୁ ପଡିବ ।


3000ଟ. ପେନସନ୍ ପାଇଁ ଡିପୋଜିଟ କରୁଛନ୍ତି ତାହେଲେ ମାସକୁ 126ଟ. ଦେବାକୁ ପଡିବ । ତିନିମାସିକ ପାଇଁ 376ଟ. ଏବଂ ଅର୍ଦ୍ଧମାସିକ ପାଇଁ 744ଟ. ଦେବାକୁ ପଡିବ ।

4000ଟ. ପେନସନ୍ ପାଇଁ ଡିପୋଜିଟ କରୁଛନ୍ତି ତାହେଲେ ମାସକୁ 168ଟ. ଦେବାକୁ ପଡିବ । ତିନିମାସିକ ପାଇଁ 501ଟ. ଏବଂ ଅର୍ଦ୍ଧମାସିକ ପାଇଁ 991ଟ. ଦେବାକୁ ପଡିବ ।

5000ଟ. ପେନସନ୍ ପାଇଁ ଡିପୋଜିଟ କରୁଛନ୍ତି ତାହେଲେ ମାସକୁ 210ଟ. ଦେବାକୁ ପଡିବ । ତିନିମାସିକ ପାଇଁ 626ଟ. ଏବଂ ଅର୍ଦ୍ଧମାସିକ ପାଇଁ 1239ଟ. ଦେବାକୁ ପଡିବ ।

ତେବେ ଏମିତି ବୟସ ଅନୁସାରେ ଆପଣଙ୍କୁ କେତେ ଟଙ୍କା ଲାଗୁ ହେବ ତାହା ଜାଣିପାରିବେ ।

କେମିତି ଆବେଦନ କରିବେ-
ଆପଣ ବ୍ୟାଙ୍କ ଶାଖାକୁ ଯାଇ ଆବେଦନ କରିପାରବେ ନଚେତ ଯେଉଁ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଡ ଅଛି ସେହି ୱେବସାଇଟରେ ଯାଇ ଫର୍ମଟି ପାଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment